RBI Regulations: ଆର୍ବିଆଇ ଗଭର୍ଣ୍ଣରଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚ୍ଚା, ଟାଟା ସନ୍ସକୁ ତାଲିକାଭୁକ୍ତ ହେବାକୁ ପଡ଼ିପାରେ
ନୂଆଦିଲ୍ଲୀ: ଟାଟା ଗ୍ରୁପ୍ର ମୂଳ ହୋଲ୍ଡିଂ କମ୍ପାନି ଟାଟା ସନ୍ସକୁ ସେୟାର ବଜାର ରେ ତାଲିକାଭୁକ୍ତ ହେବାକୁ ପଡ଼ିପାରେ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶୁକ୍ରବାର ଏ ସମ୍ପର୍କରେ ନିୟମ ସ୍ପଷ୍ଟ କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି।
ତେବେ ସେ ଟାଟା ସନ୍ସ ସମ୍ପର୍କରେ ସିଧାସଳଖ କୌଣସି ମତ ଦେଇନାହାନ୍ତି।
ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମାଲହୋତ୍ରା କହିଛନ୍ତି, ଆର୍ବିଆଇର ନିୟମ ଅନୁଯାୟୀ ଯେଉଁ ଅଣବ୍ୟାଙ୍କିଂ ଆର୍ଥିକ ସଂସ୍ଥା ( ଏନ୍ବିଏଫ୍ସି ) ଉଚ୍ଚସ୍ତର ବା 'ଅପର ଲେୟର୍'ରେ ରହିଛି, ତାହାକୁ ସେୟାର ବଜାରରେ ତାଲିକାଭୁକ୍ତ ହେବାକୁ ପଡ଼ିବ।
ଏହି ନିୟମ ମୁଖ୍ୟତଃ ବୃହତ୍ ଓ ବ୍ୟବସ୍ଥାଗତ ଭାବେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଂସ୍ଥାଗୁଡ଼ିକ ପାଇଁ ଲାଗୁ ହୋଇଥାଏ।
Advertisment ମାଲହୋତ୍ରାଙ୍କ କହିବା ଅନୁଯାୟୀ, କୋର୍ ଇନ୍ଭେଷ୍ଟମେଣ୍ଟ୍ କମ୍ପାନି ( ସିଆଇସି ) ଭଳି ସଂସ୍ଥାଗୁଡ଼ିକ ନିଜ ଗ୍ରୁପ୍ର ଅନ୍ୟ କମ୍ପାନିଗୁଡ଼ିକରେ ପୁଞ୍ଜିନିବେଶ କରିଥାନ୍ତି।
ଏହି ସଂସ୍ଥାଗୁଡ଼ିକ ବ୍ୟାଙ୍କ ଋଣ, କର୍ପୋରେଟ୍ ବଣ୍ଡ୍ ଓ ଅନ୍ୟ ମାଧ୍ୟମରେ ସାଧାରଣ ଲୋକଙ୍କ ଅର୍ଥ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ ହୋଇପାରନ୍ତି।
ତେଣୁ ଆର୍ଥିକ ବ୍ୟବସ୍ଥାରେ ବିପଦ ରୋକିବା ପାଇଁ ଏଭଳି ସଂସ୍ଥାଗୁଡ଼ିକର ପଞ୍ଜୀକରଣ ଓ ନିୟନ୍ତ୍ରଣ ଆବଶ୍ୟକ।
ଟାଟା ସନ୍ସକୁ ଆର୍ବିଆଇ ୨୦୨୨ରେ ଉଚ୍ଚସ୍ତରୀୟ ଏନ୍ବିଏଫ୍ସି ଭାବେ ବର୍ଗୀକୃତ କରିଥିଲା।
ଆର୍ଥିକ ବ୍ୟବସ୍ଥାରେ ବିପଦ କମ୍ପାନି ଏହାର ପଞ୍ଜୀକରଣ ପ୍ରମାଣପତ୍ର ଫେରାଇବା ପାଇଁ ୨୦୨୪ରେ ଆବେଦନ କରିଥିଲା।
କିନ୍ତୁ ଆର୍ବିଆଇ ଏହାକୁ ନିକଟରେ ଖାରଜ କରି ନିୟମ ପାଳନ କରିବାକୁ କହିଛି।
ଏହି ବର୍ଗର ସଂସ୍ଥାଗୁଡ଼ିକୁ ତାଲିକାଭୁକ୍ତ ହେବାକୁ ନିୟମ ଅନୁଯାୟୀ ତିନି ବର୍ଷ ସମୟ ମିଳିଥାଏ।
ଅନ୍ୟପକ୍ଷରେ, ଟାଟା ସନ୍ସର ପ୍ରମୁଖ ଅଂଶୀଦାର ଟାଟା ଟ୍ରଷ୍ଟସ୍ କମ୍ପାନିକୁ ଘରୋଇ ଓ ଅଣତାଲିକାଭୁକ୍ତ ରଖିବା ସପକ୍ଷରେ ରହିଛି।
ଟ୍ରଷ୍ଟସ୍ ପକ୍ଷରୁ ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ସ ସଲ୍ୟୁସନ୍ସ ଏବଂ ଟାଟା କନ୍ସଲ୍ଟିଂ ଇଞ୍ଜିନିୟର୍ସକୁ ଟାଟା ସନ୍ସ ସହ ମିଶ୍ରଣ କରିବାର ପ୍ରସ୍ତାବ ଦିଆଯାଇଛି।
ଏହାଦ୍ୱାରା କମ୍ପାନିର ଗଠନ ଓ ବ୍ୟବସାୟିକ ସ୍ୱରୂପ ବଦଳିପାରେ।
ତେବେ ଏହି ପ୍ରସ୍ତାବକୁ ଟାଟା ସନ୍ସର ବୋର୍ଡ ଏବଂ ଆବଶ୍ୟକ ସ୍ଥଳେ ଆର୍ବିଆଇର ଅନୁମୋଦନ ମିଳିବା ଆବଶ୍ୟକ।
ପାକିସ୍ତାନରେ ହାହାକାର; ୮ ହଜାର ଟପିଲା LPG ଦର ଟାଟା ସନ୍ସରେ ଟାଟା ଟ୍ରଷ୍ଟସ୍ର ପ୍ରାୟ ୬୬ ପ୍ରତିଶତ ଅଂଶଧନ ରହିଛି।
ଅନ୍ୟପକ୍ଷରେ, ସାପୁରଜୀ ପାଲୋଞ୍ଜୀ ଗ୍ରୁପ୍ର ପ୍ରାୟ ୧୮.୩୭ ପ୍ରତିଶତ ଅଂଶଧନ ରହିଛି।
ଏହି ଗ୍ରୁପ୍ ତାଲିକାଭୁକ୍ତ ହେବା ସପକ୍ଷରେ ଥିବାବେଳେ ଟାଟା ଟ୍ରଷ୍ଟସ୍ ମଧ୍ୟରେ ଏହାକୁ ନେଇ ମତଭେଦ ରହିଛି।
ଏହି ପ୍ରସଙ୍ଗରେ ଟାଟା ସନ୍ସର ଭବିଷ୍ୟତ ନିଷ୍ପତ୍ତି ଆର୍ବିଆଇର ନିୟମ, କମ୍ପାନିର ପୁନର୍ଗଠନ ପ୍ରସ୍ତାବ ଓ ଅଂଶୀଦାରଙ୍କ ମତ ଉପରେ ନିର୍ଭର କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
