Rayagada: କୁଆଡେ ଗଲୁ କୁଲୁ? ଛାତ୍ର ନିଖୋଜ ଘଟଣାରେ ପୁରସ୍କାର ଘୋଷଣା କଲେ ପୁଲିସ ଅଧିକାରୀ

Aug 20, 2026 - 11:12
Rayagada: କୁଆଡେ ଗଲୁ କୁଲୁ? ଛାତ୍ର ନିଖୋଜ ଘଟଣାରେ ପୁରସ୍କାର ଘୋଷଣା କଲେ ପୁଲିସ ଅଧିକାରୀ

"ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଡାଙ୍ଗସୋରଡ଼ା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରୁ ଜଣେ ଷଷ୍ଠ ଶ୍ରେଣୀ ହଷ୍ଟେଲ ଛାତ୍ର ନିଖୋଜ ହେବା ଘଟଣାକୁ ୩ ସପ୍ତାହ ବିତିଯାଇଥିଲେ ସୁଦ୍ଧା କୌଣସି ପତ୍ତା ମିଳିପାରିନାହିଁ ।

ଏହି ନିଖୋଜ ଘଟଣାରେ ଦିନକୁ ଦିନ ରହସ୍ୟ ବଢ଼ୁଥିବାବେଳେ ଡାଙ୍ଗସୋରଡା ଫାଣ୍ଡି ସବଇନିସପେକ୍ଟର ମନୋରଞ୍ଜନ ବିଶ୍ବାଳ ନିଖୋଜ ଛାତ୍ର କୁନାଲ ଶବରଙ୍କ ଯେଉଁ ବ୍ୟକ୍ତି ସନ୍ଧାନ ଦେବେ ତାଙ୍କୁ ୧୦ ହଜାର ଟଙ୍କା ସାନ୍ତ୍ବନାମୂଳକ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି । ‌Advertisment ଆହୁରି ପଢନ୍ତୁ: British Royal Family: ଆମେରିକାରେ ଛଅ ବର୍ଷ ଅତିବାହିତ କଲା ପରେ ୟୁକେ ଫେରୁଛନ୍ତି ପ୍ରିନ୍ସ ହ୍ୟାରି ଏବଂ ମେଘାନ ଯେକୌଣସି ବ୍ୟକ୍ତି କୁନାଲର ସନ୍ଧାନ ପାଇଲେ ଅବିଳମ୍ବେ ୮୪୫୫୮୭୨୦୧୮,୬୩୭୨୨୩୭୮୦୧,୭୮୯୪୯୧୮୧୬୧ ଓ ୬୩୭୨୭୪୮୨୬୯ ନମ୍ବରରେ ଯୋଗାଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

ପୁରସ୍କାର ରାଶି ଘୋଷଣା ସରକାରୀ ଭାବେ କରାଯାଇଛି କି ଏସଆଇ ଜଣଙ୍କ ବ୍ୟକ୍ତିଗତ ଭାବେ ଦେଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ ।

କିନ୍ତୁ ଏହି ଘଟଣାକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି ।

ପ୍ରଥମେ ଏହି ଘଟଣାରେ କିଛି ସାମ୍ବାଦିକଙ୍କ ସମ୍ପୃକ୍ତି ରହିଥିବା, ଗ୍ରାମବାସୀ ଏବଂ ଶିକ୍ଷକଙ୍କ ମଧ୍ୟରେ ବିବାଦ ଥିବା ଏବଂ ଜଣେ ଶିକ୍ଷକ ଏବଂ ମେଟ୍ରନଙ୍କ ମଧ୍ୟରେ ବିବାଦ ଯୋଗୁଁ ଛାତ୍ରଙ୍କୁ ନିଖୋଜ କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଏପରିକି ବିଜେପିର ସ୍ଥାନୀୟ ନେତାମାନେ ସାମ୍ବାଦିକମାନଙ୍କୁ ଘଟଣାର ଆପୋଷ ସମାଧାନ ପାଇଁ ମଧ୍ୟ ନିବେଦନ କରୁଥିବା ଅଡିଓ ଶୁଣିବାକୁ ମିଳିଥିଲା ।

ପୁଲିସ ତଦନ୍ତ ଚାଲିଛି ଏବଂ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଥିବା ମଧ୍ୟ କହୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ ଡାଙ୍ଗସୋରଡା ହଷ୍ଟେଲରେ ରହି ପାଠ ପଢ଼ୁଥିବା ବାପ ଛେଉଣ୍ଡ ଛାତ୍ର କୁନାଲ ଶବର (କୁଲୁ) ଚଳିତ ମାସ ୧ ତାରିଖରୁ ନିଖୋଜ ଥିବା ଅଭିଯୋଗ ହୋଇଛି ।

କିନ୍ତୁ ଘଟଣା ସମ୍ପର୍କରେ ପରିବାର ଲୋକେ ୭ ତାରିଖରେ ଜାଣିବା ପରେ ଡାଙ୍ଗସୋରଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ।

ଏହାପରେ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା ।

ବିଦ୍ୟାଳୟର ଅନ୍ୟ ଛାତ୍ରମାନେ କୁନାଲ ଶବର ୭/୮ଦିନ ହେଲା ନଥିବା ସୂଚନା ଦେଇଥିବାବେଳେ ବିଭାଗୀୟ ଅଧିକାରୀ ଛାତ୍ର ଜଣଙ୍କ ୬ତାରିଖରୁ ନିଖୋଜ ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ବିଦ୍ୟାଳୟ କର୍ତ୍ତୃପକ୍ଷ, ବିଭାଗୀୟ ଅଧିକାରୀ ଏବଂ ଛାତ୍ରଙ୍କ ତଥ୍ୟରୁ କାହାର ତଥ୍ୟ କାହା ସହ ମେଳ ଖାଉନଥିବା ଦେଖିବାକୁ ମିଳିଥିଲା ।

ଏହି ସମ୍ବେଦନଶୀଳ ଘଟଣାରେ ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମ, ମୁନିଗୁଡା ଆଇଆଇସି ଲଳିତ ସାଗର ବିଦ୍ୟାଳୟକୁ ଏକାଧିକବାର ଯାଇ ତଦନ୍ତ କରିଛନ୍ତି ।

କିନ୍ତୁ ଏଯାଏଁ ନିଖୋଜ ଘଟଣାକୁ ନେଇ ଠୋସ ପ୍ରମାଣ ପାଇପାରିନାହିଁ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media