Rayagada: ଇଣ୍ଡିଆ ମେଣ୍ଟର ବନ୍ଦ ଡାକରାରେ ରାୟଗଡା ଜିଲ୍ଲା ଠପ

Oct 08, 2026 - 10:46
Rayagada: ଇଣ୍ଡିଆ ମେଣ୍ଟର ବନ୍ଦ ଡାକରାରେ ରାୟଗଡା ଜିଲ୍ଲା ଠପ

"ରାୟଗଡା: ଇଣ୍ଡିଆ ମେଣ୍ଟ ଦ୍ୱାରା ଆଜି ଡକାଯାଇଥିବା ବନ୍ଦ ଡାକରାରେ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି I ଚାରୋଟି ମୁଖ୍ଯ ପ୍ରସଙ୍ଗ ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଆଜି ସମଗ୍ର ଓଡିଶା ବନ୍ଦ ପାଳନ ହେଉଥିବା ବେଳେ ଏହାର ପ୍ରଭାବ ରାୟଗଡାରେ ମଧ୍ଯ ଦେଖିବାକୁ ମିଳିଛି।

ବର୍ତ୍ତମାନ ରାୟଗଡା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ଯ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମଧ୍ଯ ବନ୍ଦ ରହିଛି।

ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ଆପାଲସ୍ବାମୀ କାଡ୍ରାକାଙ୍କ ନେତୃତ୍ବରେ ଇଣ୍ଡି ମେଣ୍ଟର ଶତାଧିକ କର୍ମୀ ସହରର କପିଳାସ ରୋଡ଼ରେ ଧାରଣା ଦେଇଛନ୍ତି।

ସେହିପରି ସହରର ଶିରିକଣା ଛକ ଓ ସାଇ ଇଣ୍ଟରନେସନାଲ୍ ଛକରେ ମଧ୍ଯ ରୋଡ ବ୍ଲକେଡ଼ କରାଯାଇଛି।Advertisment ଆହୁରି ପଢନ୍ତୁ:War: ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ?

ଫୋନ୍‌ରେ ନେତାନ୍ୟାହୁଙ୍କ ସହ କଥା ହେଲେ!

କର୍ମୀମାନେ ପିକେଟିଂ କରି ବନ୍ଦରେ ସାମିଲ ହେବା ପାଇଁ ସହରବାସୀଙ୍କୁ ନିବେଦନ କରୁଛନ୍ତି।

ବିଶେଷକରି ଏମଏମଡିଆର ଆଇନର ପ୍ରତ୍ଯାହାର, ମୁଖ୍ଯ ନିର୍ବାଚନ କମିଶନଙ୍କ ଇସ୍ତଫା, ବନ୍ଯା ପ୍ରପିଡିତଙ୍କୁ ସହାୟତା ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି।

ଅନ୍ଯପଟେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାୟଗଡା ବିଧାୟକ ଅପଲା ସ୍ୱାମୀ କାଡ୍ରାକା, ଏଆଇସିଟିୟୁ ଜିଲ୍ଲା ସଭାପତି ଭବାନୀ ଶଙ୍କର ଜେନା, ସିପିଆଇ ଏମ୍ଏଲ୍ ସଦସ୍ୟ ବୃନ୍ଦାବନ ବିଡ଼ିକା ଓ ଅନ୍ୟମାନେ ସକ୍ରିୟ ଭାବେ ନେତୃତ୍ୱ ନେଉଛନ୍ତି I ଗୁଣପୁର ନିର୍ବାଚନ ମଣ୍ଡଳୀରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ସିପିଆଇ (ଏମଏଲ)ର ତିରୁପତି ଗମାଙ୍ଗଙ୍କ ବନ୍ଦ ଡାକରାରେ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଜଣାପଡିଛି I ସେହିଭଳି ବିଷମକଟକରେ କଂଗ୍ରେସ ବିଧାୟକ ନୀଳ ମାଧବ ହିକକାଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ବନ୍ଦ ଥିବା ଜଣାପଡିଛି I "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)