Rayagada School Row: ମଧ୍ୟରାତ୍ରୀରେ ଛାତ୍ରୀଙ୍କୁ ଧମକଚମକ ଦେଇ କ୍ଷମାଯାଚନାରେ ସ୍ବାକ୍ଷର ଅଭିଯୋଗ
ରାୟଗଡା: ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆବର୍ଗ ଉନ୍ନତୀକରଣ ବିଭାଗ ଦ୍ବାରା ପରିଚାଳିତ ଅମ୍ବାଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ପୁଣି ଆସିଛି ସାଂଘାତିକ ଅଭିଯୋଗ ।
ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୋଲା ବାମନ ମୂର୍ତ୍ତି ବିଳମ୍ବିତ ରାତିରେ ଛାତ୍ରୀ ଅନ୍ତେବାସରେ ପଶି ଡରାଇଧମକାଇ ଲିଖିତ ଭାବେ କ୍ଷମାପ୍ରାର୍ଥନା ଲେଖାଇଛନ୍ତି।
Advertisment Hostel: ଦୁଃଖ ଜଣାଇବାକୁ ୯ କିମି ଚାଲିଲେ ହଷ୍ଟେଲ୍ ଅନ୍ତେବାସୀ: ବାଟରେ ଅଟକାଇଲେ ପୁଲିସ, ଅଧିକାରୀ ଉକ୍ତ ହୋଷ୍ଟେଲ୍ରେ ଛାତ୍ରୀମାନେ କହିଛନ୍ତି, ହୋଷ୍ଟେଲ୍ରେ ନିମ୍ନମାନର ଖାଦ୍ୟ ଦିଆଯାଉଛି ,ପିଇବା ପାଣିର ସମସ୍ୟା ରହିଛି।
ଏନେଇ ମୁହଁ ଖୋଲିଲେ ହୋଷ୍ଟେଲ୍ରୁ ବାହାର କରିଦେବାକୁ ଧମକ ଦିଆଯାଛି।
ଏହାବ୍ୟତୀତ କେଉଁ ଅଧିକାରରେ ରାତି ୧୨ଟାରେ ପ୍ରଧାନଶିକ୍ଷକ ଧମକଚମକ ଦେଇ କ୍ଷମାପ୍ରାର୍ଥନାରେ ସେମାନଙ୍କ ଦସ୍ତଖତ ନେଇଛନ୍ତି ।
ତୁରନ୍ତ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ ବହିଷ୍କାର କରାଯାଉ ନହେଲେ ଆମେ ବିଦ୍ୟାଳୟରୁ ବାହାରିଯିବୁ।
KGBV hostel ଅନ୍ତେବାସରେ ଦୂଷିତଖାଦ୍ୟ, ୯୨ ଛାତ୍ରୀ ଆକ୍ରାନ୍ତ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ ଏହି ଘଟଣାକୁ ନେଇ ବିଦ୍ୟାଳୟରେ ଆଜି (ସୋମବାର) ଚାପା ଉତ୍ତେଜନା ଦେଖାଯାଇଥିାଲା ।
ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ବହିଷ୍କାର ଦାବି କରିଥିଲେ।
ପ୍ରଧାନଶିକ୍ଷକଙ୍କୁ ତାଙ୍କ କକ୍ଷରେ ବନ୍ଦ କରିଦେଇଥିଲେ ।
ଉତ୍ତେଜନା ପ୍ରକାଶ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅମ୍ବାଦଳା ପୁଲିସକୁ ଖବର ଦେଇଥିଲେ।
ପୁଲିସ ପହଞ୍ଚି ଛାତ୍ରଛାତ୍ରୀକୁ ବୁଝାସୁଝା କରିଥିଲା।
ପୁଲିସ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ଆେନ୍ଦୋଳନରତ ଛାତ୍ରଛାତ୍ରୀମାନେ ପୁନର୍ବାର ବିଦ୍ୟାଳୟ ମଧ୍ୟକୁ ଯାଇଥିଲେ ।
Jharigam school hostel ୧୬୦ ଛାତ୍ର ହଷ୍ଟେଲ ଛାଡ଼ିବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ, ହେବ ପୁଣି ତଦନ୍ତ ସୂଚନାଯୋଗ୍ୟ, ଗତ ୧୪ତାରିଖ ଶିଶୁ ଦିବସ ଦିନ ବିଦ୍ୟାଳୟର ଧନ୍ଦାମୂଳକ ପ୍ରଶିକ୍ଷକ ଦେବବ୍ରତ ରାଉତ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ।
ଶିଶୁ ଦିବସରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସମ୍ମୁଖରେ ଅପମାନିତ କରିବା ସହ ବିନା ନୋଟିସ୍ରେ କାର୍ଯ୍ୟରୁ ଅବ୍ୟାହତି ନିର୍ଦ୍ଦେଶ ଦେଇଥିଲେ ପ୍ରଧାନଶିକ୍ଷକ ବାମନ ମୂର୍ତି।
ଏହାକୁ ବିରୋଧ କରି ନ୍ୟାୟ ଦାବିରେ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ ଧନ୍ଦାମୂଳକ ପ୍ରଶିକ୍ଷକ ଦେବବ୍ରତ ରାଉତ।
ତାଙ୍କୁ ସମର୍ଥନ ଜଣାଇ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଅନ୍ତେବାସୀ ଛାତ୍ରଛାତ୍ରୀ ମଧ୍ୟ ଧାରଣାରେ ବସିଥିଲେ ।
ପରେ ଶ୍ରୀରାଉତ ଅମ୍ବାଦଳା ଥାନାରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।
ଏହି ଘଟଣାରେ ଗତକାଲି ପ୍ରଧାନଶିକ୍ଷକ କୋଲା ବାମନମୂର୍ତି ଛାତ୍ରଛାତ୍ରୀଙ୍କୁ ଏଭଳି ଧାରଣାରେ ବସିବା ଭୁଲ୍ ପଦକ୍ଷେପ ଥିଲା ଓ ସେନେଇ ଛାତ୍ରୀମାନଙ୍କୁ ଠାରୁ ମଧ୍ୟରାତ୍ରୀରେ ଛାତ୍ରୀଙ୍କ ହୋଷ୍ଟେଲ୍ ଯାଇ ସେମାନଙ୍କ ଠାରୁ ଧମକ ଦେଇ କ୍ଷମା ପ୍ରାର୍ଥନ ପତ୍ର ଦସ୍ତଖତ କରାଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
