Rayagada: ପୁଟାସିଂ ଘାଟିରେ ଭାରସାମ୍ୟ ହରାଇ ଖସିପଡିଲା ବାଇକ୍ : ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ

Aug 01, 2026 - 17:50
Rayagada: ପୁଟାସିଂ ଘାଟିରେ ଭାରସାମ୍ୟ ହରାଇ ଖସିପଡିଲା ବାଇକ୍ : ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ

"ଗୁଣପୁର: ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ୍ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଏକ ବାଇକ୍ ଭାରସାମ୍ୟ ହରାଇ ପ୍ରାୟ ୪୦ ଫୁଟ ତଳକୁ ଖସିପଡିବାରୁ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ଯୁବକ ଜଣଙ୍କ ହେଲେ ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଅରମଡା ଗ୍ରାମର ପ୍ରଦୀପ କୁମାର ଲିମା (୩୦ ବର୍ଷ)।

ଗୁରୁତର ଆହତ ହୋଇଥିବା ଯୁବକ ହେଲେ ଅଶ୍ୱିନୀ ଜେନା (୩୪ ବର୍ଷ)।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ସେଠାରେ ଡାକ୍ତର ପ୍ରଦୀପ କୁମାର ଲିମାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଶ୍ୱିନୀ ଜେନାଙ୍କ ଚିକିତ୍ସା ଜାରି ରହିଛି।

ଅଶ୍ୱିନୀ ଜେନାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ବୋଲି ଜଣାପଡିଛି।Advertisment ଆହୁରି ପଢନ୍ତୁ: Australian Library: ୧୫୦ ବର୍ଷ ପୂର୍ବେ ନିଆଯାଇଥିବା ପୁସ୍ତକ ଅଷ୍ଟ୍ରେଲିଆ ଲାଇବ୍ରେରିକୁ ଫେରସ୍ତ ସୂଚନାନୁସାରେ, ଉଭୟ ଗୁଣୁପୁର ସ୍ଥିତ ଆର୍.କେ.

ଟେଣ୍ଟ ହାଉସର କର୍ମଚାରୀ ଥିଲେ।

ବକେୟା ଟଙ୍କା ଆଦାୟ ପାଇଁ ସେମାନେ ସର୍ଗୀଆସିଂ ଗ୍ରାମକୁ ବାଇକରେ ଯାଉଥିବା ବେଳେ ଆରାଡୁଲ୍ ଘାଟିରେ ଭାରସାମ୍ୟ ହରାଇ ବାଇକଟି ୪୦ ଫୁଟ ତଳକୁ ଖସି ପଡ଼ିଥିଲା।

ଖବର ପାଇ ପୁଟାସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ପୁଟାସିଂ ଥାନା ଅଧିକାରୀ ବିନ୍ଦୁଲତା ନାୟକ | "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।