Ravana: ରାବଣକୁ କିଏ ଦେଇଥିଲା ସୁନାର ଲଙ୍କା? ଜାଣନ୍ତୁ ଏହା ପଛର ପୌରାଣିକ କାହାଣୀ

Oct 22, 2026 - 15:14
Ravana: ରାବଣକୁ କିଏ ଦେଇଥିଲା ସୁନାର ଲଙ୍କା? ଜାଣନ୍ତୁ ଏହା ପଛର ପୌରାଣିକ କାହାଣୀ

"ନୂଆଦିଲ୍ଲୀ: ରାମାୟଣରେ ରାବଣର ଲଙ୍କାନଗରୀକୁ ଏକ ଅତ୍ୟନ୍ତ ଭବ୍ୟ ଓ ବୈଭବଶାଳୀ ନଗରୀ ଭାବେ ବର୍ଣ୍ଣନା କରାଯାଇଛି, ଯାହା 'ସୁନା ଲଙ୍କା' ନାମରେ ପ୍ରସିଦ୍ଧ।

ତେବେ ଏହି ସୁବର୍ଣ୍ଣ ନଗରୀର ନିର୍ମାଣ କିଏ କରିଥିଲେ ଏବଂ ଏହା ରାବଣ ପାଖକୁ କିପରି ଆସିଲା, ସେ ନେଇ ପୁରାଣରେ ଦୁଇଟି ପ୍ରମୁଖ କାହାଣୀ ରହିଛି।Advertisment ଆହୁରି ପଢନ୍ତୁ :India Advisory: ଫ୍ରାନ୍ସରେ ରହୁଥିବା ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପରାମର୍ଶ ଜାରି ୧.

ଭଗବାନ ଶିବ, ମାତା ପାର୍ବତୀ ଏବଂ ବିଶ୍ୱକର୍ମାଙ୍କ କାହାଣୀପୌରାଣିକ ମାନ୍ୟତା ଅନୁଯାୟୀ, ଥରେ ମାତା ପାର୍ବତୀ ଭଗବାନ ଶିବଙ୍କ ସହ ରହିବା ପାଇଁ ଏକ ସୁନ୍ଦର ମହଲ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଶିବଙ୍କ ଆଦେଶରେ ଦେବଶିଳ୍ପୀ ବିଶ୍ୱକର୍ମା ସମୁଦ୍ର ମାଧ୍ୟମରେ ସୁବର୍ଣ୍ଣରେ ନିର୍ମିତ ଏକ ଅତୁଳନୀୟ ନଗରୀ ତିଆରି କରିଥିଲେ।

ଏହି ମହଲର ଗୃହପ୍ରବେଶ ପୂଜା ପାଇଁ ମହାନ ଜ୍ଞାନୀ ଓ ଶିବଭକ୍ତ ରାବଣକୁ ପୁରୋହିତ ଭାବେ ନିମନ୍ତ୍ରଣ କରାଯାଇଥିଲା।

ପୂଜା ସମାପ୍ତ ପରେ, ଲଙ୍କାର ସୌନ୍ଦର୍ଯ୍ୟରେ ମୋହିତ ହୋଇ ରାବଣ ଦକ୍ଷିଣା ସ୍ୱରୂପ ଭଗବାନ ଶିବଙ୍କଠାରୁ ସେହି ସୁନା ଲଙ୍କା ମାଗି ନେଇଥିଲା।

ଆହୁରି ପଢନ୍ତୁ :Murder: ପଶ୍ଚିମବଙ୍ଗରେ ବିଜେପି ସମର୍ଥକଙ୍କୁ ଗୁଳିକରି ହତ୍ୟା: ସଂଘର୍ଷରେ ୬ ଆହତ ୨.

ଧନର ଦେବତା କୁବେରଙ୍କ ସହ ସମ୍ପର୍କଅନ୍ୟ ଏକ କାହାଣୀ ଅନୁଯାୟୀ, ଲଙ୍କାର ପ୍ରଥମ ଅଧିକାରୀ ଥିଲେ ରାବଣର ସାବତ ଭାଇ କୁବେର, ଯିଏ ଋଷି ବିଶ୍ରବାଙ୍କ ପୁତ୍ର ଥିଲେ।

କୁବେର ସେଠାରୁ ଶାସନ କରୁଥିଲେ ଏବଂ ତାଙ୍କ ପାଖରେ ଦିବ୍ୟ 'ପୁଷ୍ପକ ବିମାନ' ମଧ୍ୟ ଥିଲା।

କିନ୍ତୁ ରାବଣ କଠୋର ତପସ୍ୟା କରି ଶକ୍ତି ହାସଲ କରିବା ପରେ କୁବେରଙ୍କୁ ଯୁଦ୍ଧରେ ପରାସ୍ତ କରି ଲଙ୍କା ଓ ପୁଷ୍ପକ ବିମାନକୁ ନିଜ ଅଧୀନକୁ ନେଇଥିଲା।

ରାବଣ ଶାସନ କାଳରେ ଲଙ୍କା ଅତ୍ୟନ୍ତ ସମୃଦ୍ଧ ଓ ଶକ୍ତିଶାଳୀ ନଗରୀରେ ପରିଣତ ହୋଇଥିଲା।

ରାମାୟଣର ସୁନ୍ଦରାକାଣ୍ଡରେ ହନୁମାନ ଲଙ୍କାରେ ପହଞ୍ଚିବା ସମୟରେ ଏହାର ବିଶାଳ ପ୍ରାସାଦ, ଅଟ୍ଟାଳିକା ଏବଂ ସ୍ୱର୍ଣ୍ଣାଳଙ୍କାରର ଗାଥା ବର୍ଣ୍ଣନା କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)