WEDNESDAY
01 JULY 2026

Welcome!

Unlock your personalized experience.
Sign Up

Similipal: ଶିମିଳିପାଳକୁ ଅକ୍ଟୋବରରେ ଆସିପାରନ୍ତି ମହାବଳ

Jul 01, 2026 - 05:15
Similipal: ଶିମିଳିପାଳକୁ ଅକ୍ଟୋବରରେ ଆସିପାରନ୍ତି ମହାବଳ

ଭୁବନେଶ୍ବର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଆଉ ଦୁଇଟି ବାଘୁଣୀ ଓ ଗୋଟିଏ ମହାବଳ ଅଣାଯିବାକୁ ଯୋଜନା ହୋଇଛି। ସେମାନଙ୍କୁ କେଉଁ ଅଞ୍ଚଳରେ ଛଡ଼ାଯିବ ତାହା ଚୂଡ଼ାନ୍ତ ହୋଇନାହିଁ। ବର୍ତ୍ତମାନ ସମୟରେ ମୌସୁମୀ ବାୟୁ ସାରା ଦେଶରେ ଅଗ୍ରସର ହେବା ସହ ବର୍ଷା ଲାଗିରହିଥିବାରୁ ଜଙ୍ଗଲରେ ମହାବଳ ଚିହ୍ନଟ ଓ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହେବ ନାହିଁ। ତେଣୁ ବର୍ଷା ଛାଡ଼ିବା ପରେ ହିଁ ଏହି ପ୍ରକ୍ରିୟା ଆ‌ଗେଇବ। ମହାରାଷ୍ଟ୍ରର କେଉଁ ଜଙ୍ଗଲରୁ ମହାବଳ ଆସିବ ସେନେଇ ସେଠାକାର ରାଜ୍ୟ ସରକାରଙ୍କ ସହ ଆଲୋଚନା ଶେଷ ହୋଇଥିବା ଜଣାପଡ଼ିଛି।    

Royal Bengal Tiger: ୧୦ ଲକ୍ଷରେ ବିକିଥାନ୍ତେ ବାଘ ଛାଲ୍: ଧରି ପକାଇଲା ବନ ବିଭାଗ

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ବାଘ ସ୍ଥାନାନ୍ତର ପୂର୍ବରୁ ଅନେକ ଔପଚାରିକ କାର୍ଯ୍ୟ ଶେଷ କରିବାକୁ ପଡ଼ିବ। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଯେଉଁଭଳି ପରିସ୍ଥିତି ଉପୁଜିଥିଲା ତାହାକୁ ଏଡ଼ାଇବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ହେଉଛି। ରାଜ୍ୟ ସରକାର ସକାରାତ୍ମକ ରହିଛନ୍ତି। ତେବେ ବାସସ୍ଥାନ ଓ ବାଘ ଚୟନ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ‘ଜୀନତ୍‌’ କ୍ଷେତ୍ରରେ ବାସସ୍ଥାନ ଖାପଖୁଆଇବା ନେଇ ଯେଉଁଭଳି ସମସ୍ୟା ହୋଇଥିଲା ତାହାର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ସତର୍କତା ଅବଲମ୍ବନ କରାଯାଇଛି। କେବଳ ଶିମିଳିପାଳ ନୁହେଁ, ଡେବ୍ରିଗଡ଼ ଅଭୟାରଣ୍ୟକୁ ମଧ୍ୟ ମହାବଳ ସ୍ଥାନାନ୍ତର କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

Tiger: ମିଳୁନି ବାଘୁଣୀ ‘ଯମୁନା’: ଅନ୍ଧାରରେ ବାଡ଼ି ବୁଲାଉଛି ବନ ବିଭାଗ