06 JUNE 2026

Welcome!

Unlock your personalized experience.
Sign Up

Rathkhala: ରଥଖଳା: ପୋଲ ଗୟଳ ସହ ଚାରି ନାହାକା ଉଠିଲା

Jun 05, 2026 - 07:19
Rathkhala: ରଥଖଳା: ପୋଲ ଗୟଳ ସହ ଚାରି ନାହାକା ଉଠିଲା

ପୁରୀ: ଆଜି ଥିଲା ରଥ ନିର୍ମାଣର ୪୫ତମ ଦିବସ। ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରଥରେ ଆଜି ବଡ଼ ପୋଲ ଗୟଳ ସହ ଚାରି ନାହାକା ଉଠାଇଛନ୍ତି ସେବକବୃନ୍ଦ। ଏଥିସହ ରଥର ପାର୍ଶ୍ୱ ନିରାଡ଼ି ଉଠିଛି। ଗତକାଲି ତିନିରଥ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା। ତିନିରଥ ଦାଣ୍ଡରେ ଆଗ ଆଣି, ପଛ ଆଣି ଗରଗାରା ପଡ଼ି କଣ୍ଟା ବାଡ଼ିଆ କାର୍ଯ୍ୟ ସରିଛି। ତାଳଧ୍ୱଜ ରଥ  ଦର୍ପଦଳନ, ନନ୍ଦିଘୋଷ ରଥରେ ଘଡିମୁହଁ ଅଗ ପାତେଳି, ଚଉରସ ବା ଦଣ୍ଡା ବିଡିଆ, ପୋଖରିଆ କଣ୍ଟା ବାଡ଼ିଆ ସରିଛି।

Ratha yatra: ରଥଖଳା: ଲାଗିଲା ଦଣ୍ଡା କଣ୍ଟା

ଦଣ୍ଡା ଫ୍ରେମରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ପରେ ପାଞ୍ଚ ଦଣ୍ଡା ଉପରକୁ ଦୁଇଟି ଲେଖାଏଁ ଗରଗରା ଉଠିବ। ମହାରଣା ସେବକମାନେ ମାପ ପ୍ରକାରେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ରକାର କାପ ଖୋଦେଇ କରିଛନ୍ତି। ଅଗର ବିନ୍ଧ କରାଯାଇଛି। ଦୋଳବେଦି କମାରଶାଳରେ ଓଝା କମାର ସେବକମାନେ ଗରଗରା କଣ୍ଟା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଏଥିସହ ଗୟଳର ଚଉପଟ ନିର୍ମାଣ କାର୍ଯ୍ୟ କରାଯାଉଛି। ରୂପକାର ସେବକମାନେ ବେଦି ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ କରୁଛନ୍ତି। ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ପାଇଁ ଚିତ୍ର ଅଙ୍କନ ଶେଷ କରିଛନ୍ତି। ନାଟଗୋଡ଼ଗୁଡିକରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିଛନ୍ତି। ପାହି ମହାରଣାମାନେ ଅଣସର ଓ ରଥଯାତ୍ରାରେ ସେବା ପୂଜା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ କାର୍ଯ୍ୟ ଜାରି ରଖିଛନ୍ତି।

Ratha yatra: ଲାଗିଲା ଲୀଳାମୟଙ୍କ ଲୀଳା: ୭ଦିନରେ ଗୁଣ୍ଡିଚାଘରେ ଲାଗିଥିଲା ରଥ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।