06 JUNE 2026

Welcome!

Unlock your personalized experience.
Sign Up

Delhi hotel fire: ଦିଲ୍ଲୀ ହୋଟେଲ ଅଗ୍ନିକାଣ୍ଡ: ନିୟମ ଉଲ୍ଲଂଘନ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ

Jun 05, 2026 - 07:19
Delhi hotel fire: ଦିଲ୍ଲୀ ହୋଟେଲ ଅଗ୍ନିକାଣ୍ଡ: ନିୟମ ଉଲ୍ଲଂଘନ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମାଲବୀୟନଗର ସ୍ଥିତ ‘ଫ୍ଲୋରିସ୍ ଷ୍ଟେ’ ବିଏଣ୍ଡ୍‌ବି ଗେଷ୍ଟ ହାଉସରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟି  ୨୧ ଜଣଙ୍କର ମୃତ୍ୟୁ ଘଟଣାରେ ତଦନ୍ତ ତ୍ବରାନ୍ବିତ ହୋଇଛି। ଏହି ବଡ଼ ବିପର୍ଯ୍ୟୟ ପରେ ଦିଲ୍ଲୀ ପୁଲିସ ହୋଟେଲ ମାଲିକ ଲବକେଶ ବଜାଜଙ୍କୁ ଗିରଫ କରି ୪ ଦିନ ରିମାଣ୍ଡ୍‌ରେ ନେଇଛି। ଘଟଣା ପରଠାରୁ ଫେରାର ଥିବା ହୋଟେଲ ମ୍ୟାନେଜର ଜୟ ମିଶ୍ରଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାଲିକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅଧୀନରେ ହତ୍ୟା ସଦୃଶ ଅପରାଧ ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଗମ୍ଭୀର ଅବହେଳା ମାମଲା ରୁଜୁ କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ବିଦେଶୀ ନାଗରିକ ଥିଲେ, ଯେଉଁମାନେ ନିକଟସ୍ଥ ପ୍ରତିଷ୍ଠିତ ହସ୍ପିଟାଲରେ ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଆସି ଏହି ଗେଷ୍ଟ ହାଉସରେ ରହୁଥିଲେ।

Mou: ୯୦୦୦ ଠିକା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏସ୍‌ବିଆଇ ସହ ନାଲ୍‌କୋର ଏମ୍‌ଓୟୁ

ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗେଷ୍ଟ ହାଉସଟି କୌଣସି ବୈଧ ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର ନଥାଇ ସମ୍ପୂର୍ଣ୍ଣ ବେଆଇନ ଭାବେ ଚାଲିଥିଲା। ମାତ୍ର ୬ଟି ରୁମ୍‌ ପାଇଁ ଅନୁମତି ଥିବା ବେଳେ ଏଠାରେ ବେଆଇନ ଭାବେ ୨୬ଟି ରୁମ୍‌ ପରିଚାଳନା କରାଯାଉଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଜରୁରୀକାଳୀନ ପରିସ୍ଥିତି ପାଇଁ ହୋଟେଲରେ କୌଣସି ପ୍ରସ୍ଥାନ ଦ୍ବାର  ନଥିଲା, ଯାହାଫଳରେ ନିଆଁ ଲାଗିବା ସମୟରେ ଅତିଥିମାନେ ଭିତରେ ଫସି ରହିଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ବହୁ ବାଧା ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଫୋରେନ୍ସିକ୍ ଦଳ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରି ଯାଞ୍ଚ କରୁଛନ୍ତି। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅନ୍ୟ ୧୫ ଜଣ ବ୍ୟକ୍ତିଙ୍କୁ ମ୍ୟାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ୬ ଜଣ ଭେଣ୍ଟିଲେଟର ସପୋର୍ଟରେ ଥିଲେ ମଧ୍ୟ ସେମାନଙ୍କ ସ୍ଥିତି ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ମାଲବୀୟନଗରର ଏହି ଦୁଃଖଦ ଘଟଣା ପରେ ଦିଲ୍ଲୀ ପ୍ରଶାସନ ସାରା ସହରରେ ଥିବା ବଜେଟ୍ ହୋଟେଲ ଏବଂ ଗେଷ୍ଟ ହାଉସଗୁଡ଼ିକ ଉପରେ   ଚଢ଼ଉ ଆରମ୍ଭ କରିଛି। ନିୟମ ଉଲ୍ଲଂଘନ କରୁଥିବା ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ନଥିବା ପ୍ରତିଷ୍ଠାନଗୁଡ଼ିକୁ ସିଲ୍ କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି।

Dead body: ବାରଙ୍ଗ ନିକଟ କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।