Rathkhala: ରଥଖଳା: ବେଦି ସିଂହାସନ କାର୍ଯ୍ୟ ଶେଷ

Jun 28, 2026 - 06:59
Rathkhala: ରଥଖଳା: ବେଦି ସିଂହାସନ କାର୍ଯ୍ୟ ଶେଷ

"ପୁରୀ: ରଥ ନିର୍ମାଣ କାର୍ଯ୍ୟ ୬୮ ଦିନରେ ପହଞ୍ଚିଛି।

ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ତିନି ରଥର ବେଦି ସିଂହାସନ କାର୍ଯ୍ୟ ଶେଷ ହୋଇଛି।

ସିଂହାସନ ମାଲ କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି।

ମାଲ କାଠ ଚଉପଟ ପାଇଁ ରଥ ଅମିନ ଯୋଗାଇ ଦେଇଥିବା ୩୦ ଫୁଟିଆ ଶାଳ କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି।

ମହାପ୍ରଭୁ ରତ୍ନସିଂହାସନରୁ ଓହ୍ଲାଇବା ପାଇଁ କୋଠ ସୁଆଁସିଆ ସେବକମାନେ ଏହି ମାଲ କାଠରେ ଚାର ମାଳ ବାନ୍ଧିବା କାର୍ଯ୍ୟ ସମ୍ପନ୍ନ କରିବେ।

Advertisment Ratha khala: ରଥଖଳା: ଲାଗିଲା ପହି ପ୍ଲେଟ୍‌ ମୁଖ୍ୟ ରୂପକାର ସେବକ ଏବଂ ସହଯୋଗୀ ରୂପକାର ସେବକମାନେ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

ପଟା ଗୁଜ କାର୍ଯ୍ୟ ବାକି ରହିଛି।

ଚିତ୍ରକାର ସେବକମାନେ ନାଟ ଗୋଡ଼, ଶୁଆ, ଋଷି ପଟା ଓ ଦୁଆର ବେଢ଼ାରେ ଚିତ୍ର କାର୍ଯ୍ୟ  ଶେଷ କରିଛନ୍ତି।

ଦେବୀ ମୂର୍ତ୍ତି ପ୍ରତିମାଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

ଦୁଆର ବେଢ଼ାଗୁଡ଼ିକର ଚିତ୍ର କାର୍ଯ୍ୟ ସରିଛି।

କେବଳ ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ତିନିରଥର ପ୍ରଭା କଣ୍ଟା, ଦୁଆର ବେଢ଼ା କଣ୍ଟା ସହ ଘୋଡା, ସାରଥୀଙ୍କ ପାଇଁ ବାଗିଆ କଣ୍ଟା ନିର୍ମାଣ କରୁଛନ୍ତି।

ପାହି ମହାରଣା ରଥ ଯାତ୍ରା ସେବା ପୂଜା ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।

Ratha yatra: ରଥଖଳା: ସରିଲା ଚକ-ଅଖ ଡେରା"