Rathkhala: ରଥଖଳା: ନାହାକାରେ ମୂଳ ସଂଯୋଗ
"ପୁରୀ: ଆଜି ଥିଲା ରଥ ନିର୍ମାଣ ୫୬ତମ ଦିବସ।
ରଥ ନିର୍ମାଣକାରୀ ସେବକ ରଥଖଳାରେ ଉପସ୍ଥିତ ରହି ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଆଜି ରଥର ନାହାକାରେ ମୂଳ କଇଞ୍ଚି ସଂଯୋଗ ହୋଇଛି।
ଇତି ମଧ୍ୟରେ ଆଠ ପରସ୍ତ ପୋଟଳ କାମ ସମ୍ପୂର୍ଣ୍ଣ ହୋଇଛି।
ଆଉ ଏକ ପୋଟଳ ପରସ୍ତ କାର୍ଯ୍ୟ ଜାରି ରହିଛି।
ଗତକାଲି ତୃତୀୟ ଭୂଇଁରେ ତିନି ରଥର ଏକ ନମ୍ୱର ବଡ଼ ଥଳ ପୋଟଳ ସଂଯୋଗ ହୋଇଥିଲା।
ବଡ ଥଳ ପୋଟଳ ଲାଗିବା ପରେ ଭୋଇ ସେବକମାନଙ୍କ ଦ୍ବାରା ପଞ୍ଚମ ହରିବୋଲ ପଡ଼ିଛି।
ଏବେ ଚାଳିରେ ବାକି ପୋଟଳଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରହିଛି।
ତିନି ରଥର ୧୩ ପରସ୍ତ ପୋଟଳ ଲାଗିଥାଏ।
ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ।
ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶୀର୍ଷ ଭାଗ ଅଂଶ ପରି ଦୃଶ୍ୟମାନ ହୋଇଥାଏ।Advertisment Ratha yatra: ରଥଯାତ୍ରା ବ୍ୟବସ୍ଥାବଳୀକୁ ମୋହର: ରତ୍ନଭଣ୍ଡାର ଗଣତିମଣତି ସ୍ଥଗିତ, ନୀଳାଦ୍ରି ବିଜେ ପରେ ନିଷ୍ପତ୍ତି ଏଥିସହ ରଥ ଉପର ସିଂହାସନ ବେଦି ଉଭୟ ପାର୍ଶ୍ୱରେ ତାଗ ବା ବଟନ୍ ବାଡ଼ିଆ କାର୍ଯ୍ୟ କରାଯାଉଛି।
ରୂପକାର ସେବକମାନେ ତିନିରଥର ଦୁଆର ବେଢ଼ାରେ ଲାଗିବା ପାଇଁ ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି।
ତିନି ରଥର ଗୋଟିଏ ଗୋଟିଏ ଚାର ପରିଛାରେ ପଦ୍ମ ଫୁଲ, ମୟୂର, ଡାଳି ଲତା ଖୋଦେଇ କାର୍ଯ୍ୟ ଜାରି ରହିଛି।
ଚିତ୍ରକାର ସେବକମାନେ ତିନି ରଥର ପାର୍ଶ୍ୱ ଦେବାଦେବୀ, ନର୍ତ୍ତକୀ, ଶିଖର ଡମ୍ବରୁ, ଅଁଳା ଓ ଓଲଟ ଶୁଆ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ, ରଥର ବାହ୍ୟ ଅଂଶଗୁଡିକରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି।
Rukuna Ratha: ପଡ଼ିରହିଛି ୪ ବର୍ଷର ରୁକୁଣା ରଥଚକ: ପୁରୁଣା ବ୍ୟବହାର ହେଉନି ନୂଆ କିଣାଯାଉଛି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।