Rathkhala: ରଥଖଳା: ଚାଲିଛି କନକମୁଣ୍ଡି କାର୍ଯ୍ୟ
ପୁରୀ: ଆଜି ଥିଲା ରଥ ନିର୍ମାଣର ୬୯ତମ ଦିବସ। ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି କନକମୁଣ୍ତି କାମ ହୋଇଥିଲା। ଗତକାଲି ନନ୍ଦିଘୋଷ ରଥର ମାଲ କାଠ ହଣା ହୋଇଥିବା ବେଳେ ଆଜି ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଓ ଦେବୀ ସୁଭଦ୍ରାଙ୍କ ରଥ ପାଇଁ ମାଲ ହଣା ହୋଇଛି। ଇତିମଧ୍ୟରେ ରଥର ବ୍ରେକ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ତିନିରଥର ମହାରଣା ସେବକ ଓ ଭୋଇ ସେବକମାନଙ୍କ ସହଯୋଗରେ ତିନିରଥରେ ପଟା ପଡ଼ି ବେଦି ନିର୍ମାଣ ଶେଷ ହେବ। ଏଣେ ବେଦି ସିଂହାସନ ମୁହାଁଟିରେ ଫିଟିଂ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକ ପ୍ରଭାରେ ରୂପ ଖୋଦେଇ ସହ ଖୋଦେଇ କାର୍ଯ୍ୟ ଶେଷ କରିଛନ୍ତି।
GDP: ଇରାନରେ ଦରଦାମ୍ ସ୍ଥିତି ସଙ୍ଗିନ, ମୁଦ୍ରାସ୍ଫୀତି ୮୮.୬%କୁ ବୃଦ୍ଧି
ଚିତ୍ରକାର ସେବକମାନେ ଠେକେରା ବାଡ଼, ଶୁଆ, ଅଁଳା, ଋଷି ପଟା, ହାତୀ ପଟା, ସଖୀମାନଙ୍କର ରଙ୍ଗ କାର୍ଯ୍ୟ ଶେଷ କରି ନାଟ ଗୋଡ଼, ରଥ ପାର୍ଶ୍ୱ ମୂର୍ତ୍ତି, କନ୍ୟା ପଟା ଓ କଳସ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ କରୁଛନ୍ତି। ତିନି ରଥର ସାରଥିରେ ପ୍ରାଇମର୍ ପରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ବେଦି ସିଂହାସନ ଗୁଣ୍ଟି କଣ୍ଟା ଶେଷ କରିବା ସହ ଧ୍ୱଜ ବତା କଣ୍ଟା, ଧୂଳି ଦଣ୍ଡା କଣ୍ଟା, ପ୍ରଭା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।