Rathkhala: ରଥଖଳା: ଘୋଡ଼ା ମରାମତି ପରେ ରଙ୍ଗ ଆରମ୍ଭ

Jul 07, 2026 - 08:05
Rathkhala: ରଥଖଳା: ଘୋଡ଼ା ମରାମତି ପରେ ରଙ୍ଗ ଆରମ୍ଭ

"ପୁରୀ: ଆଜି ଥିଲା ରଥ ନିର୍ମାଣର ୭୭ ତମ ଦିବସ।

ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ତିନି ରଥରେ କଣି ଫାଉଡା ଉପରେ ମଣ୍ତଣି ବତା ଲଗାଇଛନ୍ତି।

ମହାରଣା ସେବକ ଓ ଭୋଇ ସେବକଙ୍କ ସହଯୋଗରେ ରଥର ଉପର ପାର୍ଶ୍ୱ କୋଣ ଗୁଡ଼ିକରେ କଣି ଫାଉଡ଼ି ସଂଯୋଗ ଶେଷ ହୋଇଛି।

ରଥ ପାର୍ଶ୍ୱରେ ଦୁଇଟି ଲେଖାଏଁ ମଣ୍ଡଣି ବତା ପଡ଼ି ଫିଟିଂ କରାଯାଇଛି।

ରଥ ଦଣ୍ତାରେ କନିଆପଟା ଲାଗିଛି।

Advertisment SCB: ଏସ୍‌ସିବି ଶିଶୁ ବିକ୍ରି ପ୍ରସଙ୍ଗ: ତିନି ଥର ଚିଠି ପରେ ଏସ୍‌ସିବି କର୍ତ୍ତୃପକ୍ଷ ଦେଲେ ଉତ୍ତର, ୧୪ରୁ ମାତ୍ର ୫ ଶିଶୁଙ୍କ ରେକର୍ଡ ଅଛି ରୂପକାର ସେବକମାନେ ଘୋଡ଼ାଗୁଡ଼ିକର ରଙ୍ଗ କାର୍ଯ୍ୟ ପୂର୍ବରୁ ମରାମତି ଯାଞ୍ଚ କରିଛନ୍ତି।

ଦର୍ପଦଳନ ରଥର ଗୋଟିଏ ଘୋଡ଼ାର ପଛ ଗୋଡ଼ ସମ୍ପୂର୍ଣ୍ଣ ବଦଳା ଯିବା ଆବଶ୍ୟକ ଥିବାରୁ ଦେବୀ ରଥ ରୂପକାର ସେବକମାନେ ଉକ୍ତ ଘୋଡ଼ାର ପଛ ବାମ ପାର୍ଶ୍ୱ ଗୋଡ଼ ନିର୍ମାଣ ଶେଷ କରିଛନ୍ତି।

ଘୋଡ଼ାରେ ଏହାକୁ ଫିଟିଂ ସହ ପୁଟୁଣି ମରା କାର୍ଯ୍ୟ କରୁଛନ୍ତି।

ରଙ୍ଗ ପାଇଁ ଚିତ୍ରକାର ସେବକଙ୍କୁ ଯୋଗାଇ ଦେଇଛନ୍ତି।

ଚିତ୍ରକାର ସେବକମାନେ ପ୍ରଭାଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗ ଚିତ୍ର କାର୍ଯ୍ୟ ଶେଷ କରିଛନ୍ତି।

ସାରଥିଙ୍କ ଉପର ଭାଗ ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି।

ରୂପକାର ସେବକ ରଥ ସାରଥିଙ୍କ ଗୋଡ଼ ସଂଯୋଗ ସ୍ଥାନରେ ସାରଥି ବାଗିଆ କଣ୍ଟା ବାଡ଼ିଆ ମରାମତି କାର୍ଯ୍ୟ ଶେଷ କରିଛନ୍ତି।

ସାରଥିମାନଙ୍କର ତଳଭାଗ ରଙ୍ଗ କାର୍ଯ୍ୟ ଆରମ୍ବ ହୋଇଛି।

ଚିତ୍ରକାର ସେବକମାନେ ସିଂହାସନ ବେଦି ବାହାର ପାର୍ଶ୍ୱରେ ଗାଈଗୋଠ ଚିତ୍ର ଆଙ୍କିଛନ୍ତି।

ବାହ୍ୟ ଅଂଶଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରହିଛି।

ଦର୍ଜି ସେବକମାନେ ବତା କନାରେ ବିଳାସ ପଟି  ଫିଟିଂ ଶେଷ କରିଛନ୍ତି।

ଦୁଆର ବେଢ଼ା ଚନ୍ଦ୍ରଶାଳିରେ ଫୁଲ ପକା କାର୍ଯ୍ୟ ଶେଷ ହୋଇଛି।

Permanent faculty: ପ୍ରଶିକ୍ଷଣଠାରୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ସବୁ ବନ୍ଦ: କେମିତି ହେବ ଛଉ ନୃତ୍ୟର ବିକାଶ!"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।