Ratha yatra: ଘଣା ଲାଗି ନୀତି ସମ୍ପନ୍ନ, ଖଳି ବିଜେ
"ପୁରୀ: ମହାପ୍ରଭୁଙ୍କ ଘଣା ଲାଗି ନୀତି ସମ୍ପନ୍ନ ହୋଇଛି।
ଶୁଦ୍ଧ ସୁଆରଙ୍କ ଘରୁ ଖଳି ଶ୍ରୀମନ୍ଦିରକୁ ବିଜେ କରିଛି।
ଶ୍ରୀମନ୍ଦିର ପରମ୍ପରା ମୁତାବକ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକମାନେ ଖଳି ମହାପ୍ରସାଦ ଲାଗି ନୀତି ସମ୍ପନ୍ନ କରିଛନ୍ତି।
ଚକଟା ଭୋଗ ଓ ପଣା ଭୋଗ ଶେଷ ପରେ ବିଳମ୍ବିତ ରାତି ପ୍ରାୟ ୧ଟାରେ ଦଇତାପତି ସେବକ ଘଣାକଟାକୁ ପ୍ରବେଶ କରିଥିଲେ।
ପରେ ଘଣାଲାଗି ଆରମ୍ଭ ହୋଇଥିଲା।
ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ ହୋଇଥିଲା।
ମହାପ୍ରଭୁ ଜ୍ବରରେ ପଡ଼ିବା ପରେ ଅଣସର ପିଣ୍ଡିରେ ଦଇତାପତି ଓ ପତି ମହାପାତ୍ର ଗୁପ୍ତ ସେବା କରୁଛନ୍ତି।
ଏହି କ୍ରମରେ ଶ୍ରମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଘଣା, ଖଳି ପ୍ରସାଦ ଲାଗି ନୀତି କରାଯାଇଛି।
ଘଣା ଲାଗି ଓ ଶ୍ରୀପୟର ମୁଦ ପାଇଁ ପାଟଡୋର, ଖଳି ପ୍ରସାଦ ଲାଗି ହୋଇଛି।Advertisment Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ ଶ୍ରୀବିଗ୍ରହମାନଙ୍କ ଘଣା ଲାଗି ସମ୍ପନ୍ନ ହେବା ପରେ ଘଣ୍ଟ, ଛତା, କାହାଳୀ ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା।
ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି।
ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ଘରର ମହିଳାମାନେ ବନ୍ଦାପନା କରିଥିଲେ।
ବିଜେ କାହାଳୀ ବାଜିବା ପରେ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିଥିଲା।
ଶୁଦ୍ଧ ସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥିଲେ।
ଗୋପନୀୟତା ରକ୍ଷା କରି ଦଇତାପତି ଓ ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀରେ ମହାପ୍ରଭୁଙ୍କୁ ରକ୍ତବସ୍ତ୍ର ଆବରଣ କରାଯାଇଥିଲା।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।