Rath Yatra: ଜରଡ଼ାରେ ରଥଯାତ୍ରା, ୫୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ
"ପାତ୍ରପୁର: ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ାଗଡ଼ରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ଓ ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଭକ୍ତମାନେ ସକାଳୁ ଆସି ପ୍ରଭୁ ପାର୍ଥସାରଥି ଓ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥିଲେ।
Advertisment ମନ୍ଦିର କମିଟି ତରଫରୁ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲା।
ଅପରାହ୍ଣ ସାଢ଼େ ଦୁଇଟାରେ ଦର୍ଶନ ବନ୍ଦ ପରେ ୩ଟାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଓ ପରେ ପାର୍ଥସାରଥିଙ୍କ ପହଣ୍ଡି ବିଜେ ହୋଇଥିଲା।
ରାଜା ଦୀପକ ଚନ୍ଦ୍ର ଦେଓ ରଥ ଉପରେ ଛେରାପହଁରା ଦେବା ପରେ ଭକ୍ତଙ୍କ ଜୟଧ୍ଵନି ଓ ହୁଳହୁଳି ଶବ୍ଦ ମଧ୍ୟରେ ପ୍ରାୟ ୫ଟାରେ ରଥଟଣା ହୋଇଥିଲା।
କେ.କୃଷ୍ଣମୂର୍ତ୍ତି ଓ ରାମଗୋପାଳ ପାଢ଼ୀ ଓଡ଼ିଆ ଓ ତେଲୁଗୁ ଭାଷାରେ ଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ।
ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ତହସିଲଦାର ଅଶୋକ ପଟ୍ଟନାୟକ, ଜରଡ଼ା ଥାନାଧିକାରୀ ମୀନାକ୍ଷୀ ଦଳବେହେରା, ସ୍ୱେଚ୍ଛାସେବୀ, ପାତ୍ରପୁର ଦମକଳବାହିନୀ, ଡ୍ରାଇଭର ସଂଘ କର୍ମକର୍ତ୍ତା ଓ ଶ୍ରୀ ଭରତପତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖଙ୍କ ସହଯୋଗ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
ଗୁରୁବାର ପାଗ ସାମାନ୍ୟ ଶୁଖିଲା ହେବା ପରେ ଭକ୍ତଙ୍କ ଭିଡ଼ ବଢିଥିଲା।
ସେହିଭଳି ପାତ୍ରପୁର, ପଦାଦିଗି, ତୁମ୍ବା, ଜୟନ୍ତୀପୁର ପ୍ରମୁଖ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳନ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।