Rath Yatra: ଆରମ୍ଭ ହେଲା ଆଡ଼ପ ଦର୍ଶନ; ଆଡ଼ପ ଅବଢ଼ାରେ ମନ...
"ପୁରୀ (ସତ୍ୟ ନାରାୟଣ ରାଉତରାୟ): ନବଦିନାତ୍ମକ ଯାତ୍ରାରେ ଆସିଥିବା ଚତୁର୍ଦ୍ଧା ବିଗ୍ରହଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ବହୁ ଭକ୍ତଙ୍କ ସମାଗମ ହୋଇଛି।
ଭିଡ଼ ଏତେ ଯେ, ଧାଡ଼ି ବଡ଼ଶଙ୍ଖ ଛୁଇଁଥିଲା।
ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।
ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନାକଚଣା ଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି।Advertisment ଆଡ଼ପମଣ୍ଡପରେ ଦର୍ଶନ ସହ ଆଜି ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ସେବନର ସୁଯୋଗ ହାତଛଡ଼ା କରିନାହାଁନ୍ତି ଭକ୍ତ।
ମାତ୍ର ଠାକୁରଙ୍କ ନୀତି ବଢ଼ି ରୁନ୍ଧା ଶେଷ ବେଳକୁ ସାଢ଼େ ୩ଟା ବାଜି ଯାଇଥିଲା।
ତେଣୁ ଆଜି ସୂର୍ଯ୍ୟ ପୂଜା ହୋଇ ରୋଷ ହେବା ବେଳକୁ ଦ୍ବିପ୍ରହର ହୋଇଯାଇଥିଲା।
ତେଣୁ ଅପରାହ୍ଣ ୪ଟା ୧୦ରେ ସକାଳ ଧୂପ ଶେଷ ହୋଇ ଅବଢ଼ା ବାହାରିଥିଲା।
ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ୫୦-୬୦ ହଜାର ଭକ୍ତ ଓ ୪୦ ହଜାର ଜଣଙ୍କ ପାଇଁ ବରାଦୀ ମହାପ୍ରସାଦ ପ୍ରସ୍ତୁତ କରାଯାଇଛି।
ପ୍ରାୟ ୧ଲକ୍ଷ ସେବନ କରିବା ଭଳି ଅବଢ଼ା ଉପଲବ୍ଧ ରହିଛି।
ମହାପ୍ରଭୁଙ୍କଠାରେ ଆଜିଠାରୁ ଅନ୍ନବ୍ୟଞ୍ଜନ ଲାଗି ହେବା ପରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇଥିଲେ।
ଆଜି ମହାପ୍ରଭୁଙ୍କୁ କୋଠଭୋଗରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଭୋଗ କରାଯାଇଛି।
ଏଥିପାଇଁ ଜୈବିକ ଚାଉଳ ସହ ମୁଗ ଏବଂ ପିଠା ପାଇଁ ବିରି ଯୋଗାଇ ଦିଆଯାଇଥିଲା।
କିଛି ପରିମାଣରେ ବରାଦୀରେ ଏହାକୁ ପ୍ରସ୍ତୁତ କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।