GDP: ‘ଜିଡିପି ଅଭିବୃଦ୍ଧି ୬.୮% ଭିତରେ ରହିବ’
"ନୂଆଦିଲ୍ଲୀ: ଭାରତର ଜିଡିପି ଅଭିବୃଦ୍ଧି ଚଳିତ ଆର୍ଥିକବର୍ଷରେ ୬.୫ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ।
ଡେଲଏଟ୍ ଇଣ୍ଡିଆ ପକ୍ଷରୁ ରବିବାର ଏହି ଆକଳନ କରାଯାଇଛି।
ଆର୍ଥିକବର୍ଷର ଦ୍ବିତୀୟାର୍ଦ୍ଧରେ ଦେଶର ଅଭିବୃଦ୍ଧି ଭଲ ରହିବା ନେଇ ଆଶା ରହିଛି।
ପାର୍ବଣ ଚାହିଦା, କୋହଳ ମୁଦ୍ରାନୀତି ଏବଂ ବିଶ୍ବ ସ୍ଥିତି ସ୍ବାଭାବିକ ହେବା ଆଦି କାରଣରୁ ଏହା ହେବ ବୋଲି କୁହାଯାଇଛି।
Advertisment ଡେଲଏଟ୍ ଏହାର ସଦ୍ୟତମ ଅର୍ଥନୈତିକ ଦୃଶ୍ୟପଟ ରିପୋର୍ଟରେ କହିଛି ୨୦୨୬ରେ ଭାରତର ଅର୍ଥନୀତି ଗୋଲ୍ଡିଲକ୍ସ ପର୍ଯ୍ୟାୟରେ ପ୍ରବେଶ କରିଛି।
ମାକ୍ରୋ ଅର୍ଥନୀତିର ଭିତ୍ତିଭୂମିଗୁଡ଼ିକ ଭଲ ଭାବେ ସନ୍ତୁଳିତ ରହିଛି।
କିନ୍ତୁ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ପାଇଁ ଗୁରୁତ୍ବପୂର୍ଣ୍ଣ ଜାହାଜ ଚଳାଚଳ ମାର୍ଗରେ ବ୍ୟାଘାତ ସୃଷ୍ଟି ହୋଇଛି।
ଏଥିଯୋଗୁ ବିଭନ୍ନ ସାମଗ୍ରୀର ଦରରେ ଅସ୍ଥିରତା ଲାଗି ରହିଛି ଏବଂ ନିବେଶକମାନଙ୍କ ବିଶ୍ବାସ ଦୁର୍ବଳ ହୋଇଛି।
GDP: ଚଳିତ ଆର୍ଥିକବର୍ଷରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୬.୯% ରହିବ: ରିଜର୍ଭ ବ୍ୟାଙ୍କ ବାଣିଜ୍ୟ ନିଅଣ୍ଟ ବଢ଼ିଛି, ବିଦେଶୀ ନିବେଶକମାନେ ନିରନ୍ତରଭାବେ ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହୋଇଛି।
ଏଭଳି ପୃଷ୍ଠଭୂମିରେ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ଦେଶର ଜିଡିପି ଆକଳନକୁ ପୂର୍ବର ୬.୯ ପ୍ରତିଶତରୁ ୬.୬ ପ୍ରତିଶତକୁ କମାଇ ଦେଇଛି।
୨୦୨୫-୨୬ରେ ଦେଶର ଜିଡିପି ଅଭିବୃଦ୍ଧି ୭.୭ ପ୍ରତିଶତ ରହିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।