Rath Yatra In Rourkela: ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ରାଉରକେଲା;  ୭୮ଟି ସ୍ଥାନରେ ଗଡ଼ିଲା ରଥ

Jul 16, 2026 - 20:52
Rath Yatra In Rourkela: ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ରାଉରକେଲା;  ୭୮ଟି ସ୍ଥାନରେ ଗଡ଼ିଲା ରଥ

"ରାଉରକେଲା (ମଳୟ ରଂଜନ ସାହୁ): ଇସ୍ପାତସହର ରାଉରକେଲାରେ ଶାନ୍ତିଶୃଙ୍ଖଳାର ସହ ‌ଶେଷ ହୋଇଛି ଘୋଷଯାତ୍ରା।

ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର।

ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ମା" ସୁଭଦ୍ରାଙ୍କ "ଦେବଦଳନ" ରଥରେ ବିଜେ କରାଯାଇଥିଲା।

ବଳଭଦ୍ରଙ୍କୁ "ତାଳଧ୍ବଜ", ମା" ସୁଭଦ୍ରାଙ୍କୁ "ଦର୍ପଦଳନ" ଓ ଶେଷରେ କାଳିଆଠାକୁରଙ୍କୁ "ନନ୍ଦିଘୋଷ" ରଥରେ ବିଜେ କରାଯାଇଥିଲା।

ତିନିଠାକୁର ରଥାରୁଢ଼ ହେବା ପରେ ଆରମ୍ଭ ହୋଇଥିଲା ଛେରାପହଁରା ପର୍ବ।

Advertisment ଅପରାହ୍ନରେ ଆରମ୍ଭ ହୋଇଥିଲା ରଥଟଣା।

ହଜାରହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରକୁ ବାହାରିଥିଲେ ଚତୁର୍ଦ୍ଧାମୂର୍ତ୍ତି।

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୪୨ଟି ଓ ବଣାଇ ସବ୍‌ଡିଭିଜନ୍‌ର ୩୬ଟି ସ୍ଥାନ ମିଶି ମୋଟ ୭୮ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର ପରିସର ଭକ୍ତଙ୍କ ଉପସ୍ଥିତିରେ ପୂରିଉଠିଥିଲା।

ସହରର ସେକ୍ଟର-୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିର, ଛେଣ୍ଡକଲୋନି ଦେବବିହାର, ଉଦିତନଗର ପଞ୍ଚଦେବ ମନ୍ଦିର, କୋଏଲନଗର, ହନୁମାନବାଟିକା, ପ୍ଲାଣ୍ଟସାଇଟ୍‌, ପାନପୋଷ, ତରେକରା ଆଦି ପ୍ରମୁଖ ସ୍ଥାନରେ  ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।

Rath Yatra: ବିଶାଖାପାଟଣାଠାରେ ରଥଯାତ୍ରା ଆୟୋଜନ ରଥଯାତ୍ରାରେ ଅଘଟଣ ଏଡ଼ାଇବାକୁ ୯୧୧ ଜଣ ଅତିରିକ୍ତ ଏସ୍‌ପି/ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ସହ ୧୬ ଇନ୍ସପେକ୍ଟର, ୫୮ ଏସ୍‌ଆଇ/ଏଏସ୍‌ଆଇ, ୧୩ ଫ୍ଲାଟୁନ୍‌ ଫୋର୍ସ, ଗୋଟିଏ ୟୁନିଟ୍‌ ଡିଭିଏଫ୍‌ଙ୍କ ସହ ୨୯୫ ଜଣ ଗୃହରକ୍ଷୀ ମୁତୟନ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।