Rath Yatra In Koraput: ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଗୁଣ୍ଡିଚା ଯାତ୍ରାର ଅନନ୍ୟ ପରମ୍ପରା

Jul 16, 2026 - 16:38
Rath Yatra In Koraput: ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଗୁଣ୍ଡିଚା ଯାତ୍ରାର ଅନନ୍ୟ ପରମ୍ପରା

"କୋରାପୁଟ (ପ୍ରଦୀପ ପାଢ଼ୀ): କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅବସରରେ ଝିପିଝିପି ବର୍ଷା ‌ସତ୍ବେ ଭକ୍ତଙ୍କ ଲୋକରଣ୍ୟ ଦେଖିବାକୁ ମିଳିଥିଲା।

ଶ୍ରୀଗୁଣ୍ଡିଚା ଯାତ୍ରାରେ ପରମ୍ପରା ଅନୁଯାୟୀ ଆଦିବାସୀମାନଙ୍କୁ ମିଳିଥିଲା ଗୁରୁତ୍ବ।

ଚତୁର୍ଦ୍ଧାମୁର୍ତ୍ତୀଙ୍କ ରଥା ରୁଢ଼ ଓ ରଥ ଟଣାରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି ଶ୍ରଦ୍ଧାଳୁ।

ଘଣ୍ଟଘଣ୍ଟା, ହୁଳହୁଳି, ଭଜନ କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଥିଲା ବଡଦାଣ୍ଡ ଯଥା ରୀତିରେ ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟ ୯ ଟା ୫୦ରୁ ୩ ଠାକୁରଙ୍କ  ଧାଡି ପହଣ୍ଡି ଆରମ୍ଭ ହୋଇଥିଲା।

Advertisment ପ୍ରଥମେ ସୂଦର୍ଶନ, ବଡ଼ଭାଇ ବଳଭଦ୍ର, ପରେ ଭଉଣୀ ସୁଭଦ୍ରା ଓ ଶେଷରେ ବଡ଼ ଠାକୁର ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା।

ଭାବ ଓ ଭକ୍ତିରେ ବନ୍ଧା ଠାକୁରମାନଙ୍କ ପହଣ୍ଡି ବେଳେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ଭଜନ କୀର୍ତ୍ତନ ଓ ନୃତ୍ୟ କରି ମନ୍ଦିରରୁ ରଥ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।

ତିନି ଠାକୁର ରଥାରୁଢ଼ ହେବା ପରେ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ତିନି ଶବର ଗାଁର ମୁଖିଆ ଆଦବାସୀ ସମ୍ପ୍ରଦାୟର ବ୍ୟକ୍ତି ଛେରା ପହଁରା କରିଥିଲେ।

Rath Yatra: ନୋଏଡାରେ ପ୍ରଥମ ଥର ରଥଯାତ୍ରା: ରଥ ଟାଣିଲେ ଭକ୍ତ ଆଦିବାସୀ ବେଶ ଓ ପାରମ୍ପରିକ ନୃତ୍ୟରେ ପାଡୁଆ ଉପରକଣ୍ଡାପାଲି କୋଣ୍ଡାଦୋରା (ଶବର)  ସଂପ୍ରଦାୟର ଲୋକମାନେ ଆଣିଥିବା ଫଳଫୁଲ ପ୍ରଭୁ ଜଗନ୍ନାଥଙ୍କୁ, ଦୁରୁଆ ସଂପ୍ରଦାୟମାନେ ଆଣିଥିବା ଫଳପୁଷ୍ପ ବଳଭଦ୍ରଙ୍କୁ ଓ ଦଶମନ୍ତପୁର ଉପରଗୋଦଲାର ପରଜା ସଂପ୍ରଦାୟମାନେ ଆଣିଥିବା ଫଳପୁଷ୍ପ ଦେବୀ ସୁଭଦ୍ରାଙ୍କୁ ପହିଲି ଭୋଗ ଆକାରରେ ଲାଗି କରାଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ରଥରେ ଉପସ୍ଥିତ ରହି ଜିଲାର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମ ମୁଖିଆ ଓ ନାୟକ ମାନଙ୍କୁ ଶିରପା ପିନ୍ଧାଯାଇଥିଲା।

ରଥ ଉପରେ ଠାକୁରଙ୍କ ରୀତିନିତି ପରେ ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଥିଲା।

ଝିପିଝିପି ବର୍ଷାକୁ ଖାରତିର ନକରି ଯୁବକ, ଯୁବତୀଙ୍କ ଠାରୁ ଆରମ୍ଭ କରି ବୟଷ୍କ ପର୍ଯ୍ୟନ୍ତ ରଥ ଅତି ଆନନ୍ଦର ସହିତ ରଥ ଟଣାରେ ସାମି ହୋଇ ନିଜକୁ ଧନ୍ୟ ମନ କରିଥିଲେ।

ଏହି ରଥଯାତ୍ରାରେ କୋରାପୁଟ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ, ଜିଲ୍ଲା ବାହାର ଓ ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ରର ହଜାର ହଜାର ସଂଖ୍ୟା‌ରେ ଭକ୍ତ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।