Rath Yatra In Kendrapada: ଦୁଇ ହାତ ଗଡ଼ିଲା ରଥ; ଭାବରେ ଭିଜିଲେ ଭକ୍ତ

Jul 16, 2026 - 21:12
Rath Yatra In Kendrapada: ଦୁଇ ହାତ ଗଡ଼ିଲା ରଥ; ଭାବରେ ଭିଜିଲେ ଭକ୍ତ

"କେନ୍ଦ୍ରାପଡ଼ା (ସୁବ୍ରତ ସାମଲ): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି।

ରତ୍ନସି˚ହାସନରୁ ଓହ୍ଲାଇ ରଥାରୂଢ଼ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

ଭକ୍ତ-ଭଗବାନଙ୍କ ଏ ଅପୂର୍ବ ମିଳନରେ ଉଚ୍ଛୁଳିପଡ଼ିଛି ବଡ଼ଦାଣ୍ତ।

ଭାବରେ ଭିଜିଛନ୍ତି ଭକ୍ତ।

ଭାଇ-ଭଉଣୀଙ୍କୁ ସା˚ଗରେ ଧରି ମାଉସୀ ମା" ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ବଳିଆର ଭୁଜ ବଡ଼ ଠାକୁର।

ଅଗଣିତ ଭକ୍ତଙ୍କ ହରିବୋଲ-ହୁଳୁହୁଳି ସା˚ଗକୁ ଘଣ୍ଟଘଣ୍ଟାର ନାଦରେ ପ୍ରକମ୍ପିତ ହୋଇଛି ତୁଳସୀକ୍ଷେତ୍ରାଧିପତି ବଳଦେବଜିଉଙ୍କ ରଥଦାଣ୍ତ।

ଧାର୍ଯ୍ୟ ସମୟଠୁ ଅଳ୍ପ କିଛି ସମୟ ବିଳମ୍ବ ରଥଟଣା ଆରମ୍ଭ ହୋଇଥିଲା ବେଳେ ସ˚ଧୢା ହେଇଯିବା କାରଣରୁ ରଥ ମାତ୍ର ଦୁଇ ହାତ ବା ୩୦ମିଟର‌୍‌ ଗଡ଼ିବା ସମ୍ଭବ ହୋଇଛି।

ଆସନ୍ତାକାଲି ଦିନ ୨ଟାରୁ ପୁଣି ରଥଟଣା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ରଘୁରାମ୍‌ ଆର‌୍‌.

ଆୟାର‌୍‌ ସୂଚନା ଦେଇଛନ୍ତି।Advertisment ଶ୍ରୀଗୁଣ୍ତିଚା ପାଇଁ ଆଜି ଭୋର୍‌ରୁ ଦ୍ବାରଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶ୍ରୀଜିଉଙ୍କ ପାଖେ ଜୟ ମ˚ଗଳା ଆଳତୀ କରାଯିବା ପରେ ନୀତି ସ୍ନାନ ବଲ୍ଲଭ, ଖେଚୁଡ଼ି ଧୂପ ଲାଗି ହୋଇଥିଲା।

ପରକୁ ପର ତିନି ଠାକୁରଙ୍କ ସେନାପଟା ଲାଗି ହେଇ ମ˚ଗଳାର୍ପଣ ନୀତି ହୋଇଥିଲା।

ଅପରାହ୍ନ ୩ରୁ ସାଢେ଼ ୩ଟା ଭିତରେ ପହଣ୍ତି ବିଜେ ଆରମ୍ଭ ହୋଇଥିଲା।

ପ୍ରଥମେ ବଳଦେବଙ୍କୁ ପହଣ୍ତି ବିଜେ କରାଯାଇଥିଲା।

ବଡ଼ଠାକୁର ରଥାରୂଢ଼ ହେବା ପରେ ଦେବୀ ସୁଭଦ୍ରା ଏବ˚ ପରେ ମହାପ୍ରଭୁ ଜଗନ୍ନାଥ ରଥକୁ ବରାଜିଥିଲେ।

ସ˚ଧୢା ପ୍ରାୟ ସାଢେ଼ ୫ଟାରେ ଶ୍ରୀଜିଉଙ୍କ ପହଣ୍ତିବିଜେ ସରିଥିଲା।

ଏହାପରେ ପଣା ଭୋଗ ରଥାରୂଢ଼ ଶ୍ରୀଜିଉଙ୍କ ପାଖେ ଲାଗି ହୋଇଥିଲା।

ରାଜପୁରୋହିତ ମୃତ୍ୟୁଞ୍ଜୟ ପତି ରଥରେ ଛେରା ପହଁରା କରିଥିଲେ।

ବିଧି ମୁତାବକ ଏ ସବୁ ନୀତି ସ˚ପନ୍ନ ହେବା ପରେ ଅପେକ୍ଷାରତ ହଜାର ହଜାର ଭକ୍ତ ଆଗ୍ରହର ସହିତ ରଥକୁ ଟାଣିଥିଲେ।

ମାତ୍ର ତିରିଶ ଚାଳିଶ ମିଟର‌୍‌ ରଥ ଗଡ଼ି ଅଟକି ଯାଇଥିଲା ବେଳେ ଦଉଡ଼ି ଛିଡ଼ିଯିବା ଦେଖିବାକୁ ମିଳିଥିଲା।

ପରମ୍ପରା ମୁତାବକ ସାରା ରାଜ୍ୟରେ ଶ୍ରୀଗୁଣ୍ତିଚା ଦିନ ବିଶେଷ କିଛି ଅସୁବିଧା ନ ହେଲେ ରଥ ମାଉସୀ ମା" ମନ୍ଦିରରେ ପହଞ୍ଚିବାର ବିଧି ଥିବା ବେଳେ ବଳଦେବଜିଉଙ୍କ ପୀଠରେ କିନ୍ତୁ ଦୁଇ ଦିନିଆ ଶ୍ରୀଗୁଣ୍ତିଚା ଯାତ୍ରା ପାଳନ କରାଯାଇଥାଏ।

ତେଣୁ ପ୍ରଥମ ଦିନ କେବଳ ବିଧି ରକ୍ଷା ପାଇଁ ଅଳ୍ପ କିଛି ହାତ ରଥ ଟଣା ଯାଇଥାଏ।

ଦ୍ବିତୀୟ ଦିନ ରଥ ମାଉସୀ ମା" ମନ୍ଦିର ଚକଡ଼ାରେ ଲାଗିବା ପରେ ତୃତୀୟ ଦିନ ପହଣ୍ତି ବିଜେରେ ଶ୍ରୀଜିଉ ଜନ୍ମବେଦୀକୁ ବିରାଜିଥା"ନ୍ତି।

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

କର୍ଡନ୍‌ ଭିତରେ  ପୁଲିସ ଅଧିକାରୀ ମାଇକ୍‌ ଧରି ସୁରକ୍ଷିତ ଭାବେ ରଥ ଟାଣିବାକୁ ଭକ୍ତଙ୍‌ୁ ନିବେଦନ କରିଥିଲେ।

ଜିଲ୍ଳାପାଳ ଶ୍ରୀ ଆୟାର‌୍‌, ଟ୍ରଷ୍ଟ ବୋର୍ଡ ଅଧୢକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନା, ଦେବୋତ୍ତର ସ˚ସ୍ଥା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।