Rath In Kandhamal: ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମହାମିଳନ
"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ପବିତ୍ର ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମହାମିଳନ ଘୁ.ଉଦୟଗିରି ବଡ଼ଦାଣ୍ଡ ହେଲା ଲୋକାରଣ୍ୟ।
ମହା ଆଡ଼ମ୍ବରରେ ମହାପ୍ରଭୁଙ୍କ ରୀତିନୀତି ପରେ ତାଳଧ୍ଵଜ, ଦର୍ପଦଳନ ଓ ନଦିଘୋଷ ରଥ ପଣ୍ଡିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠା ହୋଇ ମନ୍ଦିର ସେବାୟତଙ୍କ ଦ୍ଵାରା ସମସ୍ତ ନିତିକାନ୍ତି ଅନୁଯାୟୀ ତିନି ଠାକୁରଙ୍କ ପହଣ୍ଡି ବିଜେ କରି ରଥାରୂଢ଼ ହୋଇଥିଲେ ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ।
Advertisment ପରେପରେ କେ ରାମାରାଓ ପାତ୍ରଙ୍କ ରଥ ବିଜେ ଓ ଛେରା ପହଁରା ନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା।
ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ଵଜ ମାଉସୀ ଘରକୁ ଯାତ୍ରା ଆରମ୍ଭ ହୋଇଥିଲା କିଛି ଦୂର ଯିବା ପରେ ଦର୍ପଦଳନ ମା ସୁଭଦ୍ରାଙ୍କ ରଥଟାଣିଲେ ସ୍ଥାନୀୟ ମହିଳା ଭକ୍ତ କିଛି ସମୟ ପରେ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ହୋଇ ମାଉସୀମା ମନ୍ଦିରକୁ ଯିବା ପୂର୍ବରୁ ସ୍ଥାନେ ସ୍ଥାନେ ରୁହନ୍ତି ଜଗତର ନାଥ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେଇ ପୂଜା ପାଇବା ପରେ ପୁଣି ଗଡେ ନଦିଘୋଷ।
ଏମିତି ମହା ଆଡ଼ମ୍ବରରେ ପାଳିତ ହୋଇଥିଲା ପ୍ରସିଦ୍ଧ ରଥଯାତ୍ରା।
ଚତୁର୍ଦ୍ଧାମୁରତିଙ୍କ ପ୍ରସିଦ୍ଧ ରଥଯାତ୍ରା ନିମିତ୍ତ ଲୋକାରଣ୍ୟ ହୋଇଥିଲା ସହରର ମୁଖ୍ୟ ସଡ଼କ।
ପ୍ରତିକୂଳ ପାଗ ସତ୍ତ୍ୱେ ସମସ୍ତ ଭକ୍ତ ଓ ଭଗବାନଙ୍କ ମିଳନରେ ସମ୍ପୂର୍ଣ ପରିବେଶ ଭକ୍ତିମୟ ହୋଇଥିବା ଦେଖିବାକୁ ମିଳିଥିଲା।
ସନ୍ଧ୍ୟାରେ ତିନି ରଥ ଗୁଣ୍ଡିଚା ଘରେ ପହଞ୍ଚିଥୁଲେ।ଆସନ୍ତା କାଲି ଚତୁର୍ଦ୍ଧା ମୁରତୀଙ୍କ ମାଉସୀ ମା ମନ୍ଦିର ଭିତରକୁ ପହଣ୍ଡି ହୋଇ ବିଜେ ହେବେ।ରଥଯାତ୍ରା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର କମିଟି ସଭାପତି ସମୀର କୁମାର ପାଢୀଙ୍କ ତତ୍ୱାବଧାନରେ ଏବଂ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ଅରୁଣ ଷଡଙ୍ଗୀ,.
ସହ ସମ୍ପାଦକ ସଞ୍ଜୟ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଗଣେଶ୍ୱର ପାଢ଼ୀ, ସଭ୍ୟ ହେମନ୍ତ ପାଣିଗ୍ରାହୀ, ଅଜିତ ପଣ୍ଡା, ପିଣ୍ଟୁ ସାହୁ, କାଳୁଚରଣ ପଣ୍ଡାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମନ୍ଦିରର ମୁଖ୍ୟ ସେବାୟତ ଅଚ୍ୟୁତାନନ୍ଦ ପଣ୍ଡା, ମାନସ ପଣ୍ଡା ଏବଂ ଚନ୍ଦ୍ରକାନ୍ତ ପଣ୍ଡା ଓ ସମସ୍ତ ସେବାୟତଙ୍କ ସହଯୋଗରେ ଏ ବର୍ଷ ଘୋଷଯାତ୍ରା ଅତି ସୁନ୍ଦର ଭାବରେ ଓ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା।
ତିନି ରଥରେ ତହସିଲଦାର ସମୁଦ୍ର ମିଶ୍ର,ଅତିରିକ୍ତ ତହସିଲଦାର ଦେବାଶିଷ ଜେନା,ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ବିଡିଓ ସତ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଏସଆଇ ରୂପକ ଦଳେଇ,ପ୍ରଦୀପ ରାଉଳଙ୍କ ସମେତ ,ଫୋର୍ସ, ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ବନପାଳ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷାର୍ଥୀ ମାନେ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।