Rath Yatra In Baripada: ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଉତ୍ସବ ମୁଖର
"ବାରିପଦା (ବଟକୃଷ୍ଣ ବିହାରୀ): ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆସନ୍ତାକାଲି ରଥ ଗଡ଼ିବ।
ଭକ୍ତ ଓ ଭଗବାନଙ୍କ ମଧ୍ୟ ହେବ ମହାମିଳନ।
ଏଥି ନିମନ୍ତେ ବାରିପଦା ସହର ଉତ୍ସବ ମୁଖରିତ ହୋଇପଡ଼ିଛି।
ଗତକାଲି ପୁରୀ ଶ୍ରୀକ୍ଷେତ୍ରରେ ପହଣ୍ଡି ବିଜେ ଓ ଆଜି ଘୋଷଯାତ୍ରା ହୋଇଥିବା ବେଳେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ନୀତିକାନ୍ତୀ ଅନୁଯାୟୀ ଆଜି ପହଣ୍ଡି ବିଜେ ହୋଇଛି।
ଅପରାହ୍ନ ୪ଟା ୩୦ରୁ ପହଣ୍ଡି ବିଜେ ଆରମ୍ଭ ହୋଇ ସାଢେ ୭ଟା ପର୍ଯ୍ୟନ୍ତ ଚାଲିଥିଲା।
ପ୍ରଥମେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଛି।
Advertisment ଆସନ୍ତାକାଲି ବଡଦାଣ୍ଡରେ ରଥ ଗଡ଼ିବ।
ନିର୍ଦ୍ଧାରିତ ୨ଟା ୩୦ ମିନିଟରେ ରଥଟଣା ଆରମ୍ଭ ହେବ।
ପ୍ରଥମେ ବଳଭଦ୍ରଙ୍କ ରଥ ଓ ପଛରେ ସୁଭଦ୍ରାଙ୍କ ରଥ ଟଣାଯିବ।
ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଟାଣିବେ।
୧୮ ତାରିଖରେ ମହାପ୍ରଭୂ ଜଗନ୍ନାଥ ମାଉସୀ ମା ମନ୍ଦିର ଅଭିମୁଖେ ବାହାରିବେ।
କହିବାକୁ ଗଲେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ୨ ଦିନ ଧରି ଘୋଷଯାତ୍ରା ଅନୁଷ୍ଠିତ ହେବ।
ତାପରେ ରହିଛି ବାହୁଡ଼ାଯାତ୍ରା।
ରଥ ଓ ବାହୁଡ଼ାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସୁପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
ସହରକୁ ରଙ୍ଗବେରଙ୍ଗରେ ସଜା ଯାଇଛି।
ରଥଯାତ୍ରା ସମୟରେ ବଡଦାଣ୍ଡ (ଜଗନ୍ନାଥ ମନ୍ଦିରଠୁ ମାଉସୀମା ମନ୍ଦିର) ରାସ୍ତା ଦେଇ କୌଣସି ବଡ ଯାନବାହାନ ଚଳାଚଳ କରିପାରିବ ନାହିଁ।
ବିକଳ୍ବ ରାସ୍ତା ଦେଇ ଭାରିଯାନ ଚଳାଚଳ କରିବ।
ଏଥି ନିମନ୍ତେ ପୁଲିସ ପକ୍ଷରୁ ରୁଟ୍ ଚାର୍ଟ ଜାରି କରାଯାଇଛି।
ରଥଯାତ୍ରାଠୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୧୨୦ରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ୨୮ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ହୋଇଥିବା କହିଛନ୍ତି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଡୁପାଲ୍ଲି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।