Rath Yatra 2026: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ

Jul 16, 2026 - 00:03
Rath Yatra 2026: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ

""ଦୋଳେ ଚ ଦୋଳଗୋବିନ୍ଦମ, ଚାପେ ଚ ମଧୁସୁଦନମ୍‌।

ରଥେ ତୁ ବାମନମ ଦୃଷ୍ଟ୍ଵା, ପୁର୍ନଜନ୍ମ ନ ଲଭ୍ୟତେ।" Advertisment ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧରିବା ପାଇଁ ରଥାରୁଢ଼ ହୋଇ ବଡଦାଣ୍ଡରେ ଭକ୍ତଙ୍କ ମେଳରେ ଯାତ୍ରା କରିଥାନ୍ତି।

ଆଉ ସେହି ପରଂବ୍ରହ୍ମ ନାରାୟଣଙ୍କୁ ରଥାରୁଢ଼ ଅବସ୍ଥାରେ ଏହି ଚର୍ମ ଚକ୍ଷୁରେ ଦର୍ଶନ କଲେ ଏହି ଭବ ସାଗରରୁ ପାର ହେବା ସହିତ ଆଉ ପୁର୍ନଜନ୍ମ ମିଳି ନ ଥାଏ।

ଆତ୍ମା ମୋକ୍ଷ ଲାଭ କରିଥାଏ।

ଏହା ପଛରେ ରହିଛି କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ବିଶ୍ୱାସ।

ଆଉ ସେହି ଭକ୍ତ- ଭଗବାନ ବିଶ୍ୱାସର ମହାନ ପର୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା।

ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଆଜି ଲୋକାରଣ୍ୟ ହୋଇ ଉଠିଛି ବଡ଼ଦାଣ୍ଡ।

ଭକ୍ତଙ୍କ ଗୁହାରି, ଆନନ୍ଦର ଅଶ୍ରୁରେ ଆଜି ଏକ ବିଚିତ୍ର ଶୋଭା ଧାରଣ କରିଛି ବଡ଼ଦାଣ୍ଡ।

ରଥଯାତ୍ରା ପୁରୀ ଠାରୁ ଓଡ଼ିଶାର ପଲ୍ଲୀ ପର୍ଯ୍ୟନ୍ତ ବିସ୍ତୃତ।

ଭାରତର ପ୍ରମୁଖ ସହର ସହିତ ବିଦେଶରେ ମଧ୍ୟ ଏହା ପାଳନ କରାଯାଉଛି।

ମହାପ୍ରଭୁ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ।

ପୁରୀର ରଥଯାତ୍ରା ବିଶ୍ବ ପ୍ରସିଦ୍ଧ।

ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ରଥଯାତ୍ରା ହେଉଛି ମୁଖ୍ୟ ଉତ୍ସବ।

ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହେଉଥିବା ମହାପ୍ରଭୁଙ୍କର ଏହି ଯାତ୍ରା ୯ଦିନ ପାଇଁ ହୋଇଥାଏ।

ଏହି ଯାତ୍ରା ଘୋଷ ଯାତ୍ରା, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ବର୍ଣ୍ଣିତ।

ରଥଯାତ୍ରା ନୀତିକାନ୍ତି ସକାଳ ୬ଟା: ମଳଙ୍ଗ ଆଳତି ୬ଟା ୧୦ରୁ ୬ଟା ୩୦: ମଇଲମ ଓ ତଡ଼ପଲାଗି ୬ଟା ୩୦: ରୋଷହୋମ ସକାଳ ୭ଟା: ଅବକାଶ: ୭ଟା ୧୦: ସୂର୍ଯ୍ୟପୂଜା ୭ଟା ୩୦: ଦ୍ବାରପାଳ ପୂଜା ୭ଟା ୩୦: ବେଶ ଶେଷ: ୮ଟାରୁ ୯ଟା: ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ପୂର୍ବାହ୍‌ଣ ୯ଟା: ରଥ ପ୍ରତିଷ୍ଠା ୯ଟା ୧୫: ମଙ୍ଗଳାର୍ପଣ ୯ଟା ୩୦: ପହଣ୍ଡି ଆରମ୍ଭ ୧୨ଟା ୩୦: ପହଣ୍ଡି ‌ଶେଷ ୧୨ଟା ୩୦ରୁ ୧ଟା: ମଦନମୋହନ ବିଜେ ୧ଟା ୩୦ରୁ ୨ଟା: ଚିତାଲାଗି ୧ଟା ୩୦ରୁ ୨ଟା ୩୦: ବେଶ ଶେଷ ଅପରାହ୍ଣ ୨ଟାରୁ ୩ଟା: ଛେରାପହଁରା ୩ଟାରୁ ୪ଟା: ଚାରଫିଟା ଓ ଘୋଡ଼ା ସାରଥୀ ଲାଗିବା ଅପରାହ୍‌ଣ ୪ଟାରୁ ରଥ ଟଣା ଆରମ୍ଭ  ବି: ଦ୍ର: ଉକ୍ତ ନୀତି ନିର୍ଘଣ୍ଟ ଚିଠାରେ ପ୍ରଦତ୍ତ ସମୟ କେବଳ ସୂଚନା ପାଇଁ ଉଦ୍ଦିଷ୍ଟ।

ପ୍ରକୃତ ସମୟ ଉକ୍ତ ଦିନର ନୀତି ପରିଚାଳନା ଉପରେ ନିର୍ଭର କରୁଛି।

ଲୀଳାମୟ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ Sambad Digital ତାର ଅଗଣିତ ପାଠକ, ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ଅଭିନନ୍ଦନ ଜଣାଉଛି।

ମହାପ୍ରଭୁଙ୍କର ଏହି ବାର୍ଷିକ ଯାତ୍ରାର ସମସ୍ତ ବିବରଣୀ ଖବର ମାଧ୍ୟମରେ ପାଠକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛୁ।

ରଥଯାତ୍ରାର ସଦ୍ୟତମ ବିବରଣୀ ଜାଣିବା ପାଇଁ sambad.in ସହିତ ଜଡ଼ିତ ରୁହନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।