Rath Yatra: ରଥଯାତ୍ରା ପାଇଁ ପୁରୀରେ ଆଲର୍ଟ: ସାଇବର୍ ଅପରାଧୀଙ୍କ ଟାର୍ଗେଟ୍ରେ ୧୨ ଶହ ହୋଟେଲ୍
କଟକ: ପୁରୀ ରଥଯାତ୍ରା ପୂର୍ବରୁ ସହରର ସମସ୍ତ ହୋଟେଲ୍ଗୁଡ଼ିକୁ ହାଇଆଲର୍ଟ କରାଯାଇଛି। ଏହି ହୋଟେଲ୍ ନାଁରେ ସାଇବର୍ ଅପରାଧୀ ଗୋଷ୍ଠୀ କ୍ଲୋନ୍ ୱେବ୍ସାଇଟ୍ ପ୍ରସ୍ତୁତ କରି ଏହାରି ମାଧ୍ୟମରେ ଯାତ୍ରୀଙ୍କ ହୋଟେଲ୍ ବୁକିଂ କରି ଲକ୍ଷାଧିକ ଟଙ୍କା ଲୁଟ୍ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ୨୩୮ଟି ଭୂତ ୱେବ୍ସାଇଟ୍ ସମ୍ପୂର୍ଣ୍ଣ ଭାବେ ବ୍ଲକ୍ କରି ସାରିଲାଣି। ରାଜ୍ୟ, ଦେଶ ତଥା ବିଦେଶୀରୁ ଲକ୍ଷଲକ୍ଷ ଯାତ୍ରୀ ପୁରୀକୁ ଆସୁଥିବା ବେଳେ ସାଇବର୍ ଅପରାଧୀ ଗୋଷ୍ଠୀ ଏହି ଲୁଟ୍ ଜାଲ ବିଛାଇଛନ୍ତି। ଏହି ଜାଲ୍ ୱେବ୍ସାଇଟ୍ ରୋମାନିଆ, ବ୍ରାଜିଲ୍, ଇଣ୍ଡୋନେସିଆ, ହଂକଂ, ମକାଓ, ସିଙ୍ଗାପୁର, ୟୁକ୍ରେନ୍, ଚୀନ, ଥାଇଲାଣ୍ଡ, ଫିଲିପାଇନ୍ସ, ନାଇଜେରିଆରେ ପ୍ରସ୍ତୁତ ହେବା ସହିତ ହୋଷ୍ଟିଂ ହେଉଥିବା କୁହାଯାଉଛି। ଯେତେବେଳେ କ୍ରାଇମବ୍ରାଞ୍ଚ ଏହି ଜାଲ୍ ୱେବ୍ସାଇଟ୍ ପଛର ଅସଲ ଚେହେରା ସାମନାକୁ ଆଣିବାକୁ ଚାହୁଁଛି, ସମ୍ପୃକ୍ତ ଦେଶ ପକ୍ଷରୁ ୱେବ୍ସାଇଟ୍ ମାଲିକାନା ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଉ ନଥିବାରୁ ଏହା କ୍ରାଇମବ୍ରାଞ୍ଚ ପାଇଁ ଚିନ୍ତା ବଢ଼ାଇ ଦେଇଛି।
Egypt The Octagon: ଇଜିପ୍ଟର ଦି ଅକ୍ଟାଗନ୍
୨୩୮ ଭୂତ ୱେବସାଇଟ୍ ବନ୍ଦ କଲା କ୍ରାଇମବ୍ରାଞ୍ଚ
ଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିିମ୍
୧୦ରୁ ୨୫ ଯାଏଁ ଯାଞ୍ଚ
ରଥଯାତ୍ରା ପାଇଁ ସାଇବର୍ ଅପରାଧୀମାନେ ପୁରୀରେ ଅନ୍ଲାଇନ୍ରେ ଭୂତ ହୋଟେଲ୍ ଓ ୱେବ୍ସାଇଟ୍ ଖୋଲିଛନ୍ତି। କମ୍ ମୂଲ୍ୟରେ ଆରାମଦାୟକ ରୁମ୍, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ରିହାତି ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଇ ପୁରୀ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଉଛି। ପର୍ଯ୍ୟଟକମାନେ ବୁକିଂ ସମୟରେ ସମ୍ପୂର୍ଣ୍ଣ ଦେୟ ୟୁପିଆଇ, ଵାଲେଟ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଠାଇବାକୁ କୁହାଯାଉଛି। ଏହି ଭୂତ ୱେବ୍ସାଇଟ୍ ପକ୍ଷରୁ ନକଲି କଷ୍ଟମର୍ କେୟାର୍ ନମ୍ବର ମଧ୍ୟ ୱେବସାଇଟ୍ରେ ଉଲ୍ଲେଖ ରହୁଛି। ଟଙ୍କା ପୈଠ ପରେ ଅନ୍ଲାଇନ୍ ମାଧ୍ୟମରେ ଯାତ୍ରୀଙ୍କୁ ରସିଦ୍ ଦିଆଯାଉଛି। ଗୁଗୁଲ୍ରେ ପୁରୀର ହୋଟେଲ୍ଗୁଡ଼ିକ ସମ୍ପର୍କରେ ସର୍ଚ୍ଚ କଲେ ସର୍ବପ୍ରଥମେ ଏହି ଭୂତ ୱେବ୍ସାଇଟ୍ଗୁଡ଼ିକର ତାଲିକା ଆସୁଥିବା ଦେଖିବାକୁ ମିଳୁଛି। ରାଜସ୍ଥାନ, କେରଳ, ମୁମ୍ବାଇ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଦିଲ୍ଲୀ, ଝାଡ଼ଖଣ୍ଡର ଜାମ୍ତାରା, ହରିୟାଣାର ମେଵାଟ୍, ଗୁଜରାଟର ସାଇବର୍ ଅପରାଧୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଉଛି। ବର୍ତ୍ତମାନ ସୁଦ୍ଧା ୪୦ ଜଣ ଯାତ୍ରୀ କ୍ରାଇମବ୍ରାଞ୍ଚରେ ଠକେଇର ଶିକାର ନେଇ ଅଭିଯୋଗ କରିଛନ୍ତି।
Blind Belief: ୫ ବର୍ଷରେ ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲାଣି ୭ ମୁଣ୍ଡ
୨୦୨୬ ଜାନୁଆରି ୧ରୁ ଜୁନ୍ ୩୦ ତାରିଖ ଯାଏଁ କ୍ରାଇମବ୍ରାଞ୍ଚ ୨୧୨ଟି ନକଲି ହୋଟେଲ ୱେବ୍ସାଇଟ୍ ଓ ୨୬ଟି ୱେବ୍ପେଜ୍ ଚିହ୍ନଟ କରିଛି। କେବଳ ଗଲା ଜୁନ୍ରେ ୫୦ଟି ନକଲି ୱେବ୍ସାଇଟ୍ ଓ ୨୬ଟି ନକଲି ୱେବ୍ପେଜ୍ ଚିହ୍ନଟ କରିବା ସହିତ ଏଗୁଡ଼ିକ କ୍ରାଇମବ୍ରାଞ୍ଚ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବ୍ଲକ୍ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ଆଇଜି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଏହାକୁ ସିଧାସଳଖ ପରିଚାଳନା କରିବେ। ଏଥିରେ ଅତିରିକ୍ତ ଏସ୍ପି ପାହ୍ୟାର ଜଣେ ପୁଲିସ ଅଫିସରଙ୍କ ସମେତ ଜଣେ ଇନସ୍ପେକ୍ଟର୍, ଦୁଇଜଣ ଏସ୍ଆଇ, ଚାରିଜଣ କନେଷ୍ଟବଳ ରହିବେ। ଆସନ୍ତା ୧୦ ତାରିଖରୁ ୨୫ ତାରିଖ ଯାଏଁ ଏହି ଟିମ୍ ୨୪ଘଣ୍ଟା ପୁରୀ ସହରରେ ଥିବା ୧୨ ଶହ ହୋଟେଲକୁ ସ୍କାନର୍ରେ ରଖିବ। ପ୍ରତ୍ୟେକ ହୋଟେଲକୁ ଏହି ଟିମ୍ ଯାଇ ହୋଟେଲର ତଥ୍ୟ ଯାଞ୍ଚ କରିବା ସହିତ ଉକ୍ତ ହୋଟେଲ୍ ନାଁରେ ସେଭଳି କୌଣସି ଜାଲ୍ ୱେବ୍ସାଇଟ୍ ଗୁଗୁଲରେ ରହିଛି କି ନାହିଁ, ଯାଞ୍ଚ କରିବ। ମୁଖ୍ୟତଃ ସମୂଦ୍ରକୂଳରେ ଥିବା ୩୫୦ ହୋଟେଲକୁ ପ୍ରାଥମିକତା ଦିଆଯିବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏସ୍ଏସ୍ଏଲ୍ ସାର୍ଟିଫିକେଟ୍ ମିଳିଥିବା ୱେବ୍ସାଇଟ୍ଗୁଡ଼ିକ ସାଧାରଣତଃ ଅସଲି ଏବଂ ସୁରକ୍ଷିତ। ଏହା ସହିତ ମୋବାଇଲ ନମ୍ବର ଯାଞ୍ଚ କରିବା ପରେ ଏଥିପ୍ରତି ଦୃଷ୍ଟି ଦେଇ ଅନ୍ଲାଇନ୍ ବୁକିଂ କରିବା ଉଚିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।