07 JULY 2026

Welcome!

Unlock your personalized experience.
Sign Up

Rath Yatra: ପୁରୀରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ‘ମନଇଚ୍ଛା କର୍ଡନ୍‌ ପାସ୍‌ ଦିଅନି’

Jul 07, 2026 - 06:10
Rath Yatra: ପୁରୀରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ‘ମନଇଚ୍ଛା କର୍ଡନ୍‌ ପାସ୍‌ ଦିଅନି’

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଟାଉନ୍‌ ହଲ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସମର୍ପଣ ଭାବ ନେଇ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆମର ବୁଦ୍ଧି, ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତା- ଏସବୁକୁ ଏକାଠି କରି ଅଧିକାରୀ, କର୍ମଚାରୀ ଓ ସେବକ ବନ୍ଧୁମାନେ ରଥଯାତ୍ରା ପରିଚାଳନା କରିବା ଆବଶ୍ୟକ। ଏହାଦ୍ୱାରା ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ। କୌଣସି ଅନଧିକୃତ ବ୍ୟକ୍ତିକୁ ପାସ୍‌ ପ୍ରଦାନ ନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ନୀତି ସମ୍ପୃକ୍ତ ସେବାୟତ ଓ କାର୍ଯ୍ୟରତ ପୁଲିସ ଯେଭଳି କର୍ଡନ୍‌ ଭିତରେ ରହିବେ ସେ ନେଇ ଜିଲ୍ଲା ପ୍ରଶାସନ ନିଶ୍ଚିତ କରୁ ବୋଲି ସେ କହିଥିଲେ। ରଥଯାତ୍ରା କେବଳ ପୁରୀ ନୁହେଁ, ସାରା ଓଡ଼ିଶା, ସମଗ୍ର ଦେଶ ଓ ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏହି ପର୍ବ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ସୁରକ୍ଷିତ ରଥଯାତ୍ରା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ବିଗତ ବର୍ଷରେ ଯେଉଁ ସବୁ ଛୋଟବଡ଼ ଅଘଟଣ ଘଟିଛି, ସେ ସବୁକୁ ସୁଧାରି ସମନ୍ବୟ ରକ୍ଷା କରି କାମ କଲେ ରଥଯାତ୍ରା ଶୃଙ୍ଖଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ...

ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଗମନାଗମନ, ଟ୍ରାଫିକ୍‌ ନିୟନ୍ତ୍ରଣ ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି। ଗତ ଦୁଇ ବର୍ଷରେ ଯେଉଁ ଅଭିଜ୍ଞତା ମିଳିଛି ସେସବୁକୁ ଦୃଷ୍ଟିରେ ରଖି ଉପଯୁକ୍ତ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସଚେତନତା ପାଇଁ ବିଭିନ୍ନ ଗଣମାଧ୍ୟମ, ଡାକବାଜି ଯନ୍ତ୍ର ଓ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବାକୁ ହେବ। ମହାପ୍ରଭୁଙ୍କ ନୀତିକାନ୍ତି, ଅନ୍ୟାନ୍ୟ ସେବା, ଟ୍ରାଫିକ୍‌ ଚଳାଚଳର ସଦ୍ୟତମ ସ୍ଥିତି ଏବଂ ଅନ୍ୟାନ୍ୟ ଜରୁରୀ ସୂଚନା ଲୋକଙ୍କ ପାଖରେ ପହଞ୍ଚିଗଲେ ଅନେକ ସମସ୍ୟାକୁ ଏଡ଼ାଇ ହେବ। ଗୁଜବ ସୃଷ୍ଟିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। 

Education: ବର୍ଷା କାଦୁଅ ପାଇଁ ଅଧାବାଟରୁ ଫେରିଆସିଲେ ଛାତ୍ରଛାତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ‘ରୂପରେଖ- ରଥଯାତ୍ରା ୨୦୨୬’ ପୁସ୍ତିକାର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ, ସାଂସଦ, ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରସ୍ତୁତିର ବିବରଣୀ ଉପସ୍ଥାପନ କରିଥିଲେ। ପୁଲିସ ଡିଜି ୱାଇବି ଖୁରାନିଆ ସୁରକ୍ଷା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଧନ୍ୟବାଦ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।