Rashmi wins: ରଶ୍ମିଙ୍କୁ ପୁଣି ‘ଡାକଶ୍ରୀ’ ମୁକୁଟ: ୪ ଥର ‘ଡାକଶ୍ରୀ’ ଜନ୍ମେଜୟଙ୍କ ଅକାଳ ବ‌ିୟୋଗ

Oct 18, 2026 - 07:35
Rashmi wins: ରଶ୍ମିଙ୍କୁ ପୁଣି ‘ଡାକଶ୍ରୀ’ ମୁକୁଟ: ୪ ଥର ‘ଡାକଶ୍ରୀ’ ଜନ୍ମେଜୟଙ୍କ ଅକାଳ ବ‌ିୟୋଗ

"ଭୁବନେଶ୍ବର: ସଂଯୋଗବଶତଃ ଓଡ଼ିଶା ନିଜର ଅଗ୍ରଣୀ ଡାକଶ୍ରୀ ମୁକୁଟ ବିଜେତାଙ୍କୁ ହରାଇବା ଦିନ ହିଁ  ଆଉ ଜଣେ ଡାକଶ୍ରୀଙ୍କୁ ପାଇଛି।

ଭୁବନେଶ୍ବରରେ ଜନ୍ମେଜୟ ମହାନ୍ତିଙ୍କ ପରଲୋକ ଖବର ଆସିବା ସହିତ ଲକ୍ଷ୍ନୌରୁ ରଶ୍ମିରଂଜନ ସାହୁ ପୁଣି ଥରେ ଡାକଶ୍ରୀ (ବେଷ୍ଟ୍‌ ଫିଜିକ୍‌) ବିଜେତା ହୋଇଥିବାର ସମ୍ବାଦ ଆସି ପହଞ୍ଚିଛି।

ଲକ୍ଷ୍ନୌର ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ଭାରୋତ୍ତୋଳନ ହଲ୍‌ରେ ଅନୁଷ୍ଠିତ ସର୍ବଭାରତୀୟ ଡାକ କ୍ରୀଡ଼ାରେ ରଶ୍ମି ୯୦ କିଲୋଗ୍ରାମ ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ବିଜେତା ହେବା ସହିତ ସମସ୍ତ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ଡାକଶ୍ରୀ ମୁକୁଟ ଜିତିଛନ୍ତି।Advertisment ସମସ୍ତ ୫ ଓଡ଼ିଆଙ୍କୁ ପଦକ ଆର୍ଥିକ ସଂକଟ ‌ଦେଇ ଗତି କରୁଥିବା ରଶ୍ମିଙ୍କ ପରିଶ୍ରମର ମୂଲ୍ୟ ‌ଶେଷରେ ତାଙ୍କୁ ମିଳିଛି।

ଦ୍ବିତୀୟ ଥର ପାଇଁ ରଶ୍ମି ଏହି ଗୌରବ ଅର୍ଜନ କରିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅଜୟ ମହାପାତ୍ରଙ୍କ ନେତୃତ୍ବାଧୀନ ୫ ଜଣିଆ ଓଡ଼ିଶା ଦଳର ସମସ୍ତ ବଡିବିଲ୍ଡର ପଦକ ଜିତିବା‌ରେ ସକ୍ଷମ ହୋଇଛନ୍ତି।

ରଶ୍ମିଙ୍କ ସ୍ବର୍ଣ୍ଣ ବାଦ୍ ୫୫ କିଲୋଗ୍ରାମରେ ଏସ କ୍ରିଷ୍ଣା ରାଓ, ୬୫ କିଲୋଗ୍ରାମରେ ଭାଡି ଶ୍ରୀକାନ୍ତ, ୭୦ କିଲୋଗ୍ରାମରେ ଶଙ୍କର ପ୍ରସାଦ ଦାଶ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

୧୦୦ କିଲୋଗ୍ରାମ ଓଜନ ବର୍ଗରେ ସ୍ବୟଂ ସିଦ୍ଧାନ୍ତ ହରିଚନ୍ଦନ କାଂସ୍ୟ ପଦକ ହାସଲ କରିଛନ୍ତି।

ସଫଳ ଖେଳାଳିମାନଙ୍କୁ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର ମୁଖ୍ୟ ଉପଦେଷ୍ଠା ମାନସ ରଂଜନ ମହାପାତ୍ର, ଉପେଦଷ୍ଟା ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ ମହାସୁଆର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

୪ ଥର "ଡାକଶ୍ରୀ" ଜନ୍ମେଜୟଙ୍କ ଅକାଳ ବ‌ିୟୋଗ ଭୁବନେଶ୍ବର: ଓଡ଼ିଶା ବଡ଼ି ବିଲ୍‌ଡିଂ ଦୁନିଆର ଅନ୍ୟତମ ପ୍ରତିଷ୍ଠିତ ଚେହେରା ଜନ୍ମେଜୟ ମହାନ୍ତିଙ୍କର ଶୁକ୍ରବାର ସଂଧ୍ୟାରେ ‌ଅକାଳ ବିୟୋଗ ଘଟିଛି।

ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା।

ନିଜ ଖେଳ ଦୁନିଆରେ ୪ ଥର ମର୍ଯ୍ୟାଦାଜନକ ଡାକଶ୍ରୀ ମୁକୁଟ ଜିତିଥିବା ଜନ୍ମେଜୟଙ୍କର ହୃଦ୍‌ଘାତ କାରଣରୁ ପରଲୋକ ଘଟିଥିବା ଡାକ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଦୁଇ ମାସ ତଳେ ନିଜ ମା"ଙ୍କୁ ହରାଇଥିବା ଜନ୍ମେଜୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ବିଚ୍ଛେଦର ସମ୍ମୁଖୀନ ହୋଇ ବିଷାଦରେ ରହୁଥିଲେ।

ସର୍ବଭାରତୀୟ ଡାକ କ୍ରୀଡ଼ାର ଶ୍ରେଷ୍ଠ ବଡି ବିଲ୍‌ଡିଂ ସମ୍ମାନ "ଡାକଶ୍ରୀ" ପାଇବାରେ ସେ ରାଜ୍ୟର ଅଗ୍ରଣୀ  ଖେଳାଳି ଥିଲେ।

ଜନ୍ମେଜୟଙ୍କ ପରଲୋକ ଖବରରେ ତାଙ୍କ ବଂଧୁ, ସାଥି ଖେଳାଳି, ଡାକ ବିଭାଗର ସହକର୍ମୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଓଡ଼ିଶା ବଡି ବିଲ୍‌ଡିଂ ସଂଘ ପକ୍ଷରୁ ସଭାପତି ସୁମିତ୍ରା ତ୍ରିପାଠୀ ଓ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର ଶୋକ ପ୍ରକାଶ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ମଧ୍ୟ ତାଙ୍କ ବଂଧୁ ସୌଭାଗ୍ୟ ଲେଙ୍କା, କ୍ରିକେଟର୍‌ ଦୀପକ ମଙ୍ଗରାଜ, ଚେସ୍‌ ତାରକା ସୌମ୍ୟରଂଜନ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)