Rash and Drunk Driving Case: କିଲର କାର୍ ଡ୍ରାଇଭର ଗିରଫ, ରାସ୍ ଡ୍ରାଇଭିଂ ଓ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ବନ୍ଧାହେଲା
ଶାସ୍ତ୍ରୀ ନଗର ଦୁର୍ଘଟଣା ମୃତ୍ୟୁ ଘଟଣାରେ କିଲର ଡ୍ରାଇଭର ଗିରଫ । କିଲର କାର୍ ଡ୍ରାଇଭର ସୌମ୍ୟ ରଞ୍ଜନ ରଥ ଗିରଫ ହୋଇଛି । ସୌମ୍ୟ ରଞ୍ଜନ ଜଣେ ଆଇନ ଛାତ୍ର । ସେ ମଦ ପିଇ ଗାଡ଼ି ଚଳାଉଥିଲା । ରାସ୍ ଡ୍ରାଇଭିଂ ଓ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ସେ ଗିରଫ ହୋଇଛି ।
ଭୁବନେଶ୍ବର ଶାସ୍ତ୍ରୀ ନଗର ଛକରେ ଦାମୀ କାର ଧକାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାରବର୍ଗ । ଦୃଢ କାର୍ଯ୍ୟାନୁଷ୍ଠାନ ନ ହେଲେ ଥାନା ଆଗରେ ସପରିବାର ଧାରଣା ଦେବେ ବୋଲି କହିଥିଲେ ପରିବାର ସଦସ୍ୟ । କାନ୍ଦି କାନ୍ଦି ପୋଲିସକୁ ହାତ ଯୋଡ଼ି ଗୁହାରି କରିଥିଲେ ପରିବାର ସଦସ୍ୟ ।
ମୃତ ଦେବୀ ପ୍ରସାଦ ରାଉତରାୟଙ୍କ ଭଉଣୀ କହିଥିଲେ, ବଡ଼ ଲୋକ, ବଡ଼ ଗାଡ଼ି ଚଢୁଛନ୍ତି ବୋଲି କ’ଣ ଇନ୍ଦ୍ର ଚନ୍ଦ୍ର ମାନିବେନି । ମୋ ଭାଇ ଯେଭଳି କଲବଲ ହୋଇ ମରିଛି, ସେହିଭଳି ତାଙ୍କୁ ଫାଶୀ ହେଉ । ଗତକାଲି ନୂଆସାହି ଅଞ୍ଚଳର ଦେବୀ ପ୍ରସାଦ ଶାସ୍ତ୍ରୀ ନଗର ଟ୍ରାଫିକ ପୋଷ୍ଟରେ ଅଟକି ରହିଥିବା ବେଳେ ଏକ ଦାମୀ କାର୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଦେବୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣାକୁ ନେଇ ଶତାଧିକ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିଥିଲା। ଦୁର୍ଘଟଣା ଘଟାଥିବା ଯୁବକଙ୍କ ନାମ ସୌମ୍ୟ ରଞ୍ଜନ ରଥ ଓ ତାଙ୍କ ବାପା ଜଣେ ବିଲଡର ବୋଲି ଜଣାପଡ଼ିଛି ।....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।