Nephew Killed in Uncle's Stick Attack: ଦାଦାର ଠେଙ୍ଗା ମାଡରେ ପୁତୁରାର ମୃତ୍ୟୁ, ଥାନାରେ କଲା ଆତ୍ମସମର୍ପଣ
ଦାଦାର ଠେଙ୍ଗା ମାଡରେ ପୁତୁରାର ମୃତ୍ୟୁ ହୋଇଛି । ଅନୁଗୁଳ କିଆକଟା ଥାନା କନ୍ଧପଡା ଗାଁ ନିକଟରେ ଘଟିଛି ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ପୁତୁରାକୁ ଠେଙ୍ଗାରେ ପିଟି ହତ୍ୟା କଲା ଦାଦା। ମୃତକ ହେଲେ ବିରୁ ସାହୁ। ଘରୋଇ ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ସୂଚନା। ପରେ ଉତ୍ତ୍ୟକ୍ତ ହୋଇ ଦାଦା ପ୍ରଦୀପ ସାହୁ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ହତ୍ୟା ପରେ ମୃତଦେହକୁ ରାସ୍ତାକଡ଼ ନାଳ ନିକଟରେ ଫିଙ୍ଗି ରକ୍ତ ଭିଜା ଠେଙ୍ଗା ସହ କିଆକଟା ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା ଅଭିଯୁକ୍ତ ଦାଦା। କିଆକଟା ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।...
ହତ୍ୟା ପରେ ସରେଣ୍ଡର କଲା ଅଭିଯୁକ୍ତ
ଦାଦାର ଠେଙ୍ଗା ମାଡରେ ପୁତୁରାର ମୃତ୍ୟୁ
ଅନୁଗୁଳ କିଆକଟା ଅଞ୍ଚଳରେ ହତ୍ୟାକାଣ୍ଡ
ସାମାନ୍ୟ ବଚସାରୁ ପୁତୁରାର ଜୀବନ ନେଲା ଦାଦା
ଠେଙ୍ଗାରେ ପିଟିପିଟି ପୁତୁରାକୁ ମାରିଦେଲା
ହତ୍ୟା ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ଦାଦା
ମୃତଦେହ ଜବତ କରି ପୋଲିସର ତଦନ୍ତ ଆରମ୍ଭ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।