India Bans Deadly Paraquat: ଚାଷ ଜମିରୁ ହଟିବ ମାରାତ୍ମକ ବିଷ! କୃଷକଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

Jul 14, 2026 - 17:39
India Bans Deadly Paraquat: ଚାଷ ଜମିରୁ ହଟିବ ମାରାତ୍ମକ ବିଷ! କୃଷକଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

ଭାରତ ସରକାର ଦେଶରେ କୀଟନାଶକ ଓ ଘାସମରା ରାସାୟନିକ ବ୍ୟବହାରକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅତି ବିଷାକ୍ତ ଘାସମରା ଔଷଧ 'ପାରାକ୍ୱାଟ୍ ଡାଇକ୍ଲୋରାଇଡ୍' ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। କୃଷି କ୍ଷେତ୍ରରେ ଏହାର ଆମଦାନୀ, ଉତ୍ପାଦନ, ବିକ୍ରି ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଏଥିରେ ପ୍ରସ୍ତାବ ଦିଆଯାଇଛି। 

ଏହି ଘାସମରା ଔଷଧର ମାରାତ୍ମକ ପ୍ରଭାବ ଯୋଗୁଁ ବ୍ରିଟେନ୍, ଚୀନ୍ ଏବଂ ୟୁରୋପୀୟ ୟୁନିଅନ୍ ସମେତ ବିଶ୍ୱର ୭୦ରୁ ଅଧିକ ଦେଶରେ ଏହାକୁ ପୂର୍ବରୁ ହିଁ ବ୍ୟାନ୍ କରାଯାଇଛି। ବିଶ୍ୱରେ ନିଷିଦ୍ଧ ହୋଇଥିଲେ ମଧ୍ୟ ଭାରତୀୟ ବଜାରରେ ଏହାର ଖୋଲାଖୋଲି ବ୍ୟବହାର ହେଉଥିଲା। ବର୍ତ୍ତମାନ ଏହି ଚିଠା ବିଜ୍ଞପ୍ତି ଉପରେ ଆପତ୍ତି ଓ ପରାମର୍ଶ ଦେବା ପାଇଁ ସରକାର ସଂଶ୍ଳିଷ୍ଟ ପକ୍ଷମାନଙ୍କୁ ଜୁଲାଇ ୧୩, ୨୦୨୬ ଠାରୁ ୩୦ ଦିନର ସମୟ ଦେଇଛନ୍ତି।

ଡାକ୍ତର ଓ ବିଶେଷଜ୍ଞଙ୍କ ମତରେ ପାରାକ୍ୱାଟ୍ ହେଉଛି ପୃଥିବୀର ସବୁଠାରୁ ଭୟଙ୍କର କୃଷି ରାସାୟନିକ ମଧ୍ୟରୁ ଅନ୍ୟତମ। ଏହାର କୌଣସି ନିର୍ଦ୍ଦିଷ୍ଟ ପାଲଟା ଔଷଧ ନାହିଁ। ଶରୀର ଭିତରକୁ ସାମାନ୍ୟ ପରିମାଣର ପାରାକ୍ୱାଟ୍ ଗଲେ ମଧ୍ୟ ଏହା ଫୁସଫୁସ୍, କିଡନୀ ଏବଂ ଲିଭରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ। ଚାଷ ଜମିରେ ସ୍ପ୍ରେ କଲାବେଳେ ନିଶ୍ୱାସ ପ୍ରଶ୍ୱାସ କିମ୍ବା ଚର୍ମ ମାଧ୍ୟମରେ ଏହା ଚାଷୀ ଓ ଶ୍ରମିକଙ୍କ ଶରୀରକୁ ସଂକ୍ରମିତ କରି ଜୀବନ ନେଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।