Ranji Trophy: ରଣଜୀ ଟ୍ରଫି: ପରାଜୟରୁ ଓଡ଼ିଶାର ଅଭିଯାନ, ଗୁଜରାଟଠୁ ୧୦ ୱିକେଟ୍‌ରେ ହାରିଲା

Oct 15, 2026 - 08:05
Ranji Trophy: ରଣଜୀ ଟ୍ରଫି: ପରାଜୟରୁ ଓଡ଼ିଶାର ଅଭିଯାନ, ଗୁଜରାଟଠୁ ୧୦ ୱିକେଟ୍‌ରେ ହାରିଲା

"ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ଦଳ ପରାଜୟରୁ ଚଳିତ ଋତୁର ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିଛି।

ଏବର୍ଷର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ନୈରାଶ୍ୟଜନକ ଭାବେ ୧୦ ୱିକେଟ୍‌ରେ ଗୁଜରାଟଠୁ ପରାସ୍ତ ହୋଇଛି।

ପ୍ରଥମ ପାଳିରେ ଲଢ଼ୁଆ ବ୍ୟାଟିଂ କରି ଏକ ସମ୍ମାନଜନକ ସ୍କୋର କରିଥିଲେ ମଧ୍ୟ ଦ୍ବିତୀୟ ପାଳିରେ ବିଫଳ ହେବା ଓଡ଼ିଶାର ଏହି ବଡ଼ ପରାଜୟର ପ୍ରମୁଖ କାରଣ ପାଲଟିଛି।

Advertisment Judgement: ଯୁବକଙ୍କୁ ମାରି ତାଳଦଣ୍ଡା କେନାଲରେ ପକାଇ ଥିଲା, ମିଳିଲା ଆଜୀବନ ଜେଲ୍‌ଦଣ୍ଡ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଗ୍ରାଉଣ୍ଡ-ବି"ରେ ଖେଳାଯାଇଥିବା ଏହି ୪ଦିନିଆ ମ୍ୟାଚ୍‌ର  ଶେ‌ଷ ଦିନରେ ବୁଧବାର ଓଡ଼ିଶା ଦେଇଥିବା ୪୭ ରନ୍‌ର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ମାତ୍ର ୯.୩ ଓଭରରେ କୌଣସି ୱିକେଟ୍‌ ନହରାଇ ହାସଲ କରି ନେଇଥିଲା।

ଆର୍ଯ୍ୟ ଦେଶାଇ (୩୭*, ୨୭ ବଲ୍‌, ୪ ଚୌକା) ଓ ଅଭିଷେକ ଦେଶାଇ (୮*) ଅପରାଜିତ ରହି ଦଳକୁ ଏହି ବିଜୟ ଭେଟି ଦେଇଥିଲେ।

ଏହି ବିଜୟ ସହ ଗୁଜରାଟ ବୋନସ ସହ ୭ ପଏଣ୍ଟ ପାଇଥିଲା ବେଳେ ଓଡ଼ିଶା ଖାଲି ହାତରେ ଫେରିଛି।

ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ୧୮ ତାରିଖରୁ ତିରୁଅନନ୍ତପୁରମ୍‌ରେ ଘରୋଇ କେରଳ ବିପକ୍ଷରେ ଖେଳିବ।

ବୁଧବାର ୧୧୯/୪ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଏଥିରେ ଆଉ ୪୨ ରନ୍‌ ଯୋଡ଼ି ଶେଷ ୬ ୱିକେଟ୍‌ ହରାଇଥିଲା।

ଗତକାଲିର ଅପରାଜିତ ବ୍ୟାଟର୍‌ ସନ୍ଦୀପ ପଟ୍ଟନାୟକ (୬୫) ନିଜ ଅର୍ଦ୍ଧଶତକ ପୂରଣ କରି ଆଉଟ୍‌ ହୋଇଥିଲା ବେଳେ ଅନ୍ୟ ୫ଜଣ ବ୍ୟାଟର୍‌ ଦୁଇଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ।

ଫଳରେ ଓଡ଼ିଶା ବଡ଼ ଲକ୍ଷ୍ୟ ଦେଇ ପାରି ନଥିଲା।

ଆଜିର ୬ ୱିକେଟ୍‌ରୁ ସିଦ୍ଧାର୍ଥ ଦେଶାଇ ୫ ୱିକେଟ୍‌ ନେଇ ଓଡ଼ିଶାକୁ ବଡ଼ ଝଟକା ଦେଇଥିଲେ।

ପୂର୍ବରୁ ଭ୍ରମଣକାରୀ ଓଡ଼ିଶା ପ୍ରଥମ ପାଳିରେ ଗୌରବ ଚୌଧୁରୀଙ୍କ ଶତକୀୟ ପାଳି ବଳରେ ୩୨୪ ରନ୍‌ର ସମ୍ମାନଜନକ ସ୍କୋର୍‌ କରିଥିଲା।

ହେଲେ ଗୁଜରାଟ ୪୩୯ ରନ୍‌ କରି ୧୧୫ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ପାଇଥିଲା।

Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୧୧୩ ଓଭରରେ-୩୨୪।

ଗୁଜରାଟ ପ୍ରଥମ ପାଳି ୧୦୬.୪ ଓଭରରେ-୪୩୯।

ଓଡ଼ିଶା ଦ୍ବିତୀୟ ପାଳି ୪୬.୧ ଓଭରରେ-୧୬୧ (ସନ୍ଦୀପ ପଟ୍ଟନାୟକ-୬୫, ନିନାଦ ରାଥୱା-୫୩, ସିଦ୍ଧାର୍ଥ ଦେଶାଇ ୫/୩୬, ଅର୍ଜନ ନାଗୱାସୱାଲିଆ-୩/୩୩)।

ଗୁଜରାଟ ଦ୍ବିତୀୟ ପାଳି ୯.୩ ଓଭରରେ-୪୭/୦ (ଆର୍ଯ୍ୟ ଦେଶାଇ-୩୭*, ଅଭିଷେକ ଦେଶାଇ -୮*)।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)