Ranji Trophy: ରଣଜୀ ଟ୍ରଫିରେ ଖେଳିଲା ଅରୁଣାଚଳପ୍ରଦେଶ

Oct 18, 2026 - 11:50
Ranji Trophy: ରଣଜୀ ଟ୍ରଫିରେ ଖେଳିଲା ଅରୁଣାଚଳପ୍ରଦେଶ

"ଚେନ୍ନାଇ: ରାଜ୍ୟ କ୍ରିକେଟ୍‌ ସଂଘ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ କାରଣରୁ ନାଗାଲାଣ୍ଡ ବିପକ୍ଷ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ବାତିଲ ହେବା ପରେ ଅରୁଣାଚଳପ୍ରଦେଶ ରବିବାର ନିଜର ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିଛି।

ଗୁଜରାଟର ନିଦିଆଦ୍‌ ସ୍ଥିତ ଗୋକୁଳଭାି ସୋମଭାଇ ପଟେଲ ଷ୍ଟାଡିୟମ୍‌ରେ ଏହି ଦଳ ସିକିମ ବିପକ୍ଷରେ ଖେଳୁଛି।Advertisment ଦୁଇ ସଂଘ ବିବାଦ ଯୋଗୁଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ନାଗାଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଲାଗି ଦଳ ଘୋଷଣା ହୋଇ ପାରି ନଥିଲା।

ଫଳରେ ଦଳ ଏହି ମ୍ୟାଚ୍‌ରେ ଅରୁଣାଚଳପ୍ରଦେଶ ଖେଳି ପାରି ନଥିଲା।

ବିସିସିଆଇ ବାତିଲ ନେଇ ଆଗୁଆ ସୂଚନା ଦେଇଥିବାରୁ ନାଗାଲାଣ୍ଡ ନ ଖେଳି ଫେରି ଯାଇଥିଲା।

ଏହାପରେ ଖେଳାଳିଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ବିସିସିଆଇ ଏଥିରେ ହସ୍ତକ୍ଷେପ କରି ଚୟନ ପ୍ରକ୍ରିୟାର ପରିଚାଳନା ଭାର ହାତକୁ ନେଇଥିଲା।

ଅଧିନାୟକ ନୀଲମ ଓବି ଆସାମର ପୂର୍ବତନ କ୍ରିକେଟର୍‌ ସତ୍ୟଗୋପାଳ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାର ଜୟନ୍ତ ଚୌଧୁରୀ ଓ ଦୀପ ବୋରାଙ୍କୁ ନେଇ ଏକ ସ୍ୱାଧୀନ ଚୟନ କମିଟି ଗଠନ କରିଥିଲା।

ବିସିସିଆଇ ଆପେକ୍ସ କାଉନସିଲ୍ ସଦସ୍ୟ ଏମ୍‌କେ ଖାଇରୁଲ ଜମାଲ ମଜୁମଦାରଙ୍କୁ ଏହି କମିଟିର ଆବାହକ ନିଯୁକ୍ତି କରିଥିଲା।

ଏହି ସ୍ୱାଧୀନ କମିଟି ଆଗାମୀ ତିନିଟି ମ୍ୟାଚ୍ ପାଇଁ ଅରୁଣାଚଳପ୍ରଦେଶ ଦଳ ଘୋଷଣା କରିଛି।

ଅଧିନାୟକ ନୀଲମ ଓବିଙ୍କ ନେତୃତ୍ବରେ ଦଳ ଘୋଷଣା ହୋଇଥିଲା ବେଳେ କାମଶା ୟାଙ୍ଗଫୋ ଉପଅଧିନାୟକ ରହିଛନ୍ତି।

Messi: ମେସିଙ୍କ ନାଁରେ ନାମିତ ହେଲା ବିରଳ ଉଦ୍ଭିଦ ପ୍ରଜାତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)