RamTemple: ରାମ ମନ୍ଦିର ଦାନ ଲୁଟ୍ ମାମଲା, ସାର୍ବଜନୀନ ହେବା ପୂର୍ବରୁ ଟ୍ରଷ୍ଟ ଜାଣିଥିଲା

Jun 28, 2026 - 20:59
RamTemple: ରାମ ମନ୍ଦିର ଦାନ ଲୁଟ୍ ମାମଲା, ସାର୍ବଜନୀନ ହେବା ପୂର୍ବରୁ ଟ୍ରଷ୍ଟ ଜାଣିଥିଲା

"ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଲୁଟ୍ ମାମଲା ଏବେ ଏକ ନୂଆ ମୋଡ଼ ନେଇଛି।

ସର୍ବସାଧାରଣରେ ଏହି ଦୁର୍ନୀତି ପ୍ରଘଟ ହେବାର ଅନେକ ଦିନ ପୂର୍ବରୁ "ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ" ଏବାବଦରେ ସମ୍ପୂର୍ଣ୍ଣ ଅବଗତ ଥିବା ଜଣାପଡ଼ିଛି।

ଅନ୍ୟପଟେ, ଅଭିଯୁକ୍ତ ଗିରଫ ହେବାର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ପୁଲିସ ଓ ଟ୍ରଷ୍ଟର ଗୋପନୀୟ କାର୍ଯ୍ୟାନୁଷ୍ଠାନ ଏବଂ ସ୍ୱଚ୍ଛତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।Advertisment ମିଳିଥିବା ସୂଚନା ଅନୁଯାୟୀ, ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ନିର୍ଦ୍ଦେଶରେ ଜୁନ୍ ୫ ତାରିଖରେ ଟ୍ରଷ୍ଟ ପ୍ରତିନିଧିମାନେ ପୁଲିସ ସହ ମିଶି ମୁଖ୍ୟ ଅଭିଯୁକ୍ତ ଅବିନାଶ ଶୁକ୍ଲାଙ୍କ ଘରେ ଚଢ଼ଉ କରି ବିପୁଳ ନଗଦ ଟଙ୍କା ଜବତ କରିଥିଲେ।

ଆଶ୍ଚର୍ଯ୍ୟର କଥା, ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସେହି ସମୟରେ କୌଣସି ଆନୁଷ୍ଠାନିକ ଏଫ୍‌ଆଇଆର୍‌ ଦାୟର କରାଯାଇନଥିଲା।

ଏହି ଘଟଣା ଜୁନ୍ ୭ରେ ସାର୍ବଜନୀନ ହେବା ପରେ ଆଇନଗତ ପ୍ରକ୍ରିୟାରେ ବିଳମ୍ବକୁ ନେଇ ସନ୍ଦେହ ତୀବ୍ର ହୋଇଛି।

ଏହି ମାମଲା ସହ ଜଡ଼ିତ ଏକ ୨୪ ସେକେଣ୍ଡର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।

ଏଥିରେ ପୁଲିସ କର୍ମଚାରୀମାନେ ଅଭିଯୁକ୍ତ ଅବିନାଶ ଶୁକ୍ଲାଙ୍କୁ ହେପାଜତକୁ ନେଇ ଏକ ଧଳା ରଙ୍ଗର ଗାଡ଼ି ଭିତରକୁ ନେଇଯାଉଥିବା ଦେଖାଯାଉଛି।

ଆହୁରି ପଢ଼ନ୍ତୁ: Missing In Mahanadi: ଗାଧୋଇବା ବେଳେ ମହାନଦୀରେ ୩ ଛାତ୍ର ନିଖୋଜ ତେବେ ଏହି ଫୁଟେଜ୍‌ର ସତ୍ୟାସତ୍ୟ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ।

ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ପରିଚାଳନାରେ ଅନେକ ବଡ଼ ତ୍ରୁଟି ଆବିଷ୍କାର କରିଛି।

ନଗଦ ଟଙ୍କା କାରବାର, କର୍ମଚାରୀଙ୍କ ପୃଷ୍ଠଭୂମି ଯାଞ୍ଚ ଏବଂ ସିସିଟିଭି ମନିଟରିଂରେ ଚରମ ଅବହେଳା ପ୍ରକାଶ ପାଇଛି।

ଦାନ ଅର୍ଥ ପରିଚାଳନା କରୁଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଦ୍ୱାରା ଏକ ଘରୋଇ ସଂସ୍ଥା ଜରିଆରେ ନିଯୁକ୍ତ କର୍ମଚାରୀମାନେ ମଧ୍ୟ ସ୍କାନରରେ ଅଛନ୍ତି, ଯେଉଁଥିରେ କିଛି ନିଯୁକ୍ତି ଟ୍ରଷ୍ଟ ଅଧିକାରୀଙ୍କ ସୁପାରିସରେ ହୋଇଥିବା ଅଭିଯୋଗ ହୋଇଛି।

ଏସ୍‌ଆଇଟି ନିଜର ପ୍ରାଥମିକ ରିପୋର୍ଟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରିଛି।

ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ସପା ମୁଖ୍ୟ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଅଯୋଧ୍ୟା ଗସ୍ତ ସତ୍ତ୍ୱେ ଏଭଳି ଚୋରିକୁ "ଦୀପ ତଳ ଅନ୍ଧାର" ବୋଲି କହି କଟାକ୍ଷ କରିଛନ୍ତି।

ଅପରପକ୍ଷରେ, ଭିଏଚ୍‌ପି ଆନ୍ତର୍ଜାତୀୟ ସଭାପତି ଆଲୋକ କୁମାର ସ୍ୱଚ୍ଛ ତଦନ୍ତ ଦାବିକୁ ଦୋହରାଇବା ସହ ଅଖିଳେଶ ଯାଦବ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: War: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ପରିସ୍ଥିତି: କୁଏତ ଓ ବାହାରିନ ଉପରେ ଇରାନର ପ୍ରଚଣ୍ଡ ଆକ୍ରମଣ ଅନ୍ୟପଟେ ଅଯୋଧ୍ୟା ରାମ ମନ୍ଦିରକୁ ମିଳୁଥିବା ଦାନ ଚୋରିକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ତଦନ୍ତକୁ ଆହୁରି ଜୋରଦାର କରିଛି ଉତ୍ତର ପ୍ରଦେଶ ପୁଲିସ।

ଏହି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ଘରେ ପୁଲିସ ଚଢ଼ଉ କରି ବିଭିନ୍ନ ଦସ୍ତାବିଜ ଓ ପ୍ରମାଣ ସଂଗ୍ରହ କରିଛି।

ତଦନ୍ତକାରୀ ସଂସ୍ଥାର ଲକ୍ଷ୍ୟ ହେଉଛି, ଏହି ଘଟଣା ପଛରେ କୌଣସି ସଙ୍ଗଠିତ ଷଡ଼୍‌ଯନ୍ତ୍ର କିମ୍ବା ବୃହତ୍‌ ନେଟୱର୍କ କାର୍ଯ୍ୟ କରୁଥିଲା କି ନାହିଁ, ତାହାର ଜାଣିବା।

ଚଢ଼ଉ ସମୟରେ ପୁଲିସ ମୋବାଇଲ ଫୋନ୍, ଲାପଟପ୍, କମ୍ପ୍ୟୁଟର, ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ, ବ୍ୟାଙ୍କ ସମ୍ପର୍କିତ କାଗଜପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରିଛି।

ଏସବୁ ସାମଗ୍ରୀର ଯାଞ୍ଚ କରାଯାଇ ଅଭିଯୁକ୍ତମାନଙ୍କ ମଧ୍ୟରେ ଆର୍ଥିକ କାରବାର କିମ୍ବା ପରସ୍ପର ଯୋଗାଯୋଗର ପ୍ରମାଣ ସଂଗ୍ରହ କରାଯାଉଛି।

ଆହୁରି ପଢ଼ନ୍ତୁ: Iran: ଇରାନରୁ ତେଲ ଆଣିବ ଭାରତ: ରିହାତିରେ ମିଳୁଛି ତେଲ ତଦନ୍ତକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ମାମଲାରେ ଆହୁରି କେତେକ ବ୍ୟକ୍ତିଙ୍କ ଭୂମିକା ସନ୍ଦେହରେ ରହିଛି।

ଆବଶ୍ୟକ ହେଲେ ଅଧିକ ଗିରଫଦାରୀ ହୋଇପାରେ ବୋଲି ପୁଲିସ ସୂଚନା ଦେଇଛି।

ଏହି ଘଟଣାକୁ ନେଇ ଅଯୋଧ୍ୟା ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି।

ସୋସିଆଲ ମିଡିଆ ଉପରେ ମଧ୍ୟ କଡ଼ା ନଜର ରଖାଯାଉଛି, ଯାହାଦ୍ୱାରା କୌଣସି ଭୁଲ୍ ସୂଚନା କିମ୍ବା ଉତ୍ତେଜନାମୂଳକ ମିଥ୍ୟା ପ୍ରଚାରକୁ ରେକାଯାଇପାରିବ।

ପୁଲିସ ସ୍ପଷ୍ଟ କରିଛି ଯେ, ମାମଲାରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ଭୂମିକାକୁ ନିରପେକ୍ଷ ଭାବେ ତଦନ୍ତ କରାଯାଉଛି।

ପ୍ରମାଣ ଆଧାରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

"