Welcome!

Unlock your personalized experience.
Sign Up

Ramdas Athawale: ନିଜ ଦଳରେ ଦୀପ୍‌କେଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଲେ ଅଠାବଲେ

Oct 18, 2026 - 20:20
Ramdas Athawale: ନିଜ ଦଳରେ ଦୀପ୍‌କେଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଲେ ଅଠାବଲେ

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି) ଗଠନ ହେବା ପରେ ପ୍ରଥମେ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଓ ଏବେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇ, ଦିଲ୍ଲୀ ସମେତ ବିଭିନ୍ନ ସହରରେ ସିଜେପି ଓ ବିରୋଧୀ ଦଳଗୁଡ଼ିକ ପ୍ରଦର୍ଶନ କରୁଛନ୍ତି। ଅଭିଜିତ୍‌ ଦୀପ୍‌କେ ପୁଲିସ ହେପାଜତରୁ ବାହାରି ଆସିଥିବାବେଳେ ଏବେ ଆଗାମୀ ଦିନର ରଣନୀତି ପ୍ରସ୍ତୁତ କରିଛନ୍ତି। ଏପରି ସମୟରେ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ରାମଦାସ ଅଠାବଲେ ଦୀପ୍‌କେଙ୍କୁ ତାଙ୍କ ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛନ୍ତି।

ଅଠାବଲେ କହିଛନ୍ତି, ୨୦୨୯ରେ ମଧ୍ୟ ମୋଦୀ ପୁଣିଥରେ ସରକାରକୁ ଆସିବେ। ତେଣୁ ଦୀପ୍‌କେ ତାଙ୍କ ଦଳରେ ସାମିଲ ହୋଇଯାଆନ୍ତୁ। ମୋଦୀ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ ଅଭିଜିତ ଦୀପକେଙ୍କୁ ତାଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଏ)ରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି। ଅଠାବଲେ କହିଛନ୍ତି, ୨୦୨୯ ଲୋକସଭା ନିର୍ବାଚନରେ ​​ସରକାରରେ କୌଣସି ପରିବର୍ତ୍ତନ ହେବ ନାହିଁ। ମୋଦୀ ଆମର ଅଧିନାୟକ, ଏବଂ ମୁଁ ତାଙ୍କର ଖେଳାଳି। ପ୍ରଧାନମନ୍ତ୍ରୀ ମୋଦୀ ଏବେବି ଶକ୍ତିଶାଳୀ ଅଛନ୍ତି। ସେ ରାହୁଲ ଗାନ୍ଧୀଙ୍କ ୱିକେଟ୍‌ ନେବେ। ଅଭିଜିତ୍‌ ଯଦି ଆମ୍ବେଦକରବାଦୀ ତାହାହେଲେ ତାଙ୍କୁ ତାଙ୍କ ଦଳରେ ସାମିଲ ହେବା ସମ୍ପର୍କରେ ବିଚାର କରିବା ଉଚିତ୍‌ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଆହୁରି ପଢନ୍ତୁ: Rescued Newborn Girl ଉଦ୍ଧାର ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ ଜିଲ୍ଲାପାଳ

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଅଠାବଲେ ଅଭିଜିତ୍ ଦୀପକେଙ୍କୁ ଚେତାବନୀ ଦେଇଥିଲେ ଯେ, ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ତାଙ୍କର ଆପତ୍ତିଜନକ ଭାଷା ଜାରି ରହେ, ତେବେ ତାଙ୍କ ଦଳ ଆନ୍ଦୋଳନ ଆରମ୍ଭ କରିବ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ସିଜେପିର ବିରୋଧ ସତ୍ତ୍ୱେ ଜ୍ଞାନେଶ କୁମାର ଇସ୍ତଫା ଦେବେ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)