Ramayana: ରାମାୟଣ ପାଇଁ କରୁଥିଲେ ଯୋଗ-ପ୍ରାଣାୟମ୍
ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଅଭିନେତା ରଣବୀର କପୁର। ଏଥିପାଇଁ ସେ କେବଳ ଶାରୀରିକ ଭାବେ ନୁହେଁ; ବରଂ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଥିବା କଥା ତାଙ୍କ ପ୍ରଶିକ୍ଷକ ଶିଭୋହାମ୍ ପ୍ରକାଶ କରିଛନ୍ତି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୁଖ ମାଧୁର୍ଯ୍ୟର କିଛି ଝଲକ ନିଜ ମୁଖରେ ଆଣିବା ପାଇଁ ରଣବୀର ନିୟମିତ ଯୋଗ-ପ୍ରାଣାୟମ୍ କରୁଥିଲେ।
Annual function: ‘ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ’
ସେ କିପରି ବସିବେ, ଉଠିବେ, ଚାଲିବେ, ଖାଇବେ ଓ ଶୋଇବେ; ସେ ସମସ୍ତ କାର୍ଯ୍ୟର ନିୟମିତ ପ୍ରଶିକ୍ଷଣ ଦିଆଯାଉଥିଲା। ଶ୍ରୀରାମଙ୍କ ପରି ଶାନ୍ତ ଓ ସଂଯମୀ ବ୍ୟକ୍ତିତ୍ୱଙ୍କ ଚରିତ୍ର ନିଭାଇବା ରଣବୀରଙ୍କ ପାଇଁ ବଡ଼ ଆହ୍ବାନ ଥିବାବେଳେ ସେ ତାହାକୁ ଖୁବ୍ ଧ୍ୟାନର ସହ ତୁଲାଇଛନ୍ତି। କେବଳ ଅଭିନୟ ମାଧ୍ୟମରେ ନୁହେଁ; ନିଭାଉଥିବା ଚରିତ୍ରର ମର୍ଯ୍ୟାଦାକୁ ବୁଝି େସ ନିଜ ଭିତରେ ବି ସଂଯମକୁ ଗୁରୁତ୍ବ ଦେଉଥିଲେ।
ଏଥିପାଇଁ ରଣବୀର ନିୟମିତ ଶ୍ୱାସ-ପ୍ରଶ୍ୱାସ ପ୍ରାଣାୟମ (ବ୍ରିଦିଂ ଏକ୍ସର୍ସାଇଜ୍) କରୁଥିଲେ। ଏହା ସହିତ ଧାର୍ମିକ ଗ୍ରନ୍ଥଗୁଡ଼ିକୁ ବୁଝିବା, ଚରିତ୍ରର ପୃଷ୍ଠଭୂମି ଓ କାହାଣୀ ସମ୍ପର୍କରେ ଅଧ୍ୟୟନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍
ରଣବୀରଙ୍କୁ ପ୍ରସ୍ତୁତ କରିବା ପାଇଁ ଏକ ବଡ଼ ଟିମ୍ ଗଠନ ହୋଇଥିଲା। ସେ କେଉଁ ଖାଦ୍ୟ ଖାଇବେ; ସେଥିପାଇଁ ସେଫ୍, ନ୍ୟୁଟ୍ରିସନିଷ୍ଟ, କୋଚ୍ ଓ ଫିଜିଓଥେରାପିଷ୍ଟ ନିଷ୍ପତ୍ତି ନେଉଥିଲେ। ସେମାନଙ୍କ ମାର୍ଗଦର୍ଶନରେ ରଣବୀର ଅପେକ୍ଷାକୃତ କମ୍ ସମୟ ମଧ୍ୟରେ ନିଜକୁ ଏହି ଭୂମିକା ପାଇଁ ପ୍ରସ୍ତୁତ କରିପାରିଥିଲେ। ଉଲ୍ଲେଖଯୋଗ୍ୟ, ‘ରାମାୟଣ’ରେ ରଣବୀରଙ୍କ ସହ ଲଙ୍କେଶ ରାବଣଙ୍କ ଭୂମିକାରେ ୟଶ୍, ଜାନକୀଙ୍କ ଭୂମିକାରେ ସାଇ ପଲ୍ଲବୀ, ହନୁମାନଙ୍କ ଭୂମିକାରେ ସନ୍ନି ଦେଓଲ ଓ ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଅଭିନୟ କରିଛନ୍ତି। ଫିଲ୍ମଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ। ପ୍ରଥମ ଭାଗ ୨୦୨୬ ଦୀପାବଳି ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତି ପାଇବାକୁ ଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
