01 AUGUST 2026

Welcome!

Unlock your personalized experience.
Sign Up

Ramayana : ରଣବୀର କପୁରଙ୍କ ‘ରାମାୟଣ’ରେ ନଜର ଆସିବେ ସୌରଭ ରାଜ ଜୈନ ? ପ୍ରଶଂସକଙ୍କ ଥିଓରୀ ହେଉଛି ଭାଇରାଲ୍

Jul 31, 2026 - 22:12
Ramayana : ରଣବୀର କପୁରଙ୍କ ‘ରାମାୟଣ’ରେ ନଜର ଆସିବେ ସୌରଭ ରାଜ ଜୈନ ? ପ୍ରଶଂସକଙ୍କ ଥିଓରୀ ହେଉଛି ଭାଇରାଲ୍

ମୁମ୍ୱାଇ : ଏହି ଭିତରେ ରିଲିଜି ହୋଇ ଯାଇଛି ରଣବୀର କପୁରଙ୍କ 'ରାମାୟଣ'ର ଟ୍ରେଲର। ଏହାସହ ପ୍ରଶଂସକଙ୍କ ଥିଓରି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସବୁଠୁ ଗୋଟିଏ ବଡ଼ ପ୍ରଶ୍ନ ଯାହାକୁ ଲୋକେ ସୋସିଆଲ ମିଡିଆରେ ଆଲୋଚନା କରୁଛନ୍ତି, ତାହା ହେଉଛି ,ଟ୍ରେଲରରେ ନଜର ଆସୁଥିବା ଭଗବାନ ବିଷ୍ଣୁଙ୍କ ଭୂମିକାରେ କିଏ ଅଛନ୍ତି? ପ୍ରଶଂସକଙ୍କ ଅନୁସାରେ , ସେ ଆଉ କେହି ନୁହଁନ୍ତି , ବରଂ ଟିଭିର କୃଷ୍ଣ ସୌରଭ ରାଜ ଜୈନ। ଆସନ୍ତୁ ଜାଣିବା କଣ କହୁଛନ୍ତି ପ୍ରଶଂସକ ।

କିଏ ରଣବୀରଙ୍କ ରାମାୟଣର ବିଷ୍ଣୁ ?

'ରାମାୟଣ'ର ଟ୍ରେଲରରେ ୫୭ ସେକେଣ୍ଡର ଭଗବାନ ବିଷ୍ଣୁଙ୍କ ଝଲକ ଦେଖାଯାଉଛି। ସ୍କ୍ରିନରେ ଭଗବାନ ବିଷ୍ଣୁଙ୍କ ଝଲକ ମୁସ୍କିଲରେ ଦୁଇ ସେକେଣ୍ଡ ପାଇଁ ଆସୁଛି। ଏହି ଝଲକକୁ ଦେଖିବା ପରେ ପ୍ରଶଂସକ ପଚାରୁଛନ୍ତି ଯେ, ଏହି ଆକ୍ଟର ଜଣଙ୍କ କିଏ ? ଅନ୍ୟପଟେ ଆଉ କିଛି ଲୋକ କହୁଛନ୍ତି ଏ ଆଉ କେହି ନୁହଁନ୍ତି ବରଂ ସୌରଭ ରାଜ ଜୈନ।

ପ୍ରଶଂସକ ନେଉଛନ୍ତି ସୌରଭ ରାଜ ଜୈନଙ୍କ ନାଁ - 

ଜଣେ ୟୁଜର ଏକ୍ସରେ ଲେଖିଛନ୍ତି –'ରାମାୟଣ'ରେ କଣ ସେ ସୌରଭ ରାଜ ଜୈନ, ଯିଏ ଭଗବାନ ବିଷ୍ଣୁଙ୍କ ଭୂମିକାରେ ନଜର ଆସିଛନ୍ତି ? ଆଉ ଜଣେ ୟୁଜର ଲେଖିଛନ୍ତି-ଟ୍ରେଲରର ସବୁଠୁ ବଡ଼ ପଏଣ୍ଟ ଏହା ଯେ, ସୌରଭ ରାଜ ଜୈନ ଭଗବାନ ବିଷ୍ଣୁଙ୍କ ଭୂମିକାରେ ନଜର ଆସିଛନ୍ତି। ଏବେ କେବଳ ଭଗବାନ ଶିବଙ୍କ ରୂପରେ ମୋହନ ରୈନା ନଜର ଆସି ଯାଆନ୍ତୁ। 

ପ୍ରଶଂସକ ସୌରଭ ରାଜ ଜୈନଙ୍କୁ ନେଇ ଏଥିପାଇଁ ଉତ୍ସାହିତ, କାରଣ ଷ୍ଟାରପ୍ଲସର ସିରିଏଲ ମହାଭାରତ (୨୦୧୩-୨୦୧୪)ରେ ଭଗବାନ କୃଷ୍ଣଙ୍କ ଭୂମିକାରେ ନଜର ଆସି ଥିଲେ। ସୌରଭ ରାଜ ଜୈନଙ୍କୁ ଭଗବାନ କୃଷ୍ଣଙ୍କ ରୂପରେ ଦେଖି ପ୍ରଶଂସକଙ୍କ ଉପରେ କିଛି ଏମିତି ଯାଦୁ ଚାଲି ଥିଲା ଯେ, ଆଜି ମଧ୍ୟ ଲୋକେ ତାଙ୍କୁ କୃଷ୍ଣଙ୍କ ଭୂମିକା ପାଇଁ ସବୁଠୁ ଅଧିକ ଜାଣନ୍ତି।

ଆହୁରି ମଧ୍ୟ ପଢନ୍ତୁ -  'ଶୂର୍ପଣଖା' ଭୂମିକାରେ ଫ୍ୟାନ୍ସଙ୍କ ମନ କିଣିଲେ ରକୁଲ୍,ଭାଇରାଲ୍ ହେଲା ଗ୍ଲାମରିୟସ୍ ଲୁକ୍

ସୌରଭ ରାଜ ଜୈନଙ୍କୁ ଟିଭିର କୃଷ୍ଣ କୁହାଯାଏ। ଏଥିପାଇଁ ଏବେ ବଡ଼ ପରଦାରେ ଅନ୍ୟ ଏକ ଭଗବାନଙ୍କ ଭୂମିକାରେ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ହେଲେ ଭଗବାନ ବିଷ୍ଣୁଙ୍କ ରୋଲ୍ କିଏ କରୁଛନ୍ତି , ଏହାକୁ ନେଇ ଏବେସୁଦ୍ଧା ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ଆସି ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।