Ramayana: ୨୧ତମ ଦିନରେ ‘ରାମାୟଣ’ର ଆୟରେ ବଡ଼ ଧରଣର ହ୍ରାସ
ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ରଣବୀର କପୁର ଙ୍କ ଅଭିନୀତ ଫିଲ୍ମ 'ରାମାୟଣ'।
ରିଲିଜ୍ର ତିନି ସପ୍ତାହ ପରେ ମଧ୍ୟ ଫିଲ୍ମଟି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି।
ତେବେ ୨୧ତମ ଦିନରେ ଏହାର ଆୟରେ ବଡ଼ ହ୍ରାସ ଘଟିଛି।
ଏହା ସତ୍ତ୍ୱେ 'ଗଦର-୨', 'ପଠାନ', 'ଛାଭା' ଓ 'ସ୍ତ୍ରୀ-୨' ଭଳି ଲୋକପ୍ରିୟ ଫିଲ୍ମର ରେକର୍ଡ ଭାଙ୍ଗିଛି 'ରାମାୟଣ'।
Advertisment ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନଭେମ୍ବର ୫ରେ ରିଲିଜ୍ ହୋଇଥିଲା।
ପ୍ରଥମ ସପ୍ତାହରେ ୫୬୪.୬୫ କୋଟି ଟଙ୍କା ଏବଂ ଦ୍ୱିତୀୟ ସପ୍ତାହରେ ୨୯୯.୧୦ କୋଟି ଟଙ୍କାର ନେଟ୍ ଆୟ କରିଥିଲା।
ତୃତୀୟ ସୋମବାରରେ ୧୨.୭୦ କୋଟି ଏବଂ ମଙ୍ଗଳବାରରେ ୧୭.୫୦ କୋଟି ଟଙ୍କା ଆୟ କରିଥିଲା।
କିନ୍ତୁ ବୁଧବାର ଏହାର ଆୟ ହ୍ରାସ ପାଇ ୯.୬୦ କୋଟି ଟଙ୍କାରେ ପହଞ୍ଚିଛି।
ଭାରତୀୟ ନେଟ୍ କଲେକ୍ସନ ୯୮୨.୫୫ କୋଟି ସାକନିଲ୍କର ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ୨୧ ଦିନରେ ଫିଲ୍ମର ମୋଟ ଭାରତୀୟ ନେଟ୍ କଲେକ୍ସନ ୯୮୨.୫୫ କୋଟି ଟଙ୍କା ହୋଇଛି।
ତେବେ ତୃତୀୟ ବୁଧବାରର ଆୟ ଆଧାରରେ ଫିଲ୍ମଟି ଏକ ବଡ଼ ରେକର୍ଡ ହାସଲ କରିଛି।
ଏହି ଦିନ 'ଗଦର-୨' ୮.୬୦ କୋଟି, 'ପଠାନ' ୬.୭୫ କୋଟି, 'ଛାଭା' ୬.୧୯ କୋଟି ଏବଂ 'ସ୍ତ୍ରୀ-୨' ୫.୬୮ କୋଟି ଟଙ୍କା ଆୟ କରିଥିଲା।
ଅନ୍ୟପକ୍ଷରେ ତୃତୀୟ ବୁଧବାରର ସର୍ବାଧିକ ଆୟ ତାଲିକାରେ 'ଧୁରନ୍ଧର' ୨୦.୯୦ କୋଟି ଟଙ୍କା ସହ ପ୍ରଥମ ସ୍ଥାନରେ ରହିଛି।
'ଧୁରନ୍ଧର-୨' ୧୦ କୋଟି ଏବଂ 'ରାମାୟଣ' ୯.୬୦ କୋଟି ଟଙ୍କା ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
IFFIରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର 'ବାଘୁଣୀ', ସବୁ ସ୍ତରରେ ଅଭୂତପୂର୍ବ ଉତ୍ସାହ ଏବେ ଫିଲ୍ମର ପରବର୍ତ୍ତୀ ଲକ୍ଷ୍ୟ ୧୦୦୦ କୋଟି ଟଙ୍କାର ମାଇଲଖୁଣ୍ଟ।
ଏଥିପାଇଁ ଆଉ ମାତ୍ର ୧୭.୪୫ କୋଟି ଟଙ୍କା ଆୟ କରିବାକୁ ପଡ଼ିବ।
ଚତୁର୍ଥ ସପ୍ତାହରେ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
