Ramadevi Women's University: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପତିଆରା ପ୍ରସଙ୍ଗ: ଛାତ୍ର ବିଜେଡି-ଏବିଭିପି ମୁହାଁମୁହିଁ
"ଭୁବନେଶ୍ବର: ପତିଆରା ଲଢ଼େଇ ପାଇଁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଛାତ୍ରୀ ଆଶାନ୍ତି ଏବେ ରାଜନୈତିକ ରୂପ ନେଇଛି।
ରାଜ୍ୟର ଦୁଇ ଛାମୁଆ ଛାତ୍ର ସଙ୍ଗଠନ ଏବିଭିପି ଓ ବିଜେଡିର ଛାତ୍ର ସଙ୍ଗଠନ ବିଜୁ ଛାତ୍ର ଜନତା ଦଳ(ବିସିଜେଡି) ଆଜି ମୁହାଁମୁହିଁ ହୋଇଛନ୍ତି।
ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ବିରୋଧରେ ବିଷୋଦଗାର କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଉଭୟ ଛାତ୍ର ସଙ୍ଗଠନର ଶୀର୍ଷ ନେତୃତ୍ବ କହିଛନ୍ତି।
ସେପଟେ ଛାତ୍ର ଅଶାନ୍ତି ଆଶଙ୍କାରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଆଜି ମଧ୍ୟ ପୁଲିସ ପ୍ରହରା ଜାରି ରହିଥିଲା।
କୌଣସି ଅଣଛାତ୍ରୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା।
ନାମଲେଖା ପ୍ରକ୍ରିୟା ଚାଲିଥିବାରୁ ଯେଉଁମାନେ ପ୍ରବେଶ କରୁଥିଲେ ସେମାନଙ୍କୁ ଭଲ ଭାବେ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଉଥିବା ଦେଖିବାକୁ ମିଳିଥିଲା।
ଫଳରେ କ୍ୟାମ୍ପସରେ ଶାନ୍ତି ଫେରିବା ସହ ପାଠପଢ଼ା ସ୍ବାଭାବିକ ହୋଇଛି।Advertisment Annual Day: ଶ୍ରୀ ଧୁତପାପେଶ୍ବରର ପ୍ରତିଷ୍ଠା ଦିବସ ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି ବିଜେପି: ବିଜେଡି/ବିଶ୍ବବିଦ୍ୟାଳୟ କାହାର ପୈତୃକ ସମ୍ପତ୍ତି ନୁହେଁ: ଏବିଭିପି ପୁଲିସ ସୁରକ୍ଷାରେ କ୍ୟାମ୍ପସରେ ପାଠପଢ଼ା ସ୍ବାଭାବିକ ପୂର୍ବାହ୍ନରେ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କ୍ୟାମ୍ପସରେ ପ୍ରବେଶ କରିଥିବା ଯୁବକମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।
ସେମାନେ କହିଛନ୍ତି ଯେ ମହିଳା ବିଶ୍ୱବିଦ୍ୟାଳୟରେ ୧୨ଜଣ ଯୁବକ ପ୍ରବେଶ କରି ଗଣ୍ଡଗୋଳ କରିବା ସହ ଛାତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି।
ଯେଉଁଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ପୁଣିଥରେ ସୌମ୍ୟାଶ୍ରୀ ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି।
ବିଜେପି ପ୍ରୋତ୍ସାହନରେ ଏବିଭିପି ଏଭଳି ଅପରାଧିକ କାର୍ଯ୍ୟକଳାପ କରିଚାଲିଛି।
ବିଶ୍ୱବିଦ୍ୟାଳୟକୁ ଯୁବକମାନଙ୍କୁ ପ୍ରବେଶ ନିଷେଧ ଥିବାବେଳେ ୧୨ଜଣ ଯୁବକ କିଭଳି ଗଣ୍ଡଗୋଳ କରିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏବିଭିପିର ଯୁବକମାନଙ୍କ ସମ୍ପୃକ୍ତି ରହିଥିବାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ମାମଲା ଦାୟର କରାଗଲା ନାହିଁ।
ମହିଳା ସୁରକ୍ଷାକୁ ନେଇ ଡିଣ୍ଡିମ ପିଟୁଥିବା ବିଜେପି ସରକାର ବାସ୍ତବରେ ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।
କିଛି ଦିନ ତଳେ ବିଜେବି କଲେଜରେ ମଧ୍ୟ ଏବିଭିପିର ଯୁବକମାନେ ଗଣ୍ଡଗୋଳ କରିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରି ନ ଥିଲା।
ମହିଳାଙ୍କ ସୁରକ୍ଷା ପାଇଁ ସରକାରଙ୍କ ଶକ୍ତିଶ୍ରୀ ଯୋଜନା ଆଜି ପ୍ରହସନରେ ପରିଣତ ହୋଇଛି।
ରମାଦେବୀ ବିଶ୍ବବିଦ୍ୟାଳୟ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ନାମ ଓ ଫଟୋ ଦେଲେ ସୁଦ୍ଧା ପୁଲିସ ସେମାନଙ୍କୁ ଗିରଫ କରୁନାହିଁ।
ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ପୁଲିସ ଅସାମାଜିକଙ୍କୁ ସୁରକ୍ଷା ଦେଉଛି।
ସେମାନଙ୍କୁ ତୁରନ୍ତ ଗିରଫ କରା ନ ଗଲେ ବିଜେଡି ରାଜ୍ୟରେ ଆନ୍ଦୋଳନ କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
Neglect: ୧୨ ଜଣିଆ ପରିବାରକୁ ୧୦ କିଲୋ ଚାଉଳ ଅପରାହ୍ଣରେ ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ବିଜେଡି ନିଜର ପୈତୃକ ସମ୍ପତ୍ତି ନ ଭାବୁ ବୋଲି କହିଛି।
ସଙ୍ଗଠନର ସଦସ୍ୟମାନେ କହିଛନ୍ତି ଯେ ଏବିଭିପିର ଜଣେ ଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ନିନ୍ଦନୀୟ।
ଏଭଳି ଘଟଣା ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା, ପ୍ରଶାସନିକ ଦାୟିତ୍ବବୋଧ ଓ ଛାତ୍ରୀଙ୍କୁ ଭୟମୁକ୍ତ ଶିକ୍ଷା ପରିବେଶ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଜୁ ଛାତ୍ର ଜନତା ଦଳ ସହ ସଂପୃକ୍ତ ଥିବା ଜଣେ ଅଣଛାତ୍ରୀ କ୍ୟାମ୍ପସରେ ପ୍ରବେଶ କରି ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ।
ଉପ କୁଳସଚିବଙ୍କ ଉପସ୍ଥିତିରେ ଘଟଣା ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ନିନ୍ଦନୀୟ।
ପୀଡ଼ିତା ଛାତ୍ରୀ ନିଜର ଅଭିଯୋଗ ଜଣାଇବାକୁ କୁଳପତିଙ୍କୁ ଭେଟିବାକୁ ଯାଇଥିବା ବେଳେ ବିଶ୍ବବିଦ୍ୟାଳୟ ପ୍ରବେଶ ପଥ ବନ୍ଦ କରି ଦିଆଗଲା।
ଏପରିକି ଛାତ୍ରୀଙ୍କ ସ୍ଥାନୀୟ ଅଭିଭାବକଙ୍କ ପ୍ରତି କରାଯାଇଥିବା ଅସୌଜନ୍ୟମୂଳକ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ବିଜୁ ଛାତ୍ର ଜନତା ଦଳ ସହ ସମ୍ପୃକ୍ତ ଅଣଛାତ୍ରଙ୍କ ଦ୍ବାରା ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ଧମକ ଦେବା, ପରୀକ୍ଷା ଦେବାରେ ବାଧା ସୃଷ୍ଟି ଓ କ୍ୟାମ୍ପସରେ ଭୟର ପରିବେଶ ସୃଷ୍ଟି କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଛି।
ଏବେ କିଛି ବ୍ୟକ୍ତିଙ୍କ ଭୂମିକା ସନ୍ଦେହଜନକ ହୋଇଥିବାରୁ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ଜରୁରୀ ହୋଇପଡ଼ିଛି।
ନ ହେଲେ ଆଗାମୀ ଦିଗରେ ବିଶ୍ବବିଦ୍ୟାଳୟ ଘେରାଉ କରାଯିବ ବୋଲି ସେମାନେ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।