Ram Mandir: ରାମମନ୍ଦିର ଦାନ ଚୋରି ପ୍ରସଙ୍ଗରେ ବିରୋଧୀଙ୍କୁ ଯୋଗୀଙ୍କ ପାଲଟା ଆକ୍ରମଣ

Jul 07, 2026 - 20:10
Ram Mandir: ରାମମନ୍ଦିର ଦାନ ଚୋରି ପ୍ରସଙ୍ଗରେ ବିରୋଧୀଙ୍କୁ ଯୋଗୀଙ୍କ ପାଲଟା ଆକ୍ରମଣ

"ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ଭକ୍ତମାନଙ୍କ ଦାନ ଚୋରି ଅଭିଯୋଗକୁ ନେଇ ଉତ୍ତର ପ୍ରଦେଶରେ ରାଜନୈତିକ ବିବାଦ ତୀବ୍ର ହୋଇଛି।

ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି (ଏସ୍‌ପି) ଓ କଂଗ୍ରେସ ବିଜେପି ଓ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଟାର୍ଗେଟ୍ କରୁଥିବାବେଳେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର କଡ଼ା ଜବାବ ଦେଇଛନ୍ତି।

ସେ ବିରୋଧୀ ଦଳଗୁଡ଼ିକ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିବା ସହ ୱକଫ୍ ଜମି ପ୍ରସଙ୍ଗରେ ସେମାନଙ୍କ ନିରବତାକୁ ପ୍ରଶ୍ନ କରିଛନ୍ତି।Advertisment ପ୍ରତାପଗଡ଼ରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ କହିଥିଲେ, ରାମମନ୍ଦିରରେ ଘଟିଥିବା ଏକ ଚୋରି ଘଟଣାକୁ ଆଧାର କରି ବିରୋଧୀ ଦଳ ସନାତନ ପରମ୍ପରା ଓ ହିନ୍ଦୁ ଆସ୍ଥା ଉପରେ ଆକ୍ରମଣ କରୁଛନ୍ତି।

କିନ୍ତୁ ୱକଫ୍ ସମ୍ପତ୍ତିକୁ ନେଇ ଉଠୁଥିବା ଅଭିଯୋଗ କିମ୍ବା ଅନିୟମିତତା ପ୍ରସଙ୍ଗରେ ସେମାନେ ସମ୍ପୂର୍ଣ୍ଣ ନିରବ ରହୁଛନ୍ତି।

ସେ କଟାକ୍ଷ କରି କହିଥିଲେ, ୱକଫ୍ କଥା ଆସିଲେ ବିରୋଧୀ ନେତାଙ୍କ ମୁହଁରେ କାହିଁକି ତାଲା ପଡ଼ିଥାଏ?

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିଜେ ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିବାକୁ ଅନୁରୋଧ କରିଥିଲା।

ସରକାର ତୁରନ୍ତ ଏସ୍‌ଆଇଟି ଗଠନ କରି ନିରପେକ୍ଷ ତଦନ୍ତ ଆରମ୍ଭ କରିଛି।

ପ୍ରାରମ୍ଭିକ ତଦନ୍ତରେ ଚୋରିର ପ୍ରମାଣ ମିଳିବା ସହ ଏହି ମାମଲାରେ ଅନେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Ayodhya Ram Mandir: ରାମମନ୍ଦିର ପାଣ୍ଠି ହେରଫେର୍‌ ମାମଲାରେ: ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କ ଇସ୍ତଫା ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କୁ ଆକ୍ରମଣ କରି କହିଥିଲେ, ଯେଉଁମାନେ ଆଜି ରାମମନ୍ଦିର ପ୍ରସଙ୍ଗରେ ପ୍ରଶ୍ନ ଉଠାଉଛନ୍ତି, ସେମାନେ ପୂର୍ବରୁ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ।

ବାବ୍ରି ଢାଞ୍ଚା ହଟିବା ପରେ ସେଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ହୋଇଥିବାରୁ ସେମାନେ ଅସନ୍ତୁଷ୍ଟ ଅଛନ୍ତି।

ରାଜନୈତିକ ସ୍ୱାର୍ଥରେ ଧାର୍ମିକ ଭାବାବେଗକୁ ବ୍ୟବହାର ନ କରିବାକୁ ମଧ୍ୟ ସେ ବିରୋଧୀଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟପକ୍ଷରେ, କଂଗ୍ରେସ ଓ ସମାଜବାଦୀ ପାର୍ଟି ରାମମନ୍ଦିର ଦାନ ଚୋରି ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରିଛନ୍ତି।

ବିରୋଧୀଙ୍କ ଅଭିଯୋଗ ହେଉଛି, ଘଟଣାର ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ ପାଇଁ ସ୍ୱାଧୀନ ତଦନ୍ତ ଆବଶ୍ୟକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।