Similipal poachers arrested ଏଆଇ କ୍ୟାମେରାରେ ଧରିଲା ବେଆଇନ ଶିକାରୀ

Jul 07, 2026 - 19:51
Similipal poachers arrested ଏଆଇ କ୍ୟାମେରାରେ ଧରିଲା ବେଆଇନ ଶିକାରୀ

"ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା କୃତ୍ରିମ ବୁଦ୍ଧିମତା (ଏଆଇ) କ୍ୟାମେରା ସହାୟତାରେ ବନ ବିଭାଗ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଦୁଇଜଣ ଶିକାରୀଙ୍କୁ ଧରିବାରେ ସକ୍ଷମ ‌ହୋଇଛି।

Advertisment ସୂଚନାନୁସାରେ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଏଏଆଇ କ୍ୟାମେରାରେ ଶିକାରୀଙ୍କ ଗତିବିଧି ରେକର୍ଡ ହୋଇଥିଲା।

ଶିକାରୀଙ୍କୁ ଚିହ୍ନଟ କରିବା ପରେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଦୁଇଜଣ ଶିକାରୀଙ୍କୁ ଧରିଛନ୍ତି।

ସେମାନେ ହେଲେ ମୟୂରଭଞ୍ଜ କଟୁରିଆର ସଂଗ୍ରାମ ହାଂସଦା ଓରଫ ଫଗାଲ୍‌, ଉପରଖୁଣ୍ଟାର କାର୍ତ୍ତିକ ସିଂ।

ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ଗୋଟିଏ ସେଟ୍‌ ଫାସ, ୪.୮ କିଲୋଗ୍ରାମର ବିଭିନ୍ନ ପ୍ରକାରର ବିସ୍ଫୋରକ ଜବତ କରାଯାଇଛି।

ସାତକୋଶିଆ ଓ ଶିମିଳିପାଳ ଶିକାରୀଙ୍କ ଗଡ଼ : ଏବର୍ଷ ଗିରଫ ହେଲେଣି ୪୦୩ ଶିକାରୀ ସେମାନଙ୍କୁ ପଚରାଉଚରା କରିବା ପରେ ‌ଶିକାର ପାଇଁ ବ୍ୟବହୃତ ଗନ୍‌ପାଉଡର ଯୋଗାଇଥିବା ମୟୂରଭଞ୍ଜ କଟୁରିଆ ମାହାରସାହିର ରାମଜିତ ସୋରେନ୍‌କୁ ଗିରଫ କରାଯାଇଛି।

39 Poachers Surrendered ଶିମିଳିପାଳ ଅଭୟାରଣ୍ୟରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କଲେ ୩୭ ଶିକାରୀ, ୯ଟି ବନ୍ଧୁକ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ସମସ୍ତଙ୍କ ବିରୋଧରେ ପିଥବଟ ବନ୍ୟଜୀବନ ରେଞ୍ଜ୍‌ରେ ଏକ ମାମଲା ରୁଜୁ କରାଯାଇଛି।

ବାରିପଦା ସିଜେଏମ୍‌ କୋର୍ଟରେ ହାଜର ପରେ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ଏହା ବ୍ୟତୀତ କପ୍ତିପଦା ପୁଲିସ ଥାନାରେ ବେଆଇନ ବିସ୍ଫୋରକ ସାମଗ୍ରୀ ନିମନ୍ତେ ପୃଥକ ମାମଲା ରୁଜୁ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।