Narendra Modi:ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ବିନ୍ତାଙ୍ଗ ଆଦିପୂର୍ଣ୍ଣ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Jul 07, 2026 - 20:50
Narendra Modi:ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ବିନ୍ତାଙ୍ଗ ଆଦିପୂର୍ଣ୍ଣ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଣ୍ଡୋନେସିଆ ତାହାର ସର୍ବୋଚ୍ଚ ନାଗରିକ ସମ୍ମାନ "ବିନ୍ତାଙ୍ଗ ଆଦିପୂର୍ଣ୍ଣ" ପ୍ରଦାନ କରିଛି।

ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ଜାକର୍ତ୍ତାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରିଥିଲେ।

ଭାରତ-ଇଣ୍ଡୋନେସିଆ ସମ୍ପର୍କକୁ ସୁଦୃଢ଼ କରିବା ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସହଯୋଗ ବୃଦ୍ଧିରେ ମୋଦୀଙ୍କ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏଥି ସହ ମୋଦୀଙ୍କୁ ମିଳିଥିବା ବିଭିନ୍ନ ଦେଶର ସର୍ବୋଚ୍ଚ ସମ୍ମାନ ସଂଖ୍ୟା ୩୫ରେ ପହଞ୍ଚିଛି।Advertisment ଆହୁରି ପଢନ୍ତୁ:Ram Mandir: ରାମମନ୍ଦିର ଦାନ ଚୋରି ପ୍ରସଙ୍ଗରେ ବିରୋଧୀଙ୍କୁ ଯୋଗୀଙ୍କ ପାଲଟା ଆକ୍ରମଣ ସମ୍ମାନ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏହା କେବଳ ତାଙ୍କର ବ୍ୟକ୍ତିଗତ ସମ୍ମାନ ନୁହେଁ, ବରଂ ୧୪୦ କୋଟି ଭାରତବାସୀଙ୍କ ପ୍ରତି ସମ୍ମାନ।

ସେ ଏହି ପୁରସ୍କାରକୁ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱ, ପାରସ୍ପରିକ ବିଶ୍ୱାସ ଓ ସଭ୍ୟତାଗତ ସମ୍ପର୍କର ପ୍ରତୀକ ବୋଲି କହିଥିଲେ।

ଉଭୟ ଦେଶ ଆଗାମୀ ଦିନରେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଆହୁରି ପଢନ୍ତୁ:Attack: ବଲୁଚିସ୍ତାନରେ ବନ୍ଧ ପ୍ରକଳ୍ପ ନିକଟରେ ଆକ୍ରମଣ; ୯ ପୁଲିସ କର୍ମଚାରୀ ନିହତ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ କହିଥିଲେ, ଭାରତ ଇଣ୍ଡୋନେସିଆର ଘନିଷ୍ଠ ବନ୍ଧୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦୁଇ ଦେଶର ସମ୍ପର୍କ ନୂଆ ଉଚ୍ଚତାରେ ପହଞ୍ଚିଛି।

ବାଣିଜ୍ୟ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଡିଜିଟାଲ୍‌ ପ୍ରଯୁକ୍ତି, ଶକ୍ତି, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି କ୍ଷେତ୍ରରେ ଉଭୟ ଦେଶର ସହଯୋଗ ନିରନ୍ତର ବୃଦ୍ଧି ପାଉଥିବା ସେ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, "ବିନ୍ତାଙ୍ଗ ଆଦିପୂର୍ଣ୍ଣ" ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ।

ଦ୍ୱିପାକ୍ଷିକ ସମ୍ପର୍କ, ଆନ୍ତର୍ଜାତିକ ସହଯୋଗ ଓ ବିଶ୍ୱ ଶାନ୍ତି ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଦେଶୀ ରାଷ୍ଟ୍ରନେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।