Ram Mandir: ନକଲି ରସିଦ ଦେଇ ଭକ୍ତଙ୍କଠାରୁ ଆଦାୟ, ତଦନ୍ତରୁ ମିଳିଲା ନୂଆ ତଥ୍ୟ
"ଅଯୋଧ୍ୟା: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦାନ ଅନିୟମିତତା ମାମଲାରେ ତଦନ୍ତ ଆଗକୁ ବଢ଼ିବା ସହ ଆଉ ଏକ ସଙ୍ଗିନ ତଥ୍ୟ ସାମ୍ନାକୁ ଆସିଛି।
ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି)ର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ, କେତେକ ଅସାଧୁ କର୍ମଚାରୀ ନକଲି ଦାନ ରସିଦ ବ୍ୟବହାର କରି ଭକ୍ତଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।
ଏହି ଟଙ୍କା ସରକାରୀ ରେକର୍ଡରେ ଦାନ ଭାବେ ଜମା ହେଉ ନ ଥିଲା, ବରଂ ଏହାକୁ ଆତ୍ମସାତ୍ କରାଯାଉଥିଲା।Advertisment ତଦନ୍ତରୁ ଜଣାପଡ଼ିଛି ଯେ, ମନ୍ଦିର ପରିସରରେ କିଛି କର୍ମଚାରୀ ଭକ୍ତଙ୍କୁ ଆଧିକାରିକ ରସିଦ ବୋଲି କହି ନକଲି ରସିଦ ଦେଉଥିଲେ।
ଭକ୍ତମାନେ ଏହାକୁ ସତ ବୋଲି ବିଶ୍ୱାସ କରି ଦାନ କରୁଥିଲେ, କିନ୍ତୁ ସେହି ଟଙ୍କା ଟ୍ରଷ୍ଟର ଖାତାକୁ ଯାଉନଥିଲା।
ଏହି ଅନିୟମିତତା ଦୀର୍ଘ ସମୟ ଧରି ଚାଲିଥିବା ଏବଂ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି।ଏସ୍ଆଇଟି ସିସିଟିଭି ଫୁଟେଜ୍, ଦାନ ରେଜିଷ୍ଟର, ରସିଦ ବହି ଓ ଆର୍ଥିକ କାଗଜପତ୍ରର ଯାଞ୍ଚ କରି ଅନେକ ଅସଙ୍ଗତି ଚିହ୍ନଟ କରିଛି।
କିଛି ରସିଦର କ୍ରମିକ ସଂଖ୍ୟା ଆଧିକାରିକ ରେକର୍ଡ ସହ ମେଳ ଖାଉ ନ ଥିବାବେଳେ ଅନେକ ଦାନର କୌଣସି ହିସାବ ମିଳିନାହିଁ।
ତଦନ୍ତକାରୀ ଅଧିକାରୀମାନେ ଏହି ନକଲି ରସିଦ କେଉଁଠାରେ ଛପାଯାଇଥିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଥିଲେ, ସେନେଇ ମଧ୍ୟ ଖୋଳତାଡ଼ କରୁଛନ୍ତି।
ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରବେଶ ଦ୍ବାରରେ ଏହି ୪ଟି ସ୍ବତନ୍ତ୍ର ମୂର୍ତ୍ତିକୁ କରାଗଲା ସ୍ଥାପନା ଏହି ମାମଲାରେ ପୂର୍ବରୁ ଦାନ ବାକ୍ସରୁ ଟଙ୍କା ଚୋରି ଘଟଣାରେ କେତେକ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।
ବର୍ତ୍ତମାନ ନକଲି ରସିଦ ବ୍ୟବହାର କରି ଦାନ ଆଦାୟ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ତଦନ୍ତର ପରିସର ଆହୁରି ବଢ଼ାଯାଇଛି।
ତଦନ୍ତକାରୀ ଦଳ ସମସ୍ତ ଆର୍ଥିକ କାରବାରର ଅଡିଟ୍ କରିବା ସହ ସନ୍ଦେହଭାଜନ କର୍ମଚାରୀଙ୍କୁ ପଚରାଉଚରା କରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।