Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ

Aug 27, 2026 - 23:49
Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ

"ଲଇକେରା (ଭରତ ପାତ୍ର): ରାଖୀର ପବିତ୍ର ସୂତାରେ ଭାଇ-ଭଉଣୀଙ୍କ ସମ୍ପର୍କ ଯୋଡ଼ିବା ସହ ନିଶା ବିରୋଧରେ ଏକ ଦୃଢ଼ ସାମାଜିକ ବାର୍ତ୍ତା ଦେଇଛି ତେନ୍ତଲାମାଲ ଗ୍ରାମ।

ରକ୍ଷାବନ୍ଧନ ଅବସରରେ "ସମ୍ବାଦ ଆମ ଓଡ଼ିଶା" ପକ୍ଷରୁ ପାକେଲପଡ଼ା ପଞ୍ଚାୟତର ତେନ୍ତଲାମାଲ ଗ୍ରାମରେ ଆୟୋଜିତ ରକ୍ଷାବନ୍ଧନ ଓ ନିଶା ନିବାରଣ ଅଭିଯାନରେ ୧୨୦ ଭାଇ ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଶପଥ ନେଇଛନ୍ତି।

Advertisment ସମାଜସେବୀ ତଥା ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ରୂପେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଲଇକେରା ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶା ମୁକ୍ତ ସମାଜ ଗଠନ ପାଇଁ ଏଭଳି ସଚେତନତାମୂଳକ ପଦକ୍ଷେପ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ, ଏହା ପରିବାରର ଶାନ୍ତି ଓ ସମାଜର ଶୃଙ୍ଖଳାକୁ ମଧ୍ୟ ପ୍ରଭାବିତ କରେ ବୋଲି ସେ ନିଜ ବକ୍ତବ୍ୟ ରେ କହିଥିଲେ।

ମୁଖ୍ୟବକ୍ତା ଲଇକେରା ଗୋଷ୍ଠୀ ଶିକ୍ଷାଧିକାରୀ ହିମାଂଶୁ ବାଗ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିବା ସହିତ ସମ୍ବାଦ ର ଏଭଳି ଏକ ନିଆରା ପ୍ରାୟାସ କୁ ଧନ୍ୟବାଦ ଦେଇଥିଲେ।

ସମ୍ମାନିତ ଅତିଥି ପାକେଲପଡ଼ା ଗୌନ୍ତିଆ ପ୍ରତାପ ପ୍ରଧାନ, ସମବାୟ ସମିତି ସଭାପତି ଅଜିତ ପଟେଲ ଓ କୀର୍ତ୍ତନ ଗୁରୁ ହେମସାଗର ପ୍ରଧାନ ମଧ୍ୟ ନିଶା ବିରୋଧରେ ସଚେତନତାର ଆବଶ୍ୟକତା ଉପରେ ମତ ରଖିଥିଲେ।

କାର୍ଯ୍ୟକ୍ରମରେ ୧୨୦ ଜଣ ଭଉଣୀ ୧୨୦ ଜଣ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ନିଶାଦ୍ରବ୍ୟ ସେବନ ନ କରିବା ଏବଂ ନିଶାମୁକ୍ତ ଜୀବନ ବିତାଇବା ପାଇଁ ଶପଥ କରାଇଥିଲେ।

ଭାଇଙ୍କ ହାତରେ ବନ୍ଧା ହୋଇଥିବା ରାକ୍ଷୀ ଏଥର କେବଳ ସୁରକ୍ଷାର ପ୍ରତୀକ ନୁହେଁ, ବରଂ ନିଶା ବିରୋଧରେ ଏକ ଦୃଢ଼ ସଂକଳ୍ପର ପ୍ରତୀକ ପାଲଟିଥିଲା।

ଏହି ସଂକଳ୍ପକୁ ଆହୁରି ସୁଦୃଢ଼ କରିବାକୁ ଆସନ୍ତା ବର୍ଷ ପୁନର୍ବାର ଏହି ଗ୍ରାମରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରାଯିବ।

ଏହି ଏକ ବର୍ଷ ମଧ୍ୟରେ ଯେଉଁ ଭାଇ ନିଶାଦ୍ରବ୍ୟଠାରୁ ଦୂରେଇ ରହିଥିବାର ପ୍ରମାଣ ତାଙ୍କ ଭଉଣୀ ଦେବେ, ସେହି ଭାଇ-ଭଉଣୀଙ୍କୁ ପୁରସ୍କୃତ କରାଯିବ ବୋଲି ସମ୍ବାଦ ପ୍ରତିନିଧି ଭରତ ପାତ୍ର ଘୋଷଣା କରିଥିଲେ।

ଏହି ଘୋଷଣା ନିଶା ଛାଡ଼ିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିଛି।

ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନର ଝଲକ ସଭାକୁ ଲକ୍ଷ୍ମଣ କିସାନ ଓ ରୂପେଶ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ଅଶୋକ କିସାନ, କପିଳ କିସାନ, ଜଗବନ୍ଧୁ କିସାନ, ଭୁବନେ କିସାନଙ୍କ ସମେତ ଗ୍ରାମର ଯୁବକ-ଯୁବତୀମାନେ ସହଯୋଗ କରିଥିଲେ। "ସମ୍ବାଦ ଆମ ଓଡ଼ିଶା" ପ୍ରତିନିଧି ଭରତ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।“ରାକ୍ଷୀର ବନ୍ଧନ ହେଉ ନିଶା ବିରୋଧରେ ପ୍ରତିଜ୍ଞା—ଭାଇ ନିଶାମୁକ୍ତ ରହିଲେ ହିଁ ପରିବାର ହସିବ, ସମାଜ ସୁସ୍ଥ ହେବ।”ବୋଲି ନାରା ରେ କମ୍ପିଥିଲା ସାରା ଗ୍ରାମ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)