Rajpal Yadav Gets Relief: ରାଜପାଲ ଯାଦବଙ୍କୁ ଆଶ୍ୱସ୍ତି, ପାସପୋର୍ଟ ଫେରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Oct 15, 2026 - 14:06
Rajpal Yadav Gets Relief: ରାଜପାଲ ଯାଦବଙ୍କୁ ଆଶ୍ୱସ୍ତି, ପାସପୋର୍ଟ ଫେରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

"ନୂଆଦିଲ୍ଲୀ: ଚେକ୍ ବାଉନ୍ସ ମାମଲାରେ ଅଭିନେତା ରାଜପାଲ ଯାଦବଙ୍କୁ ଆଶ୍ୱସ୍ତି ମିଳିଛି।

ଉଭୟ ପକ୍ଷଙ୍କୁ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଟ୍ରାଏଲ କୋର୍ଟରେ ଜମା ଥିବା ରାଜପାଲଙ୍କ ପାସପୋର୍ଟକୁ ମଧ୍ୟ ଉପଯୁକ୍ତ ସର୍ତ୍ତରେ ଫେରାଇବାକୁ କୁହାଯାଇଛି।Advertisment ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜପାଲଙ୍କ ଓକିଲ ଅଦାଲତଙ୍କୁ ଜଣାଇଥିଲେ ଯେ, ଅଭିନେତା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି।

ସେ କୋର୍ଟଙ୍କ ରେଜିଷ୍ଟ୍ରିରେ ୨ କୋଟି ଟଙ୍କା ଜମା କରିଛନ୍ତି।

ଏଥିମଧ୍ୟରୁ ୧.୧୫ କୋଟି ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଏବଂ ୮୫ ଲକ୍ଷ ଟଙ୍କା ଆର୍‌ଟିଜିଏସ୍‌ ମାଧ୍ୟମରେ ଜମା କରାଯାଇଛି।ଏହା ଉପରେ ସନ୍ତୋଷ ପ୍ରକାଶ କରି ଉଭୟ ପକ୍ଷଙ୍କୁ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିବାକୁ କୋର୍ଟ କହିଛନ୍ତି।

ଏଥିପାଇଁ ଜଣେ ମଧ୍ୟସ୍ଥ ନିଯୁକ୍ତ କରାଯିବ।

ଉଭୟ ପକ୍ଷ ନିର୍ଦ୍ଧାରିତ ତାରିଖରେ ତାଙ୍କ ନିକଟରେ ହାଜର ହେବେ।

ରାଜପାଲଙ୍କ ବିରୋଧରେ ଚେକ୍ ବାଉନ୍ସ ମାମଲା ଦାୟର କରିଥିବା ମୁରଲୀ ପ୍ରୋଜେକ୍ଟସ୍‌ କମ୍ପାନିର ଓକିଲ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି।

ଏହାପରେ ରାଜପାଲଙ୍କ ଓକିଲ କହିଥିଲେ ଯେ, ଅଭିନେତା ବୃତ୍ତିଗତ କାମ ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି।

କିନ୍ତୁ ତାଙ୍କ ପାସପୋର୍ଟ ଟ୍ରାଏଲ କୋର୍ଟରେ ଜମା ରହିଛି।

ଏହା ଉପରେ ସୁପ୍ରିମକୋର୍ଟ ଉପଯୁକ୍ତ ସର୍ତ୍ତ ଲଗାଇ ରାଜପାଲଙ୍କ ପାସପୋର୍ଟ ଫେରାଇବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କ"ଣ ଥିଲା ପୂରା ମାମଲା?

୨୦୧୦ ମସିହାରେ ରାଜପାଲ ଯାଦବ ନିଜ ଚଳଚ୍ଚିତ୍ର "ଅତା-ପତା ଲାପତା" ନିର୍ମାଣ ପାଇଁ ଦିଲ୍ଲୀର ମୁରଲୀ ପ୍ରୋଜେକ୍ଟସ୍‌ ନାମକ କମ୍ପାନିଠାରୁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ।

ଋଣ ପରିଶୋଧ ପାଇଁ ଦିଆଯାଇଥିବା ୭ଟି ଚେକ୍ ବାଉନ୍ସ ହେବା ପରେ କମ୍ପାନି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା।

ନିମ୍ନ ଅଦାଲତଙ୍କ ପରେ ଦିଲ୍ଲୀ ହାଇକୋର୍ଟମଧ୍ୟ ଏହି ମାମଲାରେ ରାଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

୧୦ ଜୁଲାଇ ୨୦୨୬ରେ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟେକ ଚେକ୍ ବାଉନ୍ସ ମାମଲା ପାଇଁ ଅଲଗା ଅଲଗା ୧.୩୫ କୋଟି ଟଙ୍କା ଜରିମାନା ଦେବାକୁ ରାଜପାଲଙ୍କୁ ନିର୍ଦ୍ଦେଶ ଦେବା ସହ ୩ ମାସ ଜେଲ୍ ଦଣ୍ଡ ଶୁଣାଇଥିଲେ।ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜପାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେଠାରେ ୨ କୋଟି ଟଙ୍କା ଜମା କରିବା ପରେ ତାଙ୍କୁ ଜେଲ୍ ଯିବାରୁ ଆଶ୍ୱସ୍ତି ମିଳିଛି।

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ିଲା: ୧୩ ବର୍ଷରୁ କମ୍ ବୟସର ୨୧ ପିଲାଙ୍କ ମୃତ୍ୟୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)