Rajnath Singh: ରାହୁଲ ଗାନ୍ଧୀ ଜନସାଧାରଣଙ୍କ ଜନାଦେଶକୁ ସମ୍ମାନ ଦେବା ଉଚିତ: ରାଜନାଥ

Oct 16, 2026 - 11:42
Rajnath Singh: ରାହୁଲ ଗାନ୍ଧୀ ଜନସାଧାରଣଙ୍କ ଜନାଦେଶକୁ ସମ୍ମାନ ଦେବା ଉଚିତ: ରାଜନାଥ

"ନୂଆଦିଲ୍ଲୀ: ଶାସନ ପରିବର୍ତ୍ତନ ନାରାକୁ ନିନ୍ଦା କରିବା ସହିତ ନିର୍ବାଚନ କମିସନ (ଇସି) ବିରୋଧରେ କଂଗ୍ରେସର ଆନ୍ଦୋଳନକୁ ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତୀବ୍ର ସମାଲୋଚନା କରିଛନ୍ତି।

କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ କରିବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି।Advertisment ସୂଚନପାଯୋଗ୍ୟ, ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆରଇଆର୍‌)କୁ ରଦ୍ଦ ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କଂଗ୍ରେସ କ୍ରମାଗତ ଭାବେ ବିରୋଧ ପ୍ରଦର୍ଶନ କରିଆସୁଛି।

ଏହି ପ୍ରସଙ୍ଗରେ ରାଜନାଥ ସିଂହ କଂଗ୍ରେସର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଗଣତନ୍ତ୍ରର ଅର୍ଥ ଅରାଜକତା ସୃଷ୍ଟି କରିବା ନୁହେଁ ବୋଲି ରାଜନାଥ କହିଛନ୍ତି।

ଯୁବପିଢ଼ିଙ୍କୁ ଅସ୍ତ୍ର ଭାବରେ ବ୍ୟବହାର ରାଜନାଥ ଅଭିଯୋଗ କରିଛନ୍ତି ଯେ, ବିଶୃଙ୍ଖଳାର ରାଜନୀତିରେ ଦେଶର ଯୁବପିଢ଼ିଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଚେଷ୍ଟା କରାଯାଉଛି।

କେତେକ ବାଂଲାଦେଶର ଘଟଣାବଳୀ ଅନୁସାରେ ଶାସନ ପରିବର୍ତ୍ତନ ଚାହୁଁଛନ୍ତି, ସେମାନଙ୍କର ସଂଘର୍ଷ ନା ନିର୍ବାଚନୀ ସଂସ୍କାର ପାଇଁ, ନା ଦେଶର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ କରିବାର କେବଳ ଷଡ଼ଯନ୍ତ୍ର।

ବିଭ୍ରାଟର ରାଜନୀତିରେ ଲିପ୍ତ ରହିବା ପରିବର୍ତ୍ତେ ରାହୁଲ ଗାନ୍ଧୀ ଜନସାଧାରଣଙ୍କ ଜନାଦେଶକୁ ସମ୍ମାନ ଦେବା ଉଚିତ ଓ ତାଙ୍କ ରାଜନୈତିକ ଭୂମିକାର ଆତ୍ମନିରୀକ୍ଷଣ କରିବା ଉଚିତ ବୋଲି ରାଜନାଥ କହିଛନ୍ତି।

ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା ରାଜନାଥ କହିଛନ୍ତି, ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି ଏକ ଅକ୍ଷମଣୀୟ ଅପରାଧ ଥିଲା।

ଦ୍ୱିତୀୟ ଅକ୍ଷମଣୀୟ ଅପରାଧ ଥିଲା ୧୯୮୪ ମସିହାରେ କଂଗ୍ରେସ ସୁରକ୍ଷାରେ ଶିଖ ଭାଇଭଉଣୀଙ୍କ ନରସଂହାର।

ତୃତୀୟ ଅକ୍ଷମଣୀୟ ଅପରାଧ ଥିଲା ୧୯୯୦ ମସିହାରେ ରାମ ଭକ୍ତ ଓ କର ସେବକଙ୍କ ରକ୍ତପାତ ପାଇଁ ଦାୟୀ ଲୋକଙ୍କୁ ସମର୍ଥନ କରି ସେମାନଙ୍କ ସରକାରକୁ ବଞ୍ଚାଇବା।

ଆଜି ରାହୁଲ ଗାନ୍ଧୀ ସମ୍ବିଧାନକୁ ନିଜ ପକେଟରେ ରଖି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

କଂଗ୍ରେସର ଇତିହାସର ପୃଷ୍ଠା ଓଲଟାଇ ଦେଖିଲେ ଅନେକ କଳା ଅଧ୍ୟାୟ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Bomb: ଇରାନ ଉପରେ ''ମଦର ଅଫ୍ ଅଲ୍ ବମ୍'' ପ୍ରୟୋଗ କରିପାରେ ଆମେରିକା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)