Rajnagar Viral Video ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଭିଡ଼ିଓ ଭାଇରାଲ୍
"ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ କେତେକ ନାବାଳକ ଓ ଯୁବକ ଜଣେ ନାବାଳକ କଲେଜ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ଓ ଗୋଡ଼ଧରି କ୍ଷମା ମାଗିବାକୁ ବାଧ୍ୟ କରିବା ଭିଡ଼ିଓକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଭାଇରାଲ୍ ହେବା ପରେ ପୁଲିସ ପଦକ୍ଷେପ ନେଇଛି।
Advertisment Cuttack Kangaroo Court ପୂର୍ବଶତ୍ରୁତାରୁ ନାବାଳକଙ୍କୁ ଉଲଗ୍ନ କରି ମାଡ଼, ଭିଡ଼ିଓ ଭାଇରାଲ୍ ଜଣେ ନାବାଳକ ନିଜର ଗୋବିନ୍ଦପୁରରେ ନିଜ ମାମୁଁଙ୍କ ଘରେ ରହି ମଦନପୁର କଲେଜରେ ପାଠ ପଢ଼ୁଥିଲେ।
୩ ତାରିଖରେ ଉକ୍ତ ଛାତ୍ରଙ୍କୁ ଏକ ପଡ଼ିଆ ମଧ୍ୟରେ ୫-୭ଜଣ ନାବାଳକ ଓ ଯୁବକମାନେ ତାଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା।
ଏହା ଦେଖି ଉକ୍ତ ଛାତ୍ରଙ୍କ ମା" ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତେଲା ଦେଇଥିଲେ।
ଅଭିଯୋଗ ଭିତ୍ତିରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ପୁଲିସ ନିକଟରୁ ମିଳିଥିବା ସୂଚନାନୁସାରେ, ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। fake recruitment letter Odisha ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ଚିଠି ଭାଇରାଲ୍: ସ୍ପଷ୍ଟୀକରଣ ଦେଲା ଅର୍ଥବିଭାଗ ପୀଡ଼ିତ ଛାତ୍ରଙ୍କ ମାମୁଁଙ୍କ କହିବାନୁସାରେ, ରାଜନଗର ପଶ୍ଚିମଭେଡା ଗାଁରେ ତାଙ୍କ ଭଉଣୀ ଡଲି ମଲିକଙ୍କ ପୁଅ ମଦନପୁର କଲେଜ ରେ ପାଠ ପଢ଼ନ୍ତି।
୩ ତାରିଖ ଦିନ କିଛି ଦୁର୍ବୃତ୍ତ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିବା ସହ ଅପହରଣ କରିନେଇଛନ୍ତି।
ଶ୍ରୀକାନ୍ତ କୁମାର ବାରିକ ଗ୍ରାମଞ୍ଚଳ ଥାନା ଆଇଆଇସି କହିଛନ୍ତି, ପୁଲିସ ମାମଲାର ତଦନ୍ତ କରୁଛି।
ପ୍ରେମ ସମ୍ପର୍କ କୁ ନେଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।