Rajkumar: ପାର୍ଲେ-ଜି ବିସ୍କୁଟ୍‌ରେ ଦିନ କାଟୁଥିଲେ ରାଜକୁମାର

Sep 02, 2026 - 09:05
Rajkumar: ପାର୍ଲେ-ଜି ବିସ୍କୁଟ୍‌ରେ ଦିନ କାଟୁଥିଲେ ରାଜକୁମାର

"ମାୟାନଗରୀ ମୁମ୍ବାଇକୁ ଅଭିନେତା ହେବାର ସ୍ବପ୍ନ ନେଇ ଅନେକ ଆସନ୍ତି ଓ ଫେରନ୍ତି।

ହେଲେ ନିଜର ନିଷ୍ଠା ପାଇଁ ହାତଗଣତି କଳାକାର ହିଁ ଉଦାହରଣ ସାଜନ୍ତି।

ସେଭଳି ଜଣେ ଅଭିନେତା ହେଉଛନ୍ତି ରାଜକୁମାର ରାଓ।

ନିକଟରେ ୪୨ ବର୍ଷରେ ପାଦ ଦେଇଥିବା ରାଜକୁମାର ରାଓ ୧୮ ବର୍ଷ ବୟସରେ ଅଭିନୟ ଶିଖିବା ପାଇଁ ଗୁରୁଗ୍ରାମରୁ ଦିଲ୍ଲୀ ଯାଉଥିଲେ।

ପ୍ରତିଦିନ ଯିବା-ଆସିବାରେ ପ୍ରାୟ ୧୪୦ କିଲୋମିଟର ସାଇକେଲ୍‌ ଚଳାଇ ସେ ଶ୍ରୀରାମ ସେଣ୍ଟର୍‌ରେ ଅଭିନୟ ପ୍ରଶିକ୍ଷଣ ଗ୍ରହଣ କରୁଥିଲେ।

ସେହି ଦୀର୍ଘ ସାଇକେଲ୍‌ ଯାତ୍ରା ସମୟରେ ୱାକ୍‌ମ୍ୟାନ୍‌ରେ ଗୀତ ଶୁଣି ନିଜ ସ୍ୱପ୍ନ ଆଡ଼କୁ ବଢ଼ୁଥିଲେ।Advertisment Education: ଇଗ୍ନୋରେ ନାମଲେଖା ସୁଯୋଗ; ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି ଦୀର୍ଘ ସଂଘର୍ଷ ପରେ ରାଜଙ୍କୁ ମିଳିଥିଲା "ଲଭ୍‌ ସେକ୍ସ ଔର୍‌ ଧୋକା"।

ଏହି ଫିଲ୍ମରେ ତାଙ୍କ ପାରିଶ୍ରମିକ ଥିଲା ମାତ୍ର ୧୧ ହଜାର ଟଙ୍କା, ଯାହା ତାଙ୍କୁ ପ୍ରାୟ ଏକ ମାସ ଚଳିବାରେ ସାହାଯ୍ୟ କରିଥିଲା।

ପିଲାଦିନରୁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ଥିଲା ବୋଲି ମାଆ ଜାଣିପାରିଥିଲେ।

ସେଥିପାଇଁ ନାନା ବାଧାବିଘ୍ନ ‌ପରେ ବି ପୁଅକୁ ସମର୍ଥନ ଦେଉଥିଲେ।

ଅଭିନୟରେ କ୍ୟାରିୟର୍‌ ଗଢ଼ିବା ପାଇଁ ମୁମ୍ବାଇ ଆସିବା ପରେ ରାଜକୁମାରଙ୍କ ସଂଘର୍ଷ ଆହୁରି କଠିନ ହୋଇଗଲା।

କାମ ନମିଳିବାକୁ ଖାଇବା ଗଣ୍ଡେ ବି ପ୍ରତିଦିନ ଜୁଟୁ ନଥଲା।

ଏପରିକି ଦିନେ ତାଙ୍କ ବ୍ୟାଙ୍କ ଖାତାରେ ମାତ୍ର ୧୮ ଟଙ୍କା ବଳିଥିଲା।

ମୁମ୍ବାଇ ଭଳି ସହରରେ ଏତେ କମ୍‌ ଟଙ୍କାରେ ଚଳିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା।

ଖର୍ଚ୍ଚ କମାଇବା ପାଇଁ ସେ ଅନେକ ସମୟରେ ପାର୍ଲେ-ଜି ବିସ୍କୁଟ୍‌ ଓ ଫ୍ରୁଟିରେ ଦିନ କାଟୁଥିଲେ।

ସେହି ସମୟରେ ତାଙ୍କର ଏହି ଭୋଜନ ପାଇଁ ମାତ୍ର ୪ ଟଙ୍କା ଖର୍ଚ୍ଚ ହେଉଥିଲା।

ଏତେ ସବୁ ପରେ ବି ଅଭିନୟ ନିଶା ତାଙ୍କ ମନରୁ ଉତୁରି ନଥିଲା।

ଦୀର୍ଘ ଦିନର ସଂଘର୍ଷ ପରେ "ଲଭ୍‌ ସେକ୍ସ ଔର୍‌ ଧୋକା" ଜରିଆରେ ରାଜକୁମାରଙ୍କୁ ବଲିଉଡ୍‌ରେ ପ୍ରଥମ ସୁଯୋଗ ମିଳିଥିଲା।

ଏହି ଫିଲ୍ମ ପାଇଁ ତାଙ୍କୁ ୧୧ ହଜାର ଟଙ୍କା ପାରିଶ୍ରମିକ ମିଳିଥିଲା, ଯାହା ସେହି ସମୟରେ ପ୍ରାୟ ଏକ ମାସ ଚଳିବାରେ ସାହାଯ୍ୟ କରିଥିଲା।

Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା ପରବର୍ତ୍ତୀ ସମୟରେ "କାଇ ପୋ ଚେ!", "କ୍ୱିନ୍‌", "ଗ୍ୟାଙ୍ଗ୍ସ ଅଫ୍‌ ୱାସେପୁର୍‌-୨", "ଅଲିଗଡ଼", "ଶାହିଦ" ଭଳି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକ ଓ ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। "ଶାହିଦ" ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ହାସଲ କରିଥିଲେ।

ବକ୍ସ ଅଫିସ୍‌ରେ ସବୁ ଫିଲ୍ମ ବଡ଼ ସଫଳତା ପାଇ ନଥିଲେ ମଧ୍ୟ ତାଙ୍କ ଅଭିନୟ ସବୁବେଳେ ପ୍ରଶଂସିତ ହୋଇଛି।

ଆଗକୁ ସେ "ପ୍ରହାର: ଦ ଉଜ୍ଜ୍ୱଳ ନିକମ୍‌ ଷ୍ଟୋରି"ରେ ନଜର ଆସିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)