RajatPatidar: ପଟିଦାରଙ୍କ ପାଇଁ ପାଟି ଖୋଲିଲେ ପଠାନ୍
"ନୂଆଦିଲ୍ଲୀ: ୟୁକେ ଗସ୍ତରେ ୪ ମ୍ୟାଚ୍ ଖେଳି ବିଜୟଶୂନ୍ୟ ରହିଥିବା ବିଶ୍ବବିଜେତା ଭାରତୀୟ ଟ୍ବେଣ୍ଟି-୨୦ ଦଳର ବ୍ୟାଟିଂ ସମନ୍ବୟ ନେଇ କିଛି ସୁଚିନ୍ତିତ ସୁପାରିସ କରିଛନ୍ତି ପୂର୍ବତନ ଅଲ୍ରାଉଣ୍ଡର୍ ଇର୍ଫାନ୍ ପଠାନ।
ଶନିବାର ରାତିରେ ଭାରତୀୟ ଦଳ ଇଂଲଣ୍ଡ ନିକଟରୁ ହାରିଯିବା ପରେ ପଠାନ୍ କହିଛନ୍ତି ଏବେ ଦଳର ବ୍ୟାଟିଂରେ ସନ୍ତୁଳନ ଆଣିବାକୁ ରଜତ ପଟିଦାରଙ୍କ ଉପରେ ନଜର ପକାଇବା ଆବଶ୍ୟକ।
ଦଳୀୟ ମ୍ୟାନେଜମେଣ୍ଟ୍ ଏହାକୁ ଗମ୍ଭୀରତାର ସହ ନେବାକୁ ସେ ଅନୁରୋଧ କରିଛନ୍ତି।
ଶନିବାର ରାତିରେ ଭାରତୀୟ ଦଳରେ ୭ ଜଣ ବାମହାତୀ ବ୍ୟାଟର୍ ଥିଲେ।
୧୫ ବର୍ଷୀୟ ପଦାର୍ପଣକାରୀ ସୂର୍ଯ୍ୟବଂଶୀ ବି ଏମାନଙ୍କ ତାଲିକାରେ ସଦ୍ୟତମ ବାମହାତୀ ଥିଲେ।Advertisment ଆହୁରି ପଢନ୍ତୁ: khamenei: ଖେମିନିଙ୍କ ଅନ୍ତିମ ସଂସ୍କାରରେ ୩ ପୁଅ ସାମିଲ: ସର୍ବୋଚ୍ଚ ନେତା ମୋଜତାବା ଦୂରେଇ ରହିଲେ ଏହା ତୁରନ୍ତ କୌଣସି ବଡ଼ ସମସ୍ୟା ନଥିଲେ ମଧ୍ୟ ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ।
ପରବର୍ତୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଢ଼େର ସମୟ ଥିବାରୁ ଡାହାଣହାତୀ ରଜତ ପଟିଦାରଙ୍କ ସମ୍ପର୍କରେ ଚିନ୍ତାର କରିବାର ବେଳ ଆସିଛି ବୋଲି ସେ କହିଛନ୍ତି।
କ୍ରମାଗତ ଭାବେ ଆର୍ସିବିକୁ ଆଇପିଏଲ୍ ଟ୍ରଫି ବିଜେତା କରିଥିବା ରଜତ ମଧ୍ୟ ବ୍ୟକ୍ତିଗତ ଭାବେ ତାଙ୍କ ବ୍ୟାଟିଂକୁ ପ୍ରଭାବିତ ହେବାକୁ ଦେଇନାହାନ୍ତି।
୨୦୨୬ ଆଇପିଏଲ୍ ଋତୁରେ ସେ ୧୯୨.୬୯ ଷ୍ଟ୍ରାଇକ୍ ରେଟ୍ରେ ୧୪ ପାଳିରୁ ୫୦୧ ରନ୍ ସଂଗ୍ରହ କରିଥିଲେ।
ଭାରତ ପାଇଁ ୩ ଟେଷ୍ଟ୍ ଏବଂ ଗୋଟିଏ ଦିନିକିଆ ଖେଳିଥିବା ୩୩ ବର୍ଷୀୟ ପଟିଦାର କିନ୍ତୁ ଏ ପର୍ଯ୍ୟନ୍ତ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିନାହାନ୍ତି।"