Vigilance: ଭିଜିଲାନ୍ସ ଜାଲରେ ନିମ୍ନା ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ

Jul 05, 2026 - 13:52
Vigilance: ଭିଜିଲାନ୍ସ ଜାଲରେ ନିମ୍ନା ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ

"ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନା ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

ପଞ୍ଚାୟତର ଏକ ପୋଖରୀକୁ ମାଛ ଚାଷ ପାଇଁ ଠିକାରେ ନେଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ ଧରିଛି।

ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ ହୋଇଛି।Advertisment ଘର ଓ କାର୍ଯ୍ୟାଳୟରେ ତଦନ୍ତ ଜାରି ସୂଚନା ଅନୁସାରେ, ସଂପୃକ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଞ୍ଚ ବର୍ଷ ପାଇଁ ପଞ୍ଚାୟତ ପୋଖରୀରେ ଠିକାରେ ନେଇଛନ୍ତି।

ପିସିକଲଚରରେ ମାଛ ଚାଷ କରିବା ପାଇଁ ଆବଶ୍ୟକ ଚୁକ୍ତିନାମାରେ ସରପଞ୍ଚଙ୍କ ସ୍ବାକ୍ଷର ଓ ଜିଲ୍ଲା ମତ୍ସ୍ୟ ବିଭାଗ ପାଖରୁ ସବସିଡି ଅନୁମୋଦନ ପାଇଁ ସୁପାରିଶ କରିବାକୁ ୪୦ ହଜାର ଟଙ୍କା ଦାବି କରିଥିଲେ।

ତେବେ ସପୃକ୍ତ ଏସଏଚଜିର କର୍ମକର୍ତ୍ତା ଏତେ ପରିମାଣର ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିଥିଲେ।

ଶେଷରେ ମୁଲଚାଲ କରି ୨୦ ହଜାର ଟଙ୍କାରେ  କଥା ଛିଣ୍ଡିଥିଲା।

ଏହାପରେ ସଂପୃକ୍ତ ଏସଏଚଜିର କର୍ମକର୍ତ୍ତା ସମ୍ବଲପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

ଯୋଜନା ମୁତାବକ ରବିବାର ନିରନ୍ତର ବର୍ଷା ଲାଗି ରହିଥିଲେ ସୁଦ୍ଧା ସରପଞ୍ଚଙ୍କୁ ଟଙ୍କା ଦେବାକୁ ଯାଇଥିଲେ।

ସରପଞ୍ଚ ଟଙ୍କା ନେବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଦଳ ମାଡ଼ି ବସିଥିଲେ।

ତାଙ୍କ ପାଖରୁ ରାସାୟନିକ ପ୍ରଲେପ ଲାଗିଥିବା ଟଙ୍କା ଜବତ କରାଯାଇଛି।

ଏ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ୧୦/୪.୭.୨୦୨୬ରେ ଏକ ମାମଲା ରୁଜୁ ହୋଇଛି।

ଭିଜିଲାନ୍ସ ଦଳ ସରପଞ୍ଚଙ୍କ ଘର ଓ କାର୍ଯ୍ୟାଳୟରେ ତଦନ୍ତ ଜାରି ରଖିଛନ୍ତି।

Death: ପୁଣି ଜଣେ ଦାଦନର ଅପମୃତ୍ୟୁ, ଝୁଲନ୍ତା ମୃତଦେହ ଉଦ୍ଧାର "