Rajasthan: ରାଜସ୍ଥାନ ହସ୍ପିଟାଲରେ ପ୍ରସବ ପରେ ୨ ମହିଳାଙ୍କ ମୃତ୍ୟୁ
"କୋଟା: ରାଜସ୍ଥାନର କୋଟାସ୍ଥିତ ନ୍ୟୁ ମେଡିକାଲ କଲେଜ ହସ୍ପିଟାଲରେ ୨୪ ଘଣ୍ଟା ମଧ୍ୟରେ ଅସ୍ତ୍ରୋପଚାର ମାଧ୍ୟମରେ ସନ୍ତାନ ଜନ୍ମ ଦେଇଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣା ପରେ ପ୍ରସବ ପରବର୍ତ୍ତୀ ଜଟିଳତାକୁ ନେଇ ଚିନ୍ତା ବଢ଼ିଛି।
ସୂଚନା ଅନୁସାରେ, ୪୦ ବର୍ଷୀୟ ରେଶମାଙ୍କର ଅକ୍ଟୋବର ୧୪ ତାରିଖରେ ଚତୁର୍ଥ ଥର ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ହୋଇଥିଲା।
ପରେ ତାଙ୍କର ବୃକକ୍ଜନିତ ସମସ୍ୟା ଦେଖାଦେଇଥିଲା ଓ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।
Advertisment ପ୍ରସବ ପରବର୍ତ୍ତୀ ଜଟିଳତାକୁ ନେଇ ଚିନ୍ତା ପରିବାର ପକ୍ଷରୁ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ବାରାନ ଅଞ୍ଚଳର ରୋଶନ ବୈରୱାଙ୍କର ଶନିବାର ମୃତ୍ୟୁ ହୋଇଥିଲା।
ତାଙ୍କର ରକ୍ତହୀନତା ସମସ୍ୟା ଥିବା ସହ ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା।
ରକ୍ତ ଦିଆଯିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ହୋଇନଥିଲା।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ରୋଶନଙ୍କ ମୃତ୍ୟୁର କାରଣ ବୃକକ୍ ସମସ୍ୟା ନୁହେଁ।
ଉଲ୍ଲେଖଯୋଗ୍ୟ, ଗତ ମେ ମାସରେ ଏହି ହସ୍ପିଟାଲରେ ପ୍ରସବ ପରେ ୧୨ ମହିଳାଙ୍କ ବୃକକ୍ ସମସ୍ୟା ହୋଇଥିବାବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।
Accident: ଜାତୀୟ ରାଜପଥରେ ଛାତିଥରା ଦୁର୍ଘଟଣା; ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
