Rajasthan: ରାଜସ୍ଥାନ ପୌର ନିର୍ବାଚନ: କୋଟା, ଉଦୟପୁର ଓ ଜୟପୁରରେ ବିଜେପି ବିଜୟୀ

Sep 14, 2026 - 21:38
Rajasthan: ରାଜସ୍ଥାନ ପୌର ନିର୍ବାଚନ: କୋଟା, ଉଦୟପୁର ଓ ଜୟପୁରରେ ବିଜେପି ବିଜୟୀ

"ଜୟପୁର: ରାଜସ୍ଥାନରେ ପୌର ନିର୍ବାଚନ ଫଳ ଆଜି ଘୋଷଣା ହୋଇଛି।

୧୦ ପୌର ନିଗମ, ୫୧ ପୌର ପରିଷଦ ଏବଂ ୨୪୮ ପୌରପାଳିକା ବିଶିଷ୍ଟ ୩୦୯ଟି ପୌର ସଂସ୍ଥାରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ୧୦,୨୪୫ କାଉନସିଲର ନିର୍ବାଚିତ ହୋଇଛନ୍ତି।

ଶାସକ ବିଜେପି ରାଜସ୍ଥାନ ପୌର ନିର୍ବାଚନରେ ୪,୧୭୧ ୱାର୍ଡରେ ଜିତିଥିବାବେଳେ ବିରୋଧୀ ଦଳ କଂଗ୍ରେସ ୩,୫୯୭ ୱାର୍ଡରେ ଜିତିଛି।

ମୋଟ୍‌ ୧୦,୨୦୦ ୱାର୍ଡରେ ଫଳାଫଳ ଘୋଷଣା ହୋଇଛି।

ପ୍ରମୁଖ ପୌର ନିଗମ ଗୁଡ଼ିକରେ ମିଶ୍ରି ଫଳ ଦୃଶ୍ୟ ଦେଖିବାକୁ ମିଳିଛି।

ଉଦୟପୁରରେ ୮୦ ୱାର୍ଡରୁ ବିଜେପି ୫୩ ୱାର୍ଡରେ ଜିତିଛି।

୭୦ ସଦସ୍ୟ ବିଶିଷ୍ଟ ଭିଲୱାଡ଼ାରେ ଏହା ୪୫ ୱାର୍ଡ ଏବଂ ୧୦୦ ସଦସ୍ୟ ବିଶିଷ୍ଟ କୋଟାରେ ୫୩ ୱାର୍ଡରେ ଜିତିଛି।

ରାଜ୍ୟ ନିର୍ବାଚନ କମିସନ୍‌ ତଥ୍ୟ ଅନୁଯାୟୀ ବିଜେପି କୋଟା, ଜୟପୁର ଏବଂ ଉଦୟପୁରରେ ବିଜୟୀ ହୋଇଛି।

ଅନ୍ୟପକ୍ଷେ କଂଗ୍ରେସ ଅଜମେର, ବିକାନେର ଏବଂ ଅଲୱରରେ ବିଜୟୀ ହୋଇଛି।

ଅଜମେରରେ କଂଗ୍ରେସ ୩୭ ୱାର୍ଡରେ ଜିତିଥିବାବେଳେ ବିଜେପି ୩୨ରେ ଜିତିଛି।Advertisment କଂଗ୍ରେସ ପାଇଁ ସବୁଠାରୁ ବଡ଼ ବିଜୟ ହେଉଛି ଝଲାୱାରରେ ବିଜୟ।

ବିଜେପି ଗଡ଼ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଦବ୍‌ଦବା ରହିଥିବା ଝଲାୱାରରେ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି।

ଏଠାରେ ଥିବା ୨୫ଟି ୱାର୍ଡରୁ କଂଗ୍ରେସ ୧୮ଟିରେ ଜିତିଛି।

ବିଜେପିର ସଞ୍ଜୟ ଶର୍ମା ଉଦୟପୁରରେ ୮୦ ୱାର୍ଡରୁ ୫୩ଟିରେ ବିଜୟୀ ହୋଇଛନ୍ତି।

ସେହିପରି ବିଜେପିର ଜ୍ୟୋତି ପ୍ରକାଶ ମୀନା କୋଟା ନଗର ନିଗମରେ ବିଜୟୀ ହୋଇଛନ୍ତି।

ଯୋଧପୁରରେ ବି‌ଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ଏଠାରେ ଉଭୟ ଦଳ ୪୪ ୱାର୍ଡରେ ବିଜୟ ହାସଲ କରିଛନ୍ତି।

ଏହି ଆସନରେ ନିର୍ବାଚନ ଫଳ ଏଯାବତ ଘୋଷଣା ହୋଇଛି।

ଆହୁରି ପଢନ୍ତୁ: Toll Plaza: ମାର୍ଚ୍ଚ ସୁଦ୍ଧା ବାଧାହୀନ ଟୋଲ୍‌ ପ୍ଲାଜା: ସରକାର ବର୍ଷକୁ ୨୫ହଜାର କୋଟି ପାଇବେ ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ୨ଟି ପର୍ଯ୍ୟାରେ ସେପ୍ଟେମ୍ବର ୯ ଏବଂ ୧୧ ତାରିଖରେ ପୌର ନିଗମ ନିର୍ବାଚନ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ୭୬.୪୨ ପ୍ରତିଶତ ମତଦାନ ରେକର୍ଡ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୦.୬୮ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା।

ରାଜସ୍ଥାନ ପୌର ନିର୍ବାଚନରେ ଜୟପୁରରେ ଜଣେ ଜେନ୍‌ ଜି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ୨୧ ବର୍ଷୀୟ ଫୈଜ ହାସନ ୭୧ ୱାର୍ଡରେ ବିଜୟୀ ହୋଇଛନ୍ତି।

ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ସ୍ବାଧୀନ ପ୍ରାର୍ଥୀ ମହମ୍ମଦ ସଲିମଙ୍କୁ ହରାଇଛନ୍ତି।

ବିଜେପି ପ୍ରାର୍ଥୀ ନୀଶା ଗୌର ଏଠାରେ ତୃତୀୟ ସ୍ଥାନରେ ରହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)